ପ୍ଲìଟୋକୁ ନେଇ ବୈଜ୍ଞାନିକମାନେ ନୂଆ ତଥ୍ୟ ପ୍ରକାଶ କରିଛନ୍ତି । ନେଚର୍ ଜର୍ନଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ଲìଟୋରେ ବରଫ ଆଗ୍ନେୟଗିରି ଦୃଶ୍ୟମାନ ହୋଇଛି । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସାର ମହାକାଶଯାନ ନୁ୍ୟ ହୋରାଇଜନ୍ସ ପ୍ଲìଟୋର ଅସମତଳ ଚଟଣାରେ ପ୍ରଥମ ଥର ବରଫର ଆଗ୍ନେୟଗିରିକୁ ଠାବ କରିଛି । ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଏଠାରେ ପୃଥିବୀରେ ଥିବା ଆଗ୍ନେଗିରି ପରି ଗରମ ଲାଭା ନିର୍ଗତ ନହୋଇ ବହୁ ପରିମାଣର ବରଫ ନିର୍ଗମନ ହେଉଛି । ନାସା ଅନୁସାରେ ଏହି ପ୍ରକାରର ପ୍ରାୟ ୧୦ଟି ଆଗ୍ନେୟଗିରି ମିଳିଛି । ତେବେ ଏପରି ଆଗ୍ନେୟଗିରି ଏପର୍ଯ୍ୟନ୍ତ କେବଳ ପ୍ଲìଟୋରେ ହିଁ ମିଳିଛି । ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଏହି ପ୍ରକାର ରହସ୍ୟମୟୀ ଆଗ୍ନେୟଗିରି ପୂର୍ବରୁ ସୌରମଣ୍ଡଳରେ ଦେଖିବାକୁ ମିଳିନାହିଁ । ତେବେ ବୈଜ୍ଞାନିକମାନେ ଏହି ବରଫ ଆଗ୍ନେୟଗିରିର ନାମ କ୍ରାୟୋଭୋଲକାନୋସ୍ ଦେଇଛନ୍ତି । ସାଉଥେୱଷ୍ଟ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ ଅନୁଯାୟୀ ପ୍ଲìଟୋର ଦକ୍ଷିଣପଶ୍ଚିମ କ୍ଷେତ୍ରରେ ଏହା ୩୦ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ରିସର୍ଚ୍ଚରେ କୁହାଯାଇଛି ଯେ ସୌରମଣ୍ଡଳର ଅନ୍ୟ ଉପଗ୍ରହରେ ବହୁ ବରଫ ଆଗ୍ନେୟଗିରି ଅଛି, କିନ୍ତୁ ସେମାନ ଏହି ଆଗ୍ନେୟଗିରିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ୨୦୧୫ରେ ପ୍ଲìଟୋ ଉପରେ ବରଫ ଆଗ୍ନେୟଗିରି ଥିବା ସୂଚନା ମିଳିଥିଲା । ସେହି ସମୟରେ ନାସା ମହାକାଶଯାନ ପ୍ଲìଟୋ ଚାରିପଟେ ଅତିକ୍ରମ କରୁଛନ୍ତି ।
https://twitter.com/SPACEdotcom/status/689870033812516864
ନୁ୍ୟ ଗୋରିଜନ୍ସ ହେଉଛି ପ୍ରଥମ ମହାକାଶାଯାନ ଯାହା ପ୍ଲìଟୋ ଦେଇ ଅତିକ୍ରମ କରିଥିଲା, ଯାହା ସାହାଯ୍ୟରେ ଏହି ଆଗ୍ନେୟଗିରିର ଫଟୋ ନିଆଯାଇଥିଲା ।
1 thought on “ପ୍ଲìଟୋରେ ବରଫ ଆଗ୍ନେୟଗିରି”