୧୫ବର୍ଷରେ ନିଜର ବ୍ୟବସାୟ ଆରମ୍ଭ କରିବା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ । ହେଳେ ଏଭଳି ଏକ କାର୍ଯ୍ୟ କରିଦେଖାଇଛନ୍ତି ମୁମ୍ବାଇରେ ରହୁଥିବା ଆର୍ଯ୍ୟହୀ । ମାତ୍ର ୧୫ ବର୍ଷରେ ସେ ପ୍ରସ୍ତୁତ କରିଛନ୍ତି ଅର୍ଗାନିକ ଅତର । ଏହାସହ ୨ରୁ ୩ ମାସ ଭିତରେ ସେ ପ୍ରାୟ ଏକଲକ୍ଷରୁ ଅଧିକ ବ୍ୟବସାୟ କରିଛନ୍ତି । ନବମ ଶ୍ରେଣୀରେ ପଢୁଥିବା ଏହି ଝିଅ ବର୍ତ୍ତମାନ ନିଜ କାର୍ଯ୍ୟ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି । ୨୦୨୦ରେ ଯେତେବେଳେ କରୋନା କାରଣରୁ ସବୁ ବଜାର ବନ୍ଦ ହୋଇଯାଇଥିଲା, ସେତେବେଳେ ସେ ଭଲ ସେଣ୍ଟଟିଏ ପାଇବା ପାଇଁ ସମସ୍ୟାରେ ପଡିଥିଲେ । ସେହିଭଳି ମାର୍କେଟରେ ମିଳୁଥିବା କେମିକାଲ ସେଣ୍ଟରୁ ମଧ୍ୟ ସେ ସୁରକ୍ଷିତ ରହିବାକୁ ଚାହୁଁଥିଲେ ।
ତେଣୁ ସେ ଅର୍ଗାନିକ ସେଣ୍ଟ କଥା ଭାବିଥିଲେ, ଯାହା ନିଜେ ପ୍ରସ୍ତୁତ କରିବେ । ତାପରେ ନିଜର ପ୍ରକ୍ରିୟା ଆରମ୍ଭ କରିଥିଲେ । ଅନେକ ଅତର ପ୍ରସ୍ତୁତକାରୀ କମ୍ପାନୀ ସହିତ ସେ କଥା ହେବା ପରେ ନିଜର ବେଲା ଫ୍ରେଗରେନ୍ସ ନାମରେ ବ୍ରାଣ୍ଡ ଆରମ୍ଭ କଲେ । ତେବେ ତାଙ୍କୁ ପ୍ରଥମରୁ ଅନେକ କଷ୍ଟ କରିବାକୁ ପଡିଲା । ପ୍ରଥମେ ତାଙ୍କ ଷ୍ଟାର୍ଟଅପ୍କୁ କେହି ଗୁରୁତ୍ୱ ଦେଇନଥିଲେ । ତାଙ୍କୁ ବଜାରରେ କଞ୍ଚାମାଲ ମଧ୍ୟ ମିଳିନଥିଲା, କାରଣ ସେ ଏତେ ସାନ ଥିଲେ ସେଥିପାଇଁ । ହେଲେ ପରେ ନିଜର କାର୍ଯ୍ୟ ସାହାଯ୍ୟରେ ସେ ସମସ୍ତଙ୍କ ବିଶ୍ୱାସ ଜିତିପାରିଥିଲେ । ବର୍ତ୍ତମାନ ତାଙ୍କ କମ୍ପାନୀ ତିନି ପ୍ରକାରର ଅତର ପ୍ରସ୍ତୁତ କରୁଛି, ଯଥା ବେଲା ଅର୍ଗାନିକ, ବେଲା ନ୍ୟାଚୁରାଲ୍ ଓ ବେଲା ରୋଜା ।
ଏହା ଶତ ପ୍ରତିଶତ କେମିକାଲ ଫ୍ରି ଥିବା ବେଳେ ପରିବେଶ ଉପଯୋଗୀ ବୋଲି ଆର୍ଯ୍ୟହୀ ମତ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କର ୨୦୦ରୁ ଅଧିକ ସାମଗ୍ରୀ ବିକ୍ରି ହୋଇସାରିଥିବା ବେଳେ ଏହି ସଂଖ୍ୟା ବଢିବାରେ ଲାଗିଛି । ସେ ନିଜ ବ୍ୟବସାୟ କେବଳ ଅନଲାଇନ୍ରେ ଚଲେଇଛନ୍ତି । ତେବେ ଲକଡାଉନ ପରେ ସେ ନିଜ ପାଠ ସହିତ ଏହି ବ୍ୟବସାୟ ପାଇଁ ସମୟ କାଢୁଛନ୍ତି । ତାଙ୍କୁ ଏହି ବ୍ୟବସାୟରେ ତାଙ୍କ ପରିବାର ସମ୍ପୁର୍ଣ୍ଣ ସହଯୋଗ କରୁଛନ୍ତି ।
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
Union Budget 2025: ସରକାରଙ୍କ ପାଖରେ ପୁଞ୍ଜି ଅଛି, ଭଲରେ ବ୍ୟବହାର ଆବଶ୍ୟକ- ଡି ସୁବାରାଓ
Union Budget 2025: ଆୟକର ସ୍ଲାବ ଏବଂ ହାର ସଂଶୋଧନ, ହୋଇପାରେ ବିଗ୍ ଟ୍ୟାକ୍ସ୍ ରିଲିଫ ?