The Topmost

“The eyes believe themselves, the ears believe other people.”

KGF-Chapter2

South movie KGF has released today

ପ୍ରତୀକ୍ଷାର ଅନ୍ତ ରିଲିଜ୍‌ ହେଲା ‘କେଜିଏଫ୍‌-୨’
ସାଉଥ୍‌ ସୁପରଷ୍ଟାର ୟଶ୍‌ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କେଜିଏଫ୍‌ ଚାପଫର-୨’ ସାରା ଦେଶରେ ଆଜି ମୁକ୍ତିଲାଭ କରିଛି । ୟଶ୍‌, ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ, ପ୍ରକାଶ ରାଜଙ୍କ ଅଭିନୀତି ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ୨୦୧୮ରେ ରିଲିଜ୍‌ ‘କେଜିଏଫ୍‌-୧’କୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । ସେବେଠାରୁ ଏହାର ଦ୍ୱିତୀୟ ପାର୍ଟକୁ ନେଇ କେବଳ ସାଉଥ୍‌ ନୁହେଁ ବରଂ ଉତ୍ତର ଭାରତ ସମେତ ସାରା ଭାରତର ସିନେପ୍ରେମୀଙ୍କ ମଧ୍ୟରେ କ୍ରେଜ୍‌ ରହିଛି । ତେଣୁ ‘କେଜିଏଫ୍‌-୨’ର ଟ୍ରେଲର ରିଲିଜ୍‌ଠାରୁ ଆରମ୍ଭ କରି ଆଗୁଆ ଟିକେଟ ବୁକିଂରେ ନୂଆ ରେକର୍ଡ କରିଛି । ମେଗା ହିଟ୍‌ ଫିଲ୍ମ ‘ପୁଷ୍ପା’ ଏବଂ ‘ଆରଆର୍‌ଆର’କୁ ମଧ୍ୟ ପଛରେ ପକାଇ ଦେଇଛି । ‘କେଜିଏଫ୍‌-୨’ ପ୍ରଥମ ଦିନର ଆଡଭାନ୍ସ ବୁକିଂ ମାମଲାରେ ‘ଆରଆରଆର’ର ରେକର୍ଡକୁ ଭାଙ୍ଗି ଦେଇଛି । ଫିଲ୍ମର ହିନ୍ଦୀ ଭର୍ସନରେ ଆଡଭାନ୍ସ ବୁକିଂ ଏପର୍ଯ୍ୟନ୍ତ ୧୬କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଛି । ଏହାକୁ ଦେଖି ଟ୍ରେଡ୍‌ ସମୀକ୍ଷକ ଆଶା କରିଛନ୍ତି ଯେ ରିଲିଜ୍‌ର ପ୍ରଥମ ଦିନରେ ମଧ୍ୟ ବକ୍ସ ଅଫିସରେ ଏହି ଫିଲ୍ମ ଦଙ୍ଗଲ୍‌, ବାହୁବଳୀ-୨ ଏବଂ ଆରଆରଆରକୁ ପଛରେ ପକାଇ ଅଲ୍‌ ଟାଇମ ରେକର୍ଡକୁ ନିଜ ନାଁରେ କରିବ । ସେହିପରି ମୁମ୍ବାଇ, ଦିଲ୍ଲୀର ପ୍ରଥମ ସକାଳ ୬ଟା ଶୋ’ ହାଉସଫୁଲ୍‌ ରହିଛି । ଟିକେଟର ଦାମ୍‌ ୧୪୫୦ରୁ ଆରମ୍ଭ କରି ୨୦୦୦ ପର୍ଯ୍ୟନ୍ତ ରହିଛି । ଏହା ବ୍ୟତୀତ କେତେକ ସ୍ଥାନରେ ଏହାଠାରୁ ମଧ୍ୟ ଟିକେଟ୍‌ ଅଧିକ ଦାମ୍‌ରେ ବିକ୍ରି ହେଉଛି । ତେବେ ଫିଲ୍ମଟି ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମଲୟାଲମ ଭାଷାରେ ରିଲିଜ୍‌ ହୋଇଛି ।

South movie KGF has released today
South movie KGF has released today @thetopmost-01

https://thetopmost.in/?p=1308

https://thetopmost.in/?p=1278

https://thetopmost.in/?p=1272

https://thetopmost.in/?p=1327