ବର୍ତ୍ତମାନ ବିଭିନ୍ନ ଦ୍ରବ୍ୟର ଦାମ ବଢିଚାଲିଛି। କିଛି ସମୟ ହେଲା ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢିବାରେ ଲାଗିଛି। ସମସ୍ତେ ଏହାର ବିକଳ୍ପ ଖୋଜିବାରେ ବ୍ୟସ୍ତ। କେତେକ ଲୋକ ସାଇକେଲକୁ ଏହାର ବିକଳ୍ପ ଭାବେ ବାଛିଥିବା ବେଳେ ଅନ୍ୟ ମାନେ ବିକଳ୍ପ ନପାଇ ବାଧ୍ୟ ହୋଇ ସେଥିରେ କାମ ଚଳାଉଛନ୍ତି। ତେବେ ଜଣେ ୧୧ ବର୍ଷର ବାଳକ ଏହି ସମସ୍ୟାର ସମାଧାନ କାଢିଛନ୍ତି। ସେ ଏକ ପବନ ଚାଳିତ ବାଇକ୍ ନିର୍ମାଣ କରି ସମସ୍ତଙ୍କୁ ଚକିତ କରିଛନ୍ତି। ଉତ୍ତରାଖଣ୍ଡର ଦେରାଡୁନ ସହରର ଷଷ୍ଠ ଶ୍ରେଣୀର ଛାତ୍ର ଆଦିତ୍ୟ ନିର୍ମାଣ କରିଛନ୍ତି ଏହି ନିଆରା ବାଇକ୍। ନିଜର ଉଦ୍ଭାବନକୁ ନେଇ ସେ ଖୁବ ଖୁସି ଅଛନ୍ତି। ଏହାସହ ସେ ଦେଶରେ ଚାଲିଥିବା ସ୍ୱଚ୍ଛ ଭାରତ ମିଶନରେ ଏକ ଛୋଟିଆ ଯୋଗଦାନ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କ ନିର୍ମିତ ବାଇକ୍ଟି ଦେଶରେ ବଢୁ ଥିବା ପ୍ରଦୂଷଣ ସହିତ ଦରଦାମ ବୃଦ୍ଧି ରୋକିବା ପାଇଁ ସହାୟକ ହେବ ବୋଲି ଆଦିତ୍ୟ ମତ ଦେଇଛନ୍ତି। ସେ ନିଜ ଭାଇ ସହ ଦିନେ ବେଲୁନ ଉଡାଇବା ବେଳେ ତାଙ୍କ ମନରେ ବାଇକ୍ ପବନରେ ଚାଲିବା ନେଇ ଭାବନା ଆସିଥିଲା। ଏହାପରେ ସେ ନିର୍ମାଣ କରିଛନ୍ତି ଏହି ପବନ ଚାଳିତ ବାଇକ୍। ବାଇକ୍ର ଦୁଇପଟେ ଦୁଇଟି ଗ୍ୟାସ୍ ଟ୍ୟାଙ୍କ ଲାଗିଛି। ଏହି ବାଇକ୍ଟି ବାୟୁ କିମ୍ବା ଧ୍ୱନି ପ୍ରଦୂଷଣ କରିନଥାଏ। ତେଣୁ ବାଇକଟି ପରିବେଶ ଉପେଯାଗୀ ଅଟେ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା