ସାଉଥ୍ ମୁଭିର ସକ୍ସେସକୁ ନେଇ ଖପ। ନୱାଜ୍ ଓ ଅଭିଶେକ୍
ଚଳିତ ବର୍ଷ ସାଉଥ ମୁଭିର ଦବଦବା ସାଉଥ ସିନେପ୍ରେମିଙ୍କ ବ୍ୟତୀତ ସାରା ଦେଶ ତଥା ବିଶ୍ୱରେ ରହିଥିବା ନଜର ଆସିଥିଲା । ବିଭିନ୍ନ ବଲିଉଡ ମୁଭିର ସବୁ ପ୍ରକାର ରେକର୍ଡକୁ ବହୁ ପଛରେ ପକାଇ ଦେଇଛି ସାଉଥ୍ ମୁଭି । ଖାଲି ସେତିକି ନୁହେଁ ବରଂ ବଲିଉଡ୍ ଇଣ୍ଡଷ୍ଟିର ବହୁ ଦିଗଜ୍ କଳାକାର ମଧ୍ୟ ସାଉଥମୁହାଁ ହେଉଛନ୍ତି । ନିକଟରେ ସାଉଥ ଫିଲ୍ମ ଆରଆରଆର ହେଉ ଅବା କେଜିଏଫ୍ ଚାପଟର ୨ । ସବୁ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ତୋଡ୍ ପ୍ରଫର୍ମାନ୍ସ ଦେଖାଇଛନ୍ତି । ପୁଷ୍ପା ମୁଭିର ଜବରଦସ୍ତ ଆକ୍ସନକୁ ଏବେ ବି ଲୋକ ଚିୟର କରୁଛନ୍ତି । ଏପରି ସ୍ଥିତିରେ ସାଉଥ ଫିଲ୍ମ ବଲିଉଡ ଫିଲ୍ମ ଭିତରେ ପାର୍ଥକ୍ୟ ବେଶ୍ ସ୍ପଷ୍ଟ । ଖାଲି ଏତିକି ନୁହେଁ ବରଂ ସାଉଥ ଫିଲ୍ମର ରିମେକ୍ ବଲିଉଡରେ ବହୁଳ ପରିମାଣରେ ହେଉଥିବା ଦେଖାଦେଇଛି । ତେବେ ଏପରି କିଛି ଘଟଣାକୁ ନେଇ ସମ୍ବେଦନଶୀଳ ହୋଇଛନ୍ତି ବଲିଉଡ ଷ୍ଟାର ନୱାଜଉଦ୍ଦିନ୍ ସିଦ୍ଦିକି ଓ ଅଭିଶେକ ବଚ୍ଚନ୍ ।


ଅଭିଶେକ ନିଜର ଏକ ଇଣ୍ଟରଭିୟୁରେ କହିଛନ୍ତି ଯେ ଖାଲି ବଲିଉଡ ଇଣ୍ଡଷ୍ଟ୍ରୀ ଜେ ରିମେକ୍ କରୁଛି ତାହା ନୁହେଁ ବରଂ ସାଉଥ ଇଣ୍ଡଷ୍ଟ୍ରୀ ମଧ୍ୟ ବଲିଉଡର ମୁଭିକୁ ରିମେକ୍ କରୁଛନ୍ତି । ଏହା ଏକ୍ସଚେଞ୍ଜ୍ ଅଫ୍ ଆଇଡିଆ । ଆମେ ସମସ୍ତେ ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ସେଥିରେ କୌଣସି ପାର୍ଥକ୍ୟ ନାହିଁ କିଏ କୋଉ ଭାଷାର । ତେବେ ବକ୍ସ ଅଫିସରେ ଜବରଦସ୍ତ ଇନକମର ଉତ୍ତରରେ କହିଛନ୍ତି ଯେ ଆମେ ଆମ ଆମ ଫିଲ୍ମ ଭଲ ବନେଇବା ପାଇଁ ସବୁବେଳେ ଚେଷ୍ଟା କରିଥାଉ । କିନ୍ତୁ ଯଦି ସାଉଥ୍ ଏହି ଫିଲ୍ମରେ ଭଲ କରୁଛନ୍ତି ତ ଭଲ କଥା ।

ଅନ୍ୟପଟେ ଅଭିଶେକଙ୍କ କଥାର ଏକଦମ ବିପରୀତ କଥା କହିଛନ୍ତି ନୱାଜ୍ । ତାଙ୍କ ମତରେ ବଲିଉଡ୍ ସାଉଥ୍ ମୁଭିକୁ ରିମେକ୍ କରି ସେମାନଙ୍କୁ ଲାଇମଲାଇଟରେ ଆଣିଛି । ଆମକୁ ଏପରି କରିବାର ନଥିଲା । ଏବେ ସମୟ ଆସିଛି ଆମକୁ ଆମ ଭୁଲ ସୁଧାରିବାକୁ ହେବ । ନୱାଜ୍ କହିଛନ୍ତି ଯେ ସାଉଥ୍ ମୁଭିର ଏ ଖାଲି ଏକ ଫେଜ୍ ଚାଲିଛି । କୌଣସି ସଫଳତା ପାଇନି । ସଫଳତା ଦେଖିବାକୁ ଆହୁରି ଅନେକ୍ ସମୟ ବାକି ଅଛି ବୋଲି କହିଛନ୍ତି ନୱାଜ । ତେବେ ଏପରି କିଛି ବୟାନ ବାଜି ଚାଲିଥିବାବେଳେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରୁ କୌଣସି ପ୍ରତ୍ୟୋତ୍ତର ମିଳିନାହିଁ ।
11 thoughts on “South movie success, make irritate Bollywood celebrity .”