ବିଶ୍ୱ ମେଲେରିଆ ଦିବସ
ପ୍ରତିବର୍ଷ ଏପ୍ରିଲ ୨୫ରେ ପାଳନ ହେଇଥାଏ ବିଶ୍ୱ ମ୍ୟାଲେରିଆ ଦିବସ । ମ୍ୟାଲେରିଆ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥାଏ । ବିଶ୍ୱରେ ଅନ୍ତତଃ ୧୦୬ ଦେଶର ୩.୩ ବିଲିୟନ ଲୋକ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ । ଏସିଆ ଓ ଲାଟିନ ଆମେରିକା ସହ ୟୁରୋପର କିଛି ଅଞ୍ଚଳ ମଧ୍ୟ ମେଲେରିଆ କବଳରେ ରହିଛନ୍ତି । ଆଫ୍ରିକାରେ ପ୍ରଥମେ ମ୍ୟାଲେରିଆ ଦିବସ ପାଳନ ପାଇଁ ପ୍ରୟାସ ହୋଇଥିଲା । ଏହାପରେ ସାରା ବିଶ୍ୱରେ ଏହି ଦିବସ ପାଳନ ହୋଇଥିଲା । ୨୦୦୭ରେ ଏହାକୁ ପ୍ରଥମେ ପାଳନ କରାଯାଇଥିଲା । ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ମେଲେରିଆ ରୋଗ ସହ ସେଥିରୁ କିଭଳି ମୁକ୍ତି ମିଳିବ ସେ ନେଇ ସଚେତନ କରାଯାଇଥାଏ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ