ଶସ୍ତା ସମାଧାନ ଗଛ ଲଗାଇବା
ଆଜିକାଲି ବାୟୁ ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ଭନ କରାଯାଉଛି । କେତେକ ସ୍ଥାନରେ ମହଙ୍ଗା ଟେକ୍ନୋଲୋଜିକୁ ମଧ୍ୟ ବ୍ୟବହାର କରାଯାଉଛି । ତେବେ ଏକ ନୂଆ ଅଧ୍ୟୟନ ଅନୁସାରେ ବାୟୁ ପ୍ରଦୂଷଣ ରୋକିବାକୁ ସବୁଠାରୁ ଶସ୍ତା ଉପାୟ ହେଉଛି ବୃକ୍ଷରୋପଣ । ବିଭିନ୍ନ ଫ୍ୟାକଟ୍ରି ଏବଂ ପ୍ରଦୂଷଣ ହେଉଥିବା ସ୍ଥାନର ଆଖପାଖରେ ଗଛ ଲଗାଇବା ଏକ ଭଲ ଉପାୟ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ଏପରି କରିବା ଦ୍ୱାରା ପ୍ରାୟ ୨୭ ପ୍ରତିଶତ ପ୍ରର୍ଯ୍ୟନ୍ତ ପ୍ରଦୂଷଣକୁ ରୋକା ଯାଇପାରିବ । ତେବେ ଗବେଷକମାନେ ଏନେଇ ଏକ ସର୍ଭେ କରିଛନ୍ତି, ଯେଉଁଥିରେ ସେମାନେ ବାୟୁ ପ୍ରଦୂଷଣ ଓ ଉଦ୍ଭିଦକୁ ନେଇ ବିଭିନ୍ନ ଲୋକଙ୍କର ମତ ନେଇଛନ୍ତି । ଏହାପରେ ସମସ୍ତ ତଥ୍ୟକୁ ଆଧାର କରି ଏକ ଗଣନା କରାଯାଇଥିଲା । ଯେଉଁଥିରେ ପ୍ରଦୂଷଣ କମ କରିବାକୁ ଟେକ୍ନୋଲୋଜି ଠାରୁ ଗଛ ଲଗାଇବା ଶସ୍ତା ବୋଲି ଜଣାପଡିଥିଲା । ଏହି ଗବେଷଣାରେ ସାଧାରଣ ପ୍ରଦୂଷଣକାରୀ ବାୟୁ ଯେପରିକି ସଲଫର୍ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଆଦି ଉପରେ ଉଦ୍ଭିଦର କଣ ପ୍ରଭାବ ରହୁଛି ତାକୁ ଅଧ୍ୟୟନ କରାଯାଇଥିଲା ।
More Stories
ପଇଡ ପାଣିର ଚମତ୍କାର ଜାଣିଲେ ଆଶ୍ଚର୍ଯ୍ୟ ହେବେ
ପିଲାଙ୍କ ଚିଡଚିଡା ପଣକୁ କମାଉଛି ଓମେଗା-3
ରାତିରେ ନିଦ ନଆସିଲେ କରନ୍ତୁ ଏହି ଉପାୟ