ବିରଳ ରେକର୍ଡ
ଅନେକ ସମୟରେ ବିଭିନ୍ନ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଥାଏ । ବିଶ୍ୱର ସବୁଠାରୁ ଡେଙ୍ଗା ମହିଳାଙ୍କ ବିଷୟରେ ସମସ୍ତେ ଜାଣିଥିବେ, ହେଲେ ତାଙ୍କ ନାମରେ ଆଉ ତିନୋଟି ନୂଆ ରେକର୍ଡ ଯୋଡି ହୋଇଥିବା ଜଣାପଡିଛି । ସେ ପୂର୍ବରୁ ସବୁଠାରୁ ଡେଙ୍ଗା ମହିଳା ଭାବେ ଗିନିଜ୍ ରେକର୍ଡ କରି ସାରିଛନ୍ତି । ତେବେ ପୁଣି ତିନୋଟି ନୂଆ ରେକର୍ଡ ନେଇ ଗିନିଜ୍ ବୁକ୍ର ଅଧିକାରୀ ପ୍ରକାଶ କରିଛନ୍ତି । ଗେଲVି ନାମକ ଏହି ମହିଳାଙ୍କର ଉଚ୍ଚତା ୭ଫୁଟ ୦.୭ ଇଞ୍ଚ । ତେବେ ବର୍ତ୍ତମାନ ମହିଳା ବିଭାଗରେ ବିଶ୍ୱର ତାଙ୍କର ସବୁଠାରୁ ଲମ୍ବା ଆଙ୍ଗୁଠି, ବଡ ହାତ ଓ ସବୁଠାରୁ ଲମ୍ବା ପିଠି ରହିଛି । ତାଙ୍କର ଡାହାଣ ହାତର ଲମ୍ବ ୨୪.୯୩ ସେମି ଥିବାବେଳେ, ବାମ ହାତର ଲମ୍ବ ୨୪.୨୬ ସେମି ରହିଛି । ସେହିଭଳି ତାଙ୍କ ପିଠିର ଲମ୍ବ ୫୯.୯ ସେମି ରହିଛି । ୨୦୧୪ରେ ମାତ୍ର ୧୮ବର୍ଷ ବୟସରେ ସେ ବିଶ୍ୱର ସବୁଠାରୁ ଲମ୍ବା କିଶୋରୀ ଭାବେ ଗିନିଜ୍ ରେକର୍ଡ କରିଥିଲେ । ଏହାପରେ ୨୦୨୧ରେ ସେ ବିଶ୍ୱର ସବୁଠାରୁ ଲମ୍ବା ମହିଳା ଭାବେ ଏହି ରେକର୍ଡକୁ ବଜାୟ ରଖିଛନ୍ତି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ