The Topmost

“The eyes believe themselves, the ears believe other people.”

rgsd

ଚା’ ପିଇ ରେକର୍ଡ

ଶୀତଦିନେ ଚା’ ପିଇବାକୁ ସମସ୍ତଙ୍କର ଇଛା ହୋଇଥାଏ । ତେବେ ୨୧,୩୧୨ଫୁଟ ଉପରେ ଚା’ପିଇବା କଥା କେହି କେଭେ ଭାବି ବି ନଥିବେ । ହେଲେ କେତେଜଣ ଲୋକ ଏଭଳି କରି ରେକର୍ଡ ସୃଷ୍ଟି କରିଛନ୍ତି  । ନେପାଳରେ ଥିବା ମାଉଣ୍ଟ ଏଭେରେଷ୍ଟର କ୍ୟାମ୍ପ ୨ରେ ଏହି ଟି ପାର୍ଟି କରି ଏମାନେ ଏକ ନୂଆ ଗିନିଜ୍‌ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ଟି ପାର୍ଟିର ଏକ ଭିଡିଓ ଗିନିଜ୍‌ ୱାଲïର୍ ରେକର୍ଡ ପକ୍ଷରୁ ସୋସିଆଲ ମିଡିଆରେ ଜାରି କରାଯାଇଛି, ଯାହା ଭାଇରାଲ ହେବାରେ ଲାଗିଛି । ଏହାକୁ ହାଇଏଷ୍ଟ ଟି ପାର୍ଟି ନାମରେ ଲୋକ ଜାଣୁଛନ୍ତି  । ଭିଡିଓରେ ଦେଖାଯାଇଛି ହାଇଏଷ୍ଟ ପଏଣ୍ଟରେ ସମସ୍ତ ଲୋକ ଚେୟାର ଟେବୁଲ ପକାଇ ଚା’ ସହିତ ଜଳଖିଆ ଖାଉଛନ୍ତି । ସମସ୍ତେ ଏକାଠି ଏହି ଟି ପାର୍ଟିର ବେଶ ମଜା ନେଉଛନ୍ତି  । ଏହି ଦଳକୁ ଆଣ୍ଡ୍ରେୟୁ ହୁ୍ୟଗେସ୍‌ ନାମକ ଜଣେ ଆଥେଲେଟ୍‌ ପରିଚାଳନା କରିଥିବା ବେଳେ ଏଥିରେ ତାଙ୍କୁ ତାଙ୍କର ଅନ୍ୟ ବନ୍ଧୁମାନେ ସହଯୋଗ କରିଛନ୍ତି । ଏହି ସମସ୍ତ ଲୋକ ପରସ୍ପର ସହ ବିଭିନ୍ନ ଟ୍ରେକ୍‌ ଓ ବେସ କ୍ୟାମ୍ପ ଜରିଆରେ ଭେଟ ହୋଇଥିବା ଜଣାପଡିଛି ।

cup of tea – low DOF

https://thetopmost.in/?p=1583

https://thetopmost.in/?p=985

https://thetopmost.in/?p=1425

SHARE BY