ବାସ୍ତୁରେ ନିମନ୍ତ୍ରଣ ପତ୍ର
ବାହାଘର ପୂର୍ବରୁ ସମସ୍ତ କଥା ଜାତକ ଅନୁସାରେ କରାଯାଇଥାଏ। ଏଥିରେ ଛୋଟରୁ ଛୋଟ କଥାକୁ ଧ୍ୟାନ ଦିଆଯାଇଥାଏ। ତେବେ ବାହାଘରରେ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା ବାହାଘର କାର୍ଡ। କାର୍ଡ ପ୍ରତି ସମସ୍ତେ ଧ୍ୟାନ ଦେଇଥାଆନ୍ତି। ତେବେ ଏହି ନିମନ୍ତ୍ରଣ ପତ୍ର ପାଇଁ ବାସ୍ତୁରେ ବିଭିନ୍ନ ନିୟମ ରହିଛି। କାର୍ଡକୁ ନେଇଥିବା ବାସ୍ତୁ ନିୟମ ପାଳନ କଲେ ଦମ୍ପତ୍ତିଙ୍କ ଜୀବନ ସୁଖମୟ ହୋଇଥାଏ। ଏଥିରେ କାର୍ଡର ଡିଜାଇନ ନେଇ ରଙ୍ଗ, ଆକାର ବିଷୟରେ କିଛି ନିୟମ ରହିଛି।
ଖାସ ଆକୃତି ଚୟନ: ଜୀବନରେ ଖୁସି ବଜାୟ ରଖିବା ପାଇଁ ଫୁଲକୁ ଖାସ ଜରିଆ ଭାବେ ଧରାଯାଏ। ବାସ୍ତୁରେ ପଦ୍ମ ଫୁଲକୁ ଶୁଭ ମନାଯାଏ। ତେଣୁ କାର୍ଡରେ ଛୋଟ ଆକାର ହେଉପଛେ ପଦ୍ମ ଫୁଲର ଏକ ଆକୃତି ରଖନ୍ତୁ। ଏହା ଦ୍ୱାରା ନବ ଦମ୍ପତ୍ତିଙ୍କ ଜୀବନରେ ଖୁସି ଭରିଯିବ। ଏହାସହ କାର୍ଡକୁ ତେଢା କରି ଛାପନ୍ତୁ ନାହିଁ।
ଅକ୍ଷରର ରଙ୍ଗ: କାର୍ଡରେ ନାଁକୁ ଆର୍କଷଣୀୟ ଦେଖାଯିବା ପାଇଁ ଗାଢ ରଙ୍ଗରେ ବର କନ୍ୟାଙ୍କ ସହିତ ଅନ୍ୟ ପରିଜନଙ୍କ ନାଁ ଲେଖନ୍ତି। ହେଲେ ବାସ୍ତୁ ଅନୁସାରେ କାର୍ଡରେ ନାଁ ଲେଖିବା ପାଇଁ ଏଭଳି ରଙ୍ଗ ବ୍ୟବହାର କରନ୍ତୁ ଯେପରି ଏହି ରଙ୍ଗରୁ ସକରାତ୍ମକତା ଭାବନା ଆସୁଥିବ। ଗାଢ ରଙ୍ଗ ବ୍ୟବହାରରୁ ନିବୃତ୍ତ ରୁହନ୍ତୁ।
ଛାପନ୍ତୁ ନାହିଁ ଫଟୋ : ଆଜିକାଲି ନିମନ୍ତ୍ରଣ ପତ୍ରରେ ଫଟୋ ଛାପିବା ଏକ ଫ୍ୟାସନରେ ପରିିଣତ ହୋଇଛି। ଏଥିରେ ବର ବଧୁଙ୍କର ଫଟୋ ଛପାଯାଉଛି। ତେବେ ଏପରି କରିବା ବାସ୍ତୁ ଅନୁସାରେ ଭୁଲ୍। କାରଣ ବାହାଘର କାର୍ଡ ବାହାଘର ସରିଲା ପରେ କିଛି କାମର ନଥାଏ। ଯାହା ଏଣେ ତେଣେ ଫୋପଡାଯାଏ। ଏଥିରେ ଫଟୋ ଥିଲେ ଫଟୋ ମଧ୍ୟ ଏଣେତେଣେ ପଡେ। ଯାହା ଶୁଭ ନୁହେଁ। ତେଣୁ ଫଟୋ ଛାପିବାରୁ ନିବୃତ୍ତ ରୁହନ୍ତୁ।

8 thoughts on “Vastu sashtra behind the Invitation card.”