ଜଷ୍ଟିସ ଶୋବା ଅନନାମା ମେ ୧୮, ବୁଧବାର ଦିନ କେରଳ ହାଇକୋର୍ଟରେ ମହିଳା ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହା ସହିତ ଦକ୍ଷିଣ ଭାରତର ଏହି ହାଇକୋର୍ଟରେ ୫ ଜଣ ମହିଳା ବିଚାରପତି ରହିଛନ୍ତି । ଅତିରିକ୍ତ ବିଚାରପତି ଏପେନ୍ଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କେତେକ ମହିଳା ବିଚାରପତିଙ୍କ ବିଷୟରେ ।
ଏମାନେ ହେଉଛନ୍ତି କେରଳ ହାଇକୋର୍ଟର ମହିଳା ବିଚାରପତି
ଜଷ୍ଟିସ୍ ଅନୁ ସିଭାରାମନ୍
ଜଷ୍ଟିସ୍ ସୋଫି ଥୋମାସ୍
ଜଷ୍ଟିସ୍ ଭି
ଜଷ୍ଟିସ୍ ଶୋବା ଅନନାମା ଏପେନ୍
ଜଷ୍ଟିସ୍ ଏମ ଅନୀତା
ଜଷ୍ଟିସ୍ ମେରି ଜୋସେଫ୍
ଜଷ୍ଟିସ୍ ସି ସୁଧା
କେରଳ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବରେ ଜଷ୍ଟିସ ଶୋବା ଅନନାମ ଏପେନଙ୍କୁ ନିଯୁକ୍ତ କରାଯାଇଛି । ଫଳରେ ବର୍ତ୍ତମାନ ରାଜ୍ୟ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୮ କୁ ବୃଦ୍ଧି ପାଇଛି । ସାରା ଦେଶରେ କୋର୍ଟରେ ମହିଳାଙ୍କ ପ୍ରତିନିଧିତ୍ୱ ବହୁତ କମ୍ ଅଟେ । ବିଶେଷକରି ସାମ୍ବିଧାନିକ ଅଦାଲତରେ ଅଧ୍ୟକ୍ଷତା ଭୂମିକା ବହୁତ କମ୍ । କେରଳ ହାଇକୋର୍ଟରେ ଏହା ପ୍ରଥମ ଥର ପାଇଁ ୭ ଜଣ ମହିଳା ବିଚାରପତିଙ୍କ ନିଯୁକ୍ତି ରେକର୍ଡ ସୃଷ୍ଟି ହୋଇଛି । ବର୍ତ୍ତମାନ ହାଇକୋର୍ଟରେ ୩୮ ଜଣ ବିଚାରପତି ଅଛନ୍ତି । ତେବେ କେରଳର ଆନ୍ନା ୱାଣ୍ଡି ଭାରତର ହାଇକୋର୍ଟର ପ୍ରଥମ ମହିଳା ବିଚାରପତି । ଏଥିସହ ସୁପ୍ରିମକୋର୍ଟର ପ୍ରଥମ ମହିଳା ଜଜ୍ ଜଷ୍ଟିସ୍ ଏମ୍ ଫାତିମା ବିୱି ମଧ୍ୟ କେରଳର ।
ବର୍ତ୍ତମାନ, ସୁପ୍ରିମକୋର୍ଟର ଜଣେ ଜଜ୍ ଜଷ୍ଟିସ୍ ବି.ଭି ନାଗରାଥନା ୨୦୨୭ ମସିହାରେ ବରିଷ୍ଠତା ଆଧାରରେ ଭାରତର ପ୍ରଧାନ ବିଚାରପତି ହୋଇପାରିବେ । ତେବେ ତାଙ୍କର କାର୍ଯ୍ୟକାଳ କେବଳ ୩୬ ଦିନ ହେବ । ଜଷ୍ଟିସ୍ ବି.ଭି ନାଗରାଥନାଙ୍କୁ ଫେବୃଆରୀ ୨୦୦୮ ରେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଏବଂ ପରେ ଫେବୃଆରୀ ୨୦୧୦ ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ଜଷ୍ଟିସ ନାଗରାଥନାଙ୍କ ପିତା ମଧ୍ୟ ୧୯୮୯ ରେ ସୁପ୍ରିମକୋର୍ଟର ୧୯ତମ ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି । ତେବେ ଏତେ ମାତ୍ରାରେ ମହିଳାମାନଙ୍କ ରାଜୁତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ