The Topmost

“The eyes believe themselves, the ears believe other people.”

worship of telly actress.

worship of telly actress.

ମୋନାଲିସାଙ୍କୁ ପୂୁଜା !
ଟିଭି ସିରିଏଲ୍‌ରେ ବେଳେବେଳେ ଏଭଳି ସିନ୍‌ ଦେଖାଇଥାଏ, ଯାହା ବାସ୍ତବ ପରି ମନେ ହୁଏ ନାହିଁ । ଏହି ସିନ୍‌ଗୁଡିକର ସଂଯୋଗ ବାସ୍ତବ ଦୁନିଆ ସହିତ ଖୁବ କମଥାଏ । ସେହିଭଳି ଏକ ଟିଭି ସିନ୍‌ ଭାଇରାଲ ହେବାରେ ଲାଗିଛି । ଏକ ବଙ୍ଗାଳୀ ସିରିଏଲ୍‌ରେ ଲିଓନାଡୋ ଦାଭେନ୍ସିଙ୍କର କଳାକୃତି ମୋନାଲିସାର ଏକ ଫଟୋକୁ ପୂଜା କରାଯାଉଛି । ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଫଟୋରେ ଏକ ଫୁଲମାଳ ଚଢାଯାଇ ଥିବା ବେଳେ ତାକୁ ଏକ ମହିଳା ପୂଜା କରୁଥିବାର ଦେଖାଯାଇଛି । କେବଳ ଏତିକି ନୁହେଁ ଫଟୋ ଫାଖରେ ଧୁପକାଠି ମଧ୍ୟ ଲଗାଯାଇଛି । ତେବେ ଏହା ପଛରେ ମଧ୍ୟ ସିରିଏଲ୍‌ର ନିଜସ୍ୱ କାହାଣୀ ରହିଛି । ଏଥିରେ ପୂଜା କରୁଥିବା ମହିଳା ଚରିତ୍ର ମୋନାଲିସା କିଏ ଜାଣିନାହାନ୍ତି, ତେଣୁ ସେ ତାଙ୍କୁ ଠାକୁର ଭାବି ପୂଜା କରୁଛନ୍ତି । ହେଲେ ଇଣ୍ଟରନେଟ୍‌ରେ ଭିଡିଓ ଉପରେ ଅନେକ ମଜାଳିଆ କମେଣ୍ଟ ମିଳୁଛି ।

https://thetopmost.in/?p=1482

https://thetopmost.in/?p=1374

https://thetopmost.in/?p=1576