ତରଳ ସୌରଶକ୍ତି
ସୌରଶକ୍ତିକୁ ଷେcାର କରି ରଖିବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ଉପାୟ ଅବଲମ୍ଭନ କରୁଛନ୍ତି । ତେବେ ସେ୍ୱଡେନ୍ର କିଛି ଗବେଷକ ମିଶି ଏକ ଏଭଳି ଉପାୟ ବାହାର କରିଛନ୍ତି, ଯାହାକୁ ବ୍ୟବହାର କରି ସୌରଶକ୍ତିକୁତରଳ ଅବସ୍ଥାରେ ଷ୍ଟୋର କରି ରଖିହେବ । ଏହି ତରଳକୁ ପାଖାପାଖି ୧୮ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିହେବା ସହ ବ୍ୟବହାର ମଧ୍ୟ କରିହେବ । ଏହାକୁ ବ୍ୟବହାର କରି ବିଜୁଳି ଶକ୍ତି ମଧ୍ୟ ନିର୍ମାଣ କରିହେବ ବୋଲି ସେମାନେ ମତ ଦେଇଛନ୍ତି । ସେ୍ୱଡେନ୍ର ଚାଲମରସ୍ ବିଶ୍ୱବିଦ୍ୟାଳୟର ଗବେଷକ ମାନେ ଏକ ମଲିକୁଲାର ସୋଲାର ଥର୍ମାଲ ସିଷ୍ଟମ ନିର୍ମାଣ କରିଛନ୍ତି, ଯାହାର ସହାୟତାରେ ଏହା ସମ୍ଭବ ହୋଇପାରିବ । ସେହିଭଳି ଏକ କମ୍ପାକଫ ଥର୍ମୋଇେáଟ୍ରିକ ଜେନେରେଟରର ମଧ୍ୟ ଉଦ୍ଭାବନ ହୋଇଛି, ଯାହା ଏହି ଷ୍ଟୋର ସୌରଶକ୍ତିକୁ ପୁନଃବ୍ୟବହାର କରିବ ।
ସ୍ୱତନ୍ତ୍ର ଭାବେ ନିର୍ମାଣ ହୋଇଥିବା ଏହି ସିଷ୍ଟମରେ କାର୍ବନ, ହାଇଡ୍ରୋଜେନ୍ ଓ ନାଇଟ୍ରୋଜେନ୍କୁ ସାମିଲ କରାଯାଇଛି । ଯେତେବେଳେ ଏହି ସଲୁ୍ୟସନ୍ ସୂର୍ଯ୍ୟକକିରଣ ସହ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସେ ଏହା ଭିତରେ ରସାୟନିକ ପରିବର୍ତ୍ତନ ଘଟିଥାଏ, ଯାହା ଏହାକୁ ସୌରଶକ୍ତିର ତରଳ ଭାବେ ପ୍ରସ୍ତୁତ କରିଥାଏ । ଏହି ତରଳକୁ ଥର୍ମୋଇେáଟ୍ରିକ୍ ଜେନେରେଟର ସହ ମିଶାଇ ଏକ ଅଲଫ୍ରା ଥିନ୍ ଚିପ୍ ନିର୍ମାଣ କରାଯାଇଛି । ଏହାକୁ ବ୍ୟବହାର କରି ସ୍ମାର୍ଟ ୱାଚ୍, ହେଡଫୋନ୍ ଭଳି ସାମଗ୍ରୀ ଚାର୍ଜ କରାଯାଇପାରିବ । ବର୍ତ୍ତମାନ ଏହାକୁ ବ୍ୟବହାର କରି ଅଳ୍ପ ପରିମାଣରେ ବିଦୁ୍ୟତ୍ଶକ୍ତି ଉତ୍ପାଦନ କରାଯାଉଛି । ତେବେ ଆଗକୁ ଏହାକୁ ଅଧିକ କାର୍ଯ୍ୟକ୍ଷମ କରାଯିବା ନେଇ ଯୋଜନା ରହିଥିବା ଗବେଷକମାନେ ପ୍ରକାଶ କରିଛନ୍ତି । ତେବେ ଏହି ଉଦ୍ଭାବନ ଫଳରେ ବର୍ତ୍ତମାନ ସୌରଶକ୍ତିକୁ ଯେ କୌଣସି ସମୟରେ ବି ବ୍ୟବହାର କରିହେବ ।
ଯୋଦ୍ଧା କେଉଁ ବି ରୂପରେ ହୋଇପାରେ ଏହି ଉକ୍ତିକୁ ସତ କରିଦେଖାଇଛି ରସିଆ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ । ଅନେକ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ସାଧାରଣ ଜନତା ମଧ୍ୟ ସାମିଲ ହୋଇଛନ୍ତି । କିଏ ନିଜ ପରିବାରକୁ ଛାଡି ଯୁଦ୍ଧରେ ସାମିଲ ହୋଇଛିତ ଅନ୍ୟକେଉଁଠି ମହିଳାମାନେ ବି ଅସ୍ତ୍ର ଉଠାଇଛନ୍ତି । ତେବେ ଏହି ଯୁଦ୍ଧରେ ସାମିଲ ହୋଇଛି ୨ବର୍ଷର ଏକ କୁକୁର ପାର୍ଟନ୍ । ପାର୍ଟନ ଯୁଦ୍ଧରେ ବ୍ୟବହାର ହେଉଥିବା ବିସ୍ପୋରଣକାରୀ ଜିନିଷକୁ ଖୋଜି ବାହାର କରୁଛି । କୁକୁରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାରା ବିଶ୍ୱର ଲୋକ ପାର୍ଟନକୁ ପ୍ରଂଶସା କରିବାରେ ଲାଗିଛନ୍ତି । ୟୁକ୍ରେନ୍ର ଷ୍ଟେଟ୍ ଏମରଜେନ୍ସି ସର୍ଭିସ୍ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ଏ ବିଷୟରେ ସୂଚନା ଦିଆଯାଇଥିଲା, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ବିଶ୍ୱର ସବୁଠାରୁ ବୟସ୍କା ଗରିଲା ନିଜର ୬୫ତମ ଜନ୍ମଦିନ ପାଳିଛି । ସାଧାରଣ ଗୋଟିଏ ଗରିଲା ୩୫ରୁ ୪୦ ବର୍ଷ ବଞ୍ଚିଥାଆନ୍ତି । ହେଲେ ଫୋଟୁ ନାମକ ଏହି ଗରିଲାଟି ନିଜ ବୟସଠାରୁ ଦ୍ୱିଗୁଣ ବର୍ଷ ବଞ୍ଚିବାରେ ସକ୍ଷମ ହୋଇପାରିଛି । ବର୍ଲିନ୍ ଜୁରେ ରହୁଥିବା ଫୋଟୁର ଚିଡିଆଖାନା ଅଧିକାରୀ ବେଶ୍ ଧୁମ୍ଧାମରେ ଜନ୍ମଦିନ ପାଳିଛନ୍ତି । ଜନ୍ମଦିନରେ ଫୋଟୁକୁ ଜନ୍ମଦିନ କେକ୍ ମଧ୍ୟ ମିଳିଛି । ତା ମନପସନ୍ଦର ଖାଇବାରେ ଏହାକୁ ପ୍ରସ୍ତୁତ କରାଯାଇଥିଲା । କେକ୍ଟିକୁ ଭାତ, ବିଭିନ୍ନ ପ୍ରକାର ପନିପରିବା ଓ ଫଳ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । ଚିଡିଆଖାନାର କର୍ମଚାରୀମାନେ ଫୋଟୁର ଜନ୍ମଦିନ ପାଳି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।
More Stories
ଖାଲି ମିଠା କମେଇଲେ କମିବନି ଡାଇବେଟିସ୍
ଚୁଟକିରେ ଭଲ ହେବ ଆଖି ଧରା
ବୋନ୍ ଟ୍ୟୁମର କଣ