ରେନ୍ ବୋ ମାଉଣ୍ଟେନ
ଦୁନିଆରେ ଅନେକ ସୁନ୍ଦର ସୁନ୍ଦର ଯାଗା ରହିଛି। ସେଥିମଧ୍ୟରୁ ଗୋଟିଏ ହେଲା ରେନ୍ ବୋ ମାଉଣ୍ଟେନ। ପେରୁରେ ରହିଛି ଏହି ସୁନ୍ଦର ରେନ୍ ବୋ ମାଉଣ୍ଟେନ। ସାଧାରଣତ ପାହାଡର ରଙ୍ଗ ଧୂସର କିମ୍ବା ବରଫ ପଡି ଧଳା ହୋଇଥାଏ। ହେଲେ ଏହି ପାହାଡର ରଙ୍ଗ ଇନ୍ଦ୍ରଧନୁ ଭଳି ସାତଟି। ଯାହା ଦେଖିବାକୁ ବେଶ୍ ଆକର୍ଷଣୀୟ। ଏଥିରେ ସାତଟି ରଙ୍ଗର ମାଟି ଆପଣ ଦେଖିପାରିବେ। ତେବେ ବୈଜ୍ଞାନିକଙ୍କ ମତ ଅନୁଯାୟୀ ଏହି ପାହାଡରେ ବିଭିନ୍ନ ପ୍ରକାରର ଖଣିଜପଦାର୍ଥ ମିଳୁଥିବାରୁ ପାହାଡର ରଙ୍ଗ ଏଭଳି ସାତ ପ୍ରକାରର ହୋଇଛି। ଏହି ପାହାଡର ଉପରିଦେଶରେ ପୂର୍ବରୁ ଗ୍ଲେସିଅର କ୍ୟାପ୍ ରହିଥିଲା, ଯାହା ଗ୍ଲୋବାଲଓର୍ମିଂ ଫଳରେ ଧିରେଧିରେ ତରଳିବାରେ ଲାଗିଛି। ଏହି ପାହାଡଟି ସମୁଦ୍ର ପତନଠାରୁ ପ୍ରାୟ୧୭,୦୦୦ ଫୁଟ୍ ଉପରେ ରହିଛି। ଏହି ଯାଗାକୁ ବୁଲି ଯିବାର ସଠିକ ସମୟ ହେଉଛି ଅଗଷ୍ଟ ମାସ। ଏଠାରେ ଡିସେମ୍ବର, ଜାନୁଆରୀ ଓ ଫ୍ରେବୃଆରୀ ମାସରେ ତୁଷାର ପାତ ହୋଇଥାଏ।



2 thoughts on “Peru’s famous ineradicable rainbow mountain .”