The Topmost

“The eyes believe themselves, the ears believe other people.”

Taazmahal placed in different country.

Taazmahal placed in different country.

ବିଭିନ୍ନ ଦେଶର ତାଜମହଲ
ଭାରତର ତାଜମହଲ ବିଶ୍ୱରେ ପ୍ରେମର ବାର୍ତ୍ତା ପ୍ରଚାର କରିଥାଏ । ତେବେ ଆଗ୍ରାରେ ଥିବା ଏହି ତାଜମହଲ ଭଳି ବିଶ୍ୱରେ ଆଉ କେତୋଟି ଦେଶରେ ଅବିକଳ ତାଜମହଲ ରହିଛି । ଯାହା ଦେଖିବାକୁ ପୁରା ଭାରତର ତାଜମହଲ ଭଳି ।
ଚାଇନା
ଭାରତର ପଡୋଶୀ ଦେଶ ଚାଇନାରେ ରହିଛି ଅବିକଳ ତାଜମହଲ ସଦୃଶ କଳାକୃତ୍ତି । ଚାଇନାରେ ଥିବା ପାର୍କ ୱଇଣ୍ଡୋ ଅଫ୍‌ ଦି ୱାର୍ଲଡ ଅଫ ସେହଜାହାଁରେ ଏହି ନକଲି ତାଜମହଲର ନିର୍ମାଣ କରାଯାଇଛି । ଏହି ପାର୍କରେ କେବଳ ତାଜମହଲ ନୁହେଁ, ବିଶ୍ୱର ଆହୁରି ଅନେକ ପରିଚିତ କଳାକୃତ୍ତିର ନକଲ ପ୍ରତିକୃତ୍ତି ମଧ୍ୟ ରହିଛି ।
ୟୁକେ –
ଭାରତକୁ ୨୦୦ ବର୍ଷ ଶାସନ କରିଥିବା ବ୍ରିଟିସରସ ମାନେ ମଧ୍ୟ ତାଜମହଲକୁ କପି କରିଛନ୍ତି । ଇଂଲଣ୍ଡର ବ୍ରିଙ୍ଗଟନ୍‌ରେ ଥିବା ଦ ରୟାଲ୍‌ ପାଭିଲିଅନରେ ରହିଛି ଏହି ତାଜମହଲ । ଏହା ଏକ ପୁରାତନ ରାଜମହଲ, ଯାହା ୧୯ଶହ ଶତାବ୍ଦୀର ଶୈଳୀରେ ପ୍ରେରିତ ହୋଇ ନିର୍ମାଣ କରାଯାଇଛି ।
ଦୁବାଇ
ଦୁବାଇରେ ୨୧,୦୦୦୦ ସ୍କୋୟାରଫୁଟ୍‌ ସ୍ଥାନରେ ନିର୍ମାଣ ହୋଇଛି ନକଲି ତଜମହଲ । ଏହି ନକଲି ତାଜମହଲର ଆକାର ଅସଲିଠାରୁ ପ୍ରାୟ ୪ଗୁଣା ଅଧିକା । ଏହାର ନାଁ ରହିଛି ତାଜ ଆରବିଆ । ଏହି ସ୍ଥାନରେ ସେଠାରେ ୩୫୦ ରୁମ ବିଶିଷ୍ଟ ଏକ ହୋଟେଲ ମଧ୍ୟ ରହିଛି । ଏହାଛଡା ଏଥିରେ ବିଭିନ୍ନ ପ୍ରକାରର ବ୍ୟବସ୍ଥା ଯେପରି ଦୋକାନ, ଆପାର୍ଟମେଣ୍ଟ,ଷ୍ଟୋର, ରୋସ୍ତୋରାଁ ଆଦି ରହିଛି ।

https://thetopmost.in/?p=1779

https://thetopmost.in/?p=1786