The Topmost

“The eyes believe themselves, the ears believe other people.”

RD

ଅନନ୍ୟାଙ୍କୁ ବଲି ବିମ୍ବୋ କହିଲେ କଣ୍ଟ୍ରୋଭର୍ସି କ୍ୟୁନ୍‌ କଙ୍ଗନା ରାଣାୱତ୍‌

ବଲିଉଡର ସେନସେସନାଲ ଓ କଣ୍ଟ୍ରୋଭର୍ସି କ୍ୟୁନ୍‌ କଙ୍ଗନା ରାଣାୱତ୍‌ ସବୁବେଳେ ନିଜ ଭିନ୍ନ ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥାନ୍ତି । ସେ କହିବା ବେଳେ କାହାକୁ କଣ କହି ଦିଅନ୍ତି ଫଳରେ ତାହା ଏକ ଟ୍ରେଣ୍ଡରେ ପରିଣତ ହେଇଯାଏ । ସେ ସବୁବେଳେ ପଏଣ୍ଟ ଉପରେ କଥା କୁହନ୍ତି । ସେ ତାଙ୍କର ଫିଲ୍ମ ଧାକଡର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତାଙ୍କର ଦମଦାର ଅଭିନୟ ଓ ଆକ୍ସନ ପାଇଁ ସେ ବେଶ୍‌ ପ୍ରଶଂସିତ ହୋଇଛନ୍ତି । କିନ୍ତୁ ନିଜର ଫିଲ୍ମର ପ୍ରମୋସନ ପାଇଁ ସେ କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋକୁ ଆସିଥିଲେ । ସେଠାରେ ଏକ ରାପିଡ୍‌ ଫାୟାର ରାଉଣ୍ଡରେ କପିଲ କଙ୍ଗନାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସେଥିମଧ୍ୟରୁ ଏକ ପ୍ରଶ୍ନ ଥିଲା ଯେ ବଲି ବିମ୍ବୋ କଣ୍‌ ।

ତେବେ ଏହାର ଉତ୍ତର ଦେବାକୁ ଯାଇ ସେ କାହାର ନାମ ନେଇ ନଥିଲେ । କିନ୍ତୁ ଅନନ୍ୟା ପାଣ୍ଡେଙ୍କ ଦ୍ୱାରା କରାଯାଇଥିବା ଏକ ଅବିକଳ ଆକଫିଙ୍ଗକୁ କରି ସେ କହିଥିଲେ ୟେ ହେଉଛନ୍ତି ବଲି ବିମ୍ବୋ । ସେ ନିଜର ନାକରେ ଜିଭ ଲଗାଇ କହିଥିଲେ ଯେ ଏହା ତାଙ୍କର ଏକ ଟାଲେଣ୍ଟ । ତେବେ ଏପରି ଟ୍ୟାଲେଣ୍ଟ ଥିବା ବ୍ୟକ୍ତି ନିଶ୍ଚୟ ଏହି କାଟାଗୋରୀରେ ଫିଟ୍‌ ହେବେ । ତେବେ କଙ୍ଗନାଙ୍କ ଏପରି ଅଭିନୟକୁ ଦେଖି କପିଲ ଶର୍ମାଙ୍କ ଠାରୁ ଆରମ୍ଭ କରି ଦର୍ଶକ ହସି ହସି ଲୋଟ ପୋଟ ହୋଇଯାଇଥିଲେ ।

ତେବେ ସବୁ ଥର ପରି ଏଥର ମଧ୍ୟ ବଲିଉଡ୍‌ କୁ୍ୟନ୍‌ କଙ୍ଗନା ରାଣାୱତ ଏଥିପାଇଁ ଲାଇମ ଲାଇଟକୁ ଆସିଛନ୍ତି । ତେବେ ଅନ୍ୟପଟେ କହିବାକୁ ଗଲେ କଙ୍ଗନାଙ୍କ ପାଇଁ ଚଳିତ ବର୍ଷ ବେଶ୍‌ ଲାଭ ଦାୟକ ସାବ୍ୟସ୍ତ ହେଉଛି । ସେ ନିକଟରେ ଇଣ୍ଟରନେଟରେ କଣ୍ଟ୍ରୋଭର୍ସିର ଖୋରାକ ଯୋଗାଇଥିବା ହାଇ ପ୍ରୋଫାଇଲ୍‌ ଡିରେକଫର କମ୍‌ ପ୍ରଡ୍ୟୁସର ଏକତା କପୁରଙ୍କ ବାଲାଜି ପ୍ରଡକ୍ସନ ତରଫରୁ ବହୁ ପ୍ରଶଂସିତ ଶୋ ଲକଅପ୍‌ ର ହୋଷc ଭାବରେ ନାମ କରିଚନ୍ତି । ଏବଁ ଏହା ସହିତ ଏବେ କାଙ୍କର ଏକ ଫିଲ୍ମ ଧାକଡ ମଧ୍ୟ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ସେ ଖୁବ୍‌ ଖୁସିଥିବା କହିଛନ୍ତି ।

http://BK

https://thetopmost.in/?p=985

https://thetopmost.in/?tag=bpllywood-news

https://thetopmost.in/?p=1479