ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପାଳନ କରିବା ଦ୍ୱାରା ସମସ୍ତ ବ୍ୟକ୍ତି ନିଜର ସମସ୍ୟା ସମାଧାନ କରିପାରିବେ । ଏକ ସୁଖ ଜୀବନ ବ୍ୟତିତ କରିବା ପାଇଁ ଚାଣକ୍ୟଙ୍କ ନୀତି ଅନୁସରଣ କରିବାର ଆବଶ୍ୟକତା ରହିଛି । ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ଲୋକ ଅନ୍ୟର ଦୁଃଖ ଦେଖି ସୁଖୀ ହୋଇଥାଏ ସିଏ କେବେ ବି ନିଜ ଜୀବନରେ ସୁଖୀ ହୋଇପାରିନଥାଏ । ଚାଣକ୍ୟ ନିଜ ଶ୍ଲୋକ ମାଧ୍ୟମରେ ଜୀବନର ଅନେକ ଗୁଢ ରହସ୍ୟ ବିଷୟରେ ବୁଝାଇଛନ୍ତି । ସେ କହିଛନ୍ତି ମଣିଷକୁ ସର୍ବଦା ନିଜର ମନ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି । ଏ ନେଇ ଚରକ ସହିଂତାରେ ବର୍ଣ୍ଣନା କରାଯାଇଛି । ଯେଉଁ ବ୍ୟକ୍ତିଙ୍କର ମନ ସ୍ଥିର ରହିଥାଏ ସିଏ ଅନ୍ୟର ଦୁଃଖକୁ ବୁଝିପାରିଥାଏ । ସେ ନିଜ ଜୀବନରେ ଅନ୍ୟଙ୍କୁ ସାହାଯ୍ୟ କରି ଆନନ୍ଦ ପାଇଥାଏ । ତେଣୁ ଜୀବନରେ ସୁଖ ପାଇଁ ପ୍ରଥମେ ନିଜ ମନକୁ ଶାନ୍ତ ରଖ;ୁ । ଯେଉଁ ବ୍ୟକ୍ତିଙ୍କର ମନ ସ୍ଥିର ନଥାଏ ସେମାନେ କେବେ ବି ଅନ୍ୟ ଖୁସିରେ ସୁଖି ହୋଇପାରନ୍ତି ନାହିଁ । ତେବେ ଏଭଳି ବ୍ୟକ୍ତି କେଉଁ ସ୍ଥାନରେ ବି ସୁଖି ରହିପାରିବେ ନାହିଁ ।
ଯେତେ ଲୋକଙ୍କ ପାଖରେ ଥିଲେ ମଧ୍ୟ ଏମାନେ ସର୍ବଦା ନିଜକୁ ନିସଙ୍ଗ ଭାବିବେ । ତେଣୁ ସର୍ବଦା ଅନ୍ୟ ଦୁଃଖରେ ଦୁଖି ହୋଇ ସୁଖରେ ଖୁସି ହୁଅ;ୁ । ଜୀବନ ସହଜ ହୋଇଯିବ ।
1 thought on “ଅନ୍ୟ ଖୁସିରେ ଖୁସି”