ଶନିଦଶାରୁ ରକ୍ଷା ପାଇବାକୁ କରନ୍ତୁ ଏହି ସବୁ ଉପାୟ
ହିନ୍ଦୁ କ୍ୟାଲେଣ୍ଡର ହିସାବରେ ସବୁ କୃଷ୍ଣ ପକ୍ଷର ଶେଷ ତାରିଖକୁ ଆମାବାସ୍ୟା ପଡିଥାଏ । ତେବେ ଚଳିତ ଥରର ଅମାବାସ୍ୟା ଖାସ୍ ଏଥିପାଇଁ କି ଏହି ଅମାବାସ୍ୟା ଦିନ ଶନିବାର ପଡୁଛି । ବୈଶାଖ ମାସର ଶନିବାର ଦିନ ଅମାବାସ୍ୟା ପଡୁଥିବାରୁ ଏହି ଦିନଟି ଆହୁରି ମହତ୍ୱପୂର୍ଣ । ଏହାକୁ ଶନି ଅମାବାସ୍ୟା ହିସାବରେ ଶାସ୍ତ୍ରରେ ମାନ୍ୟତା ରହିଛି । ତେବେ ଏହି ଦିନ ଶନିଦେବଙ୍କୁ ପୂଜା କରିବା ଦ୍ୱାରା ଶନିଦଶା ଓ ଶନିଦେବଙ୍କ କୋପରୁ ରକ୍ଷା ମିଳିଥାଏ । ଏହି ଦିନ ଶନିଦେବଙ୍କୁ ବିଭିନ୍ନ ଉପାୟରେ ପୂଜା କରାଯାଇପାରେ । ତେବେ ଆସନ୍ତୁ ଜାଣିବା ସେ ପୂଜାବିଧି ବିଷୟରେ ।
କଇଁଆ ଗଛକୁ ପୂଜା- ଆପଣ ଯଦି ଶନିଦଶା ବା ଶନିଦେବଙ୍କ କୋପରୁ ବଞ୍ଚିବାକୁ ଚାହାନ୍ତି ତେବେ ୩୦ ଅପ୍ରେଲ ଦିନ ସକାଳୁ ସ୍ନାନ କରି କଇଁଆ ଗଛ ପୂଜା କରିବା ପାଇଁ ଯାଆନ୍ତୁ । ନିଜ ପୂଜା ଥାଳିରେ କଳା ରାଶି, ଲୁହାର କଣ୍ଟା, ଶୋରିଷ ତେଲ, ମାଟିଦୀପ ଆଦିକୁ ନିଅନ୍ତୁ । ପ୍ରଥମେ ପୂଜା କରିବା ପୂର୍ବରୁ ସେ ଗଛକୁ କଳା ଲୁଗାରେ ବାନ୍ଧନ୍ତୁ । ତାପରେ କଳା ରାଶି ଓ ଅନ୍ୟ ପୂଜା ସାମଗ୍ରି ନେଇ ସେଠାରେ ଚଢାନ୍ତୁ । ତା ପରେ ସେ ମାଟି ଦୀପରେ ଶୋରିଷ ତେଲ ଦେଇ ସେ ଦୀପକୁ ଜାଳନ୍ତୁ ।
ତେବେ ଶନିଦେବ ଯଦି ଆପଣଙ୍କ ଉପରେ କୃପା କରନ୍ତି ତାହାଲେ ଆପଣଙ୍କ ଉପରେ କାହାର ବି କୁପ୍ରଭାବ ବିଶେଷ କ୍ଷତି କରିପାରିବ ନାହିଁ । ତେବେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କୁ ପୂଜା କରିବା ସହ ତାଙ୍କ ପୂଜାବିଧିକୁ ସଠିକ୍ ଭାବରେ ପାଳନ କରାଗଲେ ସେ ବହୁତ ଖୁସି ହେବା ସହିତ, ଶନିଦଶା ପରି କଠୋର ସମୟ ମଧ୍ୟ ଦୂର ହୋଇଥାଏ । ଏହି ଦିନ ବିଶେଷ ଭାବରେ ଗୁଡରେ ତିଆରି ଜିନିଷକୁ ଗରିବ ଲୋକଙ୍କ ଦାନ କରିବା ସହିତ ମନ୍ଦିରରେ ରାଶିତେଲର ଦୀପ ଜଳେଇଲେ ଲାଭ ମିଳିଥାଏ । ଆଉ ଯେଉଁମାନେ ଶନିଦେବଙ୍କ କୁପ୍ରଭାବରୁ ରକ୍ଷା ପାଇବାକୁ ଚାହାନ୍ତି ସେମାନେ ଏହି ସମସ୍ତ ଉପାୟ ଦ୍ୱାରା ନିଜର ସବୁ ଦୁଃଖକୁ ଦୂରେଇ ପାରିବେ ।
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ