The Topmost

“The eyes believe themselves, the ears believe other people.”

-avika

ଟିଭି ଟ୍ୟାଗ୍‌କୁ ନେଇ ଗର୍ବିତ

ଧାରାବାହିକ ହେଉ କି ସିନେମା, କୌଣସି ଭୂମିକାରେ ଅବତୀର୍ଣ୍ଣ ହେବା ପରେ ସେହି ଚରିତ୍ର କେତେକ କଳାକାରଙ୍କ ପାଇଁ ପର୍ଯ୍ୟାପ୍ତ ହୋଇଯାଇଥାଏ । ଏପରିକି ପରବର୍ତ୍ତୀ ସମୟରେ ସେହି ଚରିତ୍ର ସ୍ୱତନ୍ତ୍ର ପରିଚୟ ପାଲଟିଯାଏ । ଏହିପରି ହିଁ ଅବିକା ଗୌର ଆନନ୍ଦୀ ରୂପରେ ‘ବାଳିକା ବଧୂ’ ସିରିୟଲରୁ ଘରେ ଘରେ ପରିଚିତ ହୋଇଛନ୍ତି । ହେଲେ ଅଭିନେତ୍ରୀ ଅବିକାଙ୍କ ସ୍ୱତନ୍ତ୍ରତା ହେଉଛି ଯେ ସେ କୌଣସି ଗୋଟିଏ ଭୂମିକାରେ ନିଜକୁ ବାନ୍ଧି ନାହାନ୍ତି । ଆଜିର ସମୟରେ ସେ କେବଳ ବିକ୍ରମ ଭଟ୍ଟଙ୍କ ପରି ନିର୍ଦ୍ଦେଶକଙ୍କ ସହ ହିନ୍ଦୀ ଫିଲ୍ମରେ କାମ କରୁନାହାନ୍ତି, ବରଂ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ସଫଳ ଅଭିନେତ୍ରୀ । କେବଳ ସେତିକି ନୁହେଁ ସିନେମା ଜଗତର ସେ ଏପରି ଜଣେ କଳାକାର ଯିଏ ମାତ୍ର ୨୪ ବର୍ଷ ଆୟୁରେ ନିଜର ପ୍ରଡକ୍ସନ ହାଉସ୍‌ ଖୋଲିଛନ୍ତି । ବହୁତ କମ୍‌ ବୟସରେ ହିଁ ଅନେକ ସଫଳତାର ଶିଢି ଚଢ଼ିସାରିଛନ୍ତି ।

‘ବାଳିକା ବଧୂ’ ପରେ ହିନ୍ଦୀ ଫିଲ୍ମ ମୁହାଁ ନହୋଇ ଅବିକା ତେଲୁଗୁ ପଥ ବାଛିଥିଲେ । ଏଥିରେ ମଧ୍ୟ ସେ ଆଶାତୀତ ଲୋକପ୍ରିୟତା ସାଉଁଟିଛନ୍ତି । କିନ୍ତୁ ଦୀର୍ଘ ୧୦ ବର୍ଷ ପରେ ଅବିକା ବଲିଉଡ୍‌ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି କରିଛନ୍ତି । ୨୦୨୩ରେ ମୁକ୍ତିଲାଭ କରିବାକୁ ଥିବା ବିକ୍ରମ ଭଟ୍ଟଙ୍କ ଫିଲ୍ମ ‘୧୯୨୦: ହରର୍ସ ଅଫ୍‌ ଦ ହାର୍ଟ’ ଜରିଆରେ ହିନ୍ଦୀ ଫିଲ୍ମ ଦୁନିଆରେ ପାଦ ଦେବେ । ଏହାକୁ ନେଇ ସେ ଖୁବ ଉତ୍ସାହିତ ଥିବା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି । ହେଲେ ତାଙ୍କ କ୍ୟାରିଅରରେ ଯାହା ବି କିଛି ମିଳିଛି ଟିଭି ପାଇଁ ସମ୍ଭବପର ହୋଇଛି, କାରଣ ଏଥିରେ କାମ କରିବା କିଛି ସହଜ ନୁହେଁ । ତେଣୁ ଟିଭି ଆକଫରର ଟ୍ୟାଗ୍‌ ତାଙ୍କୁ ଗର୍ବ ଅନୁଭବ କରାଉଛି ।

-avika @thetopmost-01

https://thetopmost.in/?tag=the-pwd-officers-photograph-in-2019

https://thetopmost.in/?tag=sc-st-pwd-categories

https://thetopmost.in/?p=755

https://thetopmost.in/?tag=bjp-president-sadanand-tanawde