କୌଣସି ବି ସାମଗ୍ରୀ କିଣିବା ପୂର୍ବରୁ ତାହାର ଏକ୍ସପାରୀ ଡେଟ ବିଷୟରେ ସମସ୍ତେ ପଚାରି ବୁଝନ୍ତି । ତେବେ ଦୁନିଆରେ ଏଭଳି ସାମଗ୍ରୀ ରହିଛି, ଯାହାର ଏକ୍ସପାରୀ ଅଛିବୋଲି ଅନେକ ଲୋକ ଜାଣି ମଧ୍ୟ ନଥିବେ । ଏହି ସାମଗ୍ରୀକୁ ଆମେ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାଉ, ତେଣୁ ଏହାର ଏକ୍ସପାରୀ ଜାଣିବାର ଆବଶ୍ୟକତା ରହିଛି ।
ତକିଆ
ସାଧାରଣତଃ ତକିଆ ଗୁଡିକୁ ଅନେକ ବର୍ଷ ଧରି ବ୍ୟବହାର କରାଯାଇଥାଏ । କେତେଜଣଙ୍କୁ ଗୋଟେ ତକିଆ ଏତେ ପସନ୍ଦ ଥାଏ ଯେ ସେ ଏହାକୁ ପିଲାରୁ ବଡ ହେବା ପର୍ଯ୍ୟନ୍ତ ବ୍ୟବହାର କରନ୍ତି । ହେଲେ ଏଭଳି କରୁଥିଲେ ତୁରନ୍ତ ବନ୍ଦ କରିଦିଅନ୍ତୁ । ଗୋଟିଏ ତକିଆକୁ ମାତ୍ର ୨ରୁ ୩ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ । ଅଧିକ ପୁରୁଣା ତକିଆ ବିଭିନ୍ନ ଚର୍ମ ସମସ୍ୟାର କାରଣ ସାଜିପାରେ । ସେହିଭଳି ପୁରୁଣା ତକିଆ ଦେବା ଫଳରେ ବେକରେ ମଧ୍ୟ ଯନ୍ତ୍ରଣା ହୋଇପାରେ ।
ସ୍ଲିପର
ସାଧାରଣ ସ୍ଲିପରର ଏକ୍ସପାରୀ ଥିବା କଥା କେହି ଭାବିନଥିବେ । ତେବେ ଏହାର ମଧ୍ୟ ଏକ୍ସପାରୀ ରହିଛି । ଗୋଟିଏ ସ୍ଲିପରକୁ ୬ମାସରୁ ଅଧିକା ସମୟ ବ୍ୟବହାର କରନ୍ତୁ ନାହିଁ । କେତେଜଣ ପୁରୁଣା ଚପଲକୁ ଗାଧୁଆଘରେ ବ୍ୟବହାର କରିଥାଆନ୍ତି । ତେବେ ଏପରି କରିବା ଫଳରେ ପାଦରେ ଫଙ୍ଗାଲ ସଂକମ୍ରଣ ହେବାର ସମ୍ଭାବନା ବେଶି ରହିଥାଏ । ସେହିଭଳି ଚପଲକୁ ବ୍ୟବହାର କରିବା ସମୟରେ ମଧ୍ୟ ଏହାକୁ ସଫା ରଖନ୍ତୁ । ସଫା ନରଖିବା ଫଳରେ ଏଥିରେ ସଂକ୍ରମଣର ଭୟ ବେଶି ରହିଥାଏ ।
ସ୍ପଞ୍ଜ, ସାୱାର ପଫସ୍ –
ଏହି ଦୁଇଟି ଯାକ ସାମଗ୍ରୀ ବାସନ ସଫାଠାରୁ ଶରୀର ସଫା ପର୍ଯ୍ୟନ୍ତ ସବୁଥିରେ ବ୍ୟବହାର ହୋଇଥାଏ । ତେବେ ଏହି ସାମଗ୍ରୀର ମଧ୍ୟ ଏକ୍ସପାରୀ ରହିଛି । ସ୍ପଞ୍ଜ ଗୁଡିକର ଏକ୍ସପାରୀ ୨ ସପ୍ତାହ ଥିବାବେଳେ ସାୱାର ପଫସ୍ର ୬ମାସ ରହିଥାଏ । କିଛି ଦିନ ବ୍ୟବହାର କରିବା ପରେ ଏଥିରେ ସଂକ୍ରମଣ ସୃଷ୍ଟି କରୁଥିବା ଜୀବାଣୁଙ୍କ ସଂଖ୍ୟା ବୃଦ୍ଧିପାଇଥାଏ । ଏହାକୁ ସଫା ରଖିବାପାଇଁ ଗରମ ପାଣିର ବ୍ୟବହାର କରନ୍ତୁ ।
ଟାେୱଲ୍ –
ଯେଉଁ ଜନିଷ ଆମର ପସନ୍ଦ ଆମେ ତାହାକୁ ଅଧିକା ଦିନ ରଖିବା ପାଇଁ ସର୍ବଦା ଚେଷ୍ଟା କରିଥାଉ । ସେହି ପସନ୍ଦ ତାଲିକାରେ ଟାେୱଲ୍ ମଧ୍ୟ ରହିଛି । ନିଜ ପସନ୍ଦର ଟାେୱଲକୁ ୩ବର୍ଷ ମଧ୍ୟରେ ବଦଳାନ୍ତୁ, ନହେଲେ ଆପଣ ରୋଗରେ ପଡିପାରନ୍ତି । ସେହିଭଳି ଯଦି ଟାେୱଲ ସବୁବେଳେ ସଫା ନହୁଏ, ତେବେ ବ୍ୟବହାରକାରୀଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ତେଣୁ ଟାେୱଲ ଯେତେ ସୁନ୍ଦର ହୋଇଥିଲେ ବି ଏହାକୁ ୨ରୁ ୩ ବର୍ଷ ଭିତରେ ବଦଳାଇ ଦିଅନ୍ତୁ ।
ପାନିଆ –
ପାନିଆ ଘରର ଏକ ଛୋଟିଆ ଜିନିଷ ଅଟେ । ଏହାକୁ ଏତେ କେହି ଧ୍ୟାନ ଦିଅନ୍ତି ନାହିଁ, ତେଣୁ ଏହାର ଏକ୍ସପାରୀ କଥା କିଏ କଣ ପାଇଁ ଭାବିବ । କିନ୍ତୁ ପାନିଆର ମଧ୍ୟ ଏକ୍ସପାରୀ ଡେଟ୍ ରହିଛି । ଗୋଟିଏ ପାନିଆକୁ ଯେପରି ସପ୍ତାହକୁ ଥରେ ସଫା କରିବା ଦରକାର ସେହିପରି ଗୋଟିଏ ବର୍ଷପରେ ନୂଆ ପାନିଆ ମଧ୍ୟ ବ୍ୟବହାର କରିବା ଦରକାର । ଅଧିକା ପୁରୁଣା ପାନିଆ ବ୍ୟବହାର ଦ୍ୱାରା ଏହାର ପ୍ରଭାବ ଚୁଟିର ସ୍ୱାସ୍ଥ୍ୟ ଉପରେ ପଡିଥାଏ ।
ଅତର – ପ୍ରାୟ ସମସ୍ତେ ଅତର ବୋତଲ ଶେଷ ନହେବା ଯାଏଁ ଏହାକୁ ବ୍ୟବହାର କରିଥାଆନ୍ତି । ହେଲେ ଏହି ଅତରର ମଧ୍ୟ ଏକ୍ସପାରୀ ଡେଟ୍ ରହିଥାଏ । ଏହାକୁ ବ୍ୟବହାର ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ । ଯଦି ଆପଣଙ୍କ ଅତରର ରଙ୍ଗ ଓ ଗନ୍ଧରେ ପରିବର୍ତ୍ତନ ଆସୁଛି, ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ । ସେହିଭଳି ଗୋଟିଏ ଅତରକୁ ଅତିବେଶିରେ ୨ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ । ଏହାଠାରୁ ଅଧିକ ସମୟ ବ୍ୟବହାର କଲେ ଏହାର ଖରାପ ହେବାର ସମ୍ଭାବନା ରହିଥାଏ ।
ଟୁଥ୍ ବ୍ରସ
ଦିନକୁ ଦୁଇଥର ବ୍ରସ କରିବା ଏକ ଭଲ ଅଭ୍ୟାସ, ତେବେ ଏହି ଟୁଥ୍ ବ୍ରସର ମଧ୍ୟ ଏMପାରୀ ଡେଟ୍ ରହିଥାଏ । କେତେଜଣ ଏହି କଥାକୁ ବିଶ୍ୱାସ ନକରି ଅଣଦେଖା କରିଥାଆନ୍ତି । ସେମାନେ ବ୍ରସଟି ନଷ୍ଟ ନ ହେବା ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରୁଥାଆନ୍ତି । ହେଲେ ପ୍ରତି ୬ମାସରେ ଥରେ ଏହି ବ୍ରସକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଏହାକୁ ପରିବର୍ତ୍ତନ ନକଲେ ଏହାର ନକରାତ୍ମକ ପ୍ରଭାବ ଦାନ୍ତ ଓ ପାଟି ଉପରେ ପଡିଥାଏ । ତେଣୁ ପ୍ରତି ୬ମାସରେ ନିଜର ବ୍ରସକୁ ବଦଳାନ୍ତୁ ।
More Stories
ଦହିର ଚମତ୍କାରୀ ଗୁଣ, ସବୁ ସମସ୍ୟାର ସମାଧାନ
ନିୟନ୍ତ୍ରଣ ହୋଇଯିବ ଉଚ୍ଚ ରକ୍ତଚାପ, ଖାଆନ୍ତୁ ଏହି ସବୁ ଦ୍ରବ୍ୟ
ଓଜନ ହ୍ରାସରେ ରାମବାଣ ଲାଉ ଜୁସ୍