The Topmost

“The eyes believe themselves, the ears believe other people.”

Tribal art saree of Odisha .

Odisha’s famous Tribal art saree .

ଟେକ୍ସଟାଇଲ୍‌ ଟେଲସ୍‌ ଫ୍ରମ୍‌ ଟ୍ରାଇବାଲ ଓଡ଼ିଶା
ଲେଖକ ରାଜା ପରିଜାଙ୍କ ବହି ପଢିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ବସିଥାଆନ୍ତି । ତାଙ୍କ ବହିରେ ଭରି ରହିଥାଏ ଓଡ଼ିଶାର କଳା ସ୍ତାପତ୍ୟର ମହକ । ଓଡ଼ିଶା ମାଟିର ଲୁMାୟତ ପ୍ରତିଭାକୁ ପ୍ରଚାର ପ୍ରସାର କରିବାକୁ ସେ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି । ଅନେକ ପ୍ରତିଭାର ଅଧିକାରୀ ହେଲେ ରାଜା ପରିଜା । ସେ ଏକାଧାରାରେ ଜଣେ ଲେଖକ, ଫଟୋଗ୍ରାଫର, ଟ୍ରାଭେଲର, ପୂର୍ବତନ ପ୍ରଶାସନିକ ଅଧିକାରୀ । ତାଙ୍କର ଆଉ ଏକ ବହି ‘ଟେକ୍ସଟାଇଲ୍‌ ଟେଲସ୍‌ ଫ୍ରମ୍‌ ଟ୍ରାଇବାଲ ଓଡ଼ିଶା’ ଲୋକମାନଙ୍କର ଓଡ଼ିଶା ସମ୍ପର୍କିତ ଜ୍ଞାନ ବଢାଇବା ପାଇଁ ପ୍ରସ୍ତୁତ । ଶ୍ରୀଜଗନ୍ନାଥଙ୍କ ବ୍ୟତିତ ଓଡ଼ିଶାର ଅନ୍ୟ ଏକ ପରିଚୟ ହେଲା ଏହାର ହସ୍ତତନ୍ତ । ଓଡ଼ିଶାରେ ଏନେକ ପ୍ରକାରର ହସ୍ତତନ୍ତ ଭରିରହିଛି । ଏହାମଧ୍ୟରେ ଆଦିବାସୀଙ୍କ ହସ୍ତତନ୍ତ ବେଶ୍‌ ନିଆରା, ଏବଂ ଏହି ପୁସ୍ତକରେ ଶ୍ରୀ ପରିଜା ଓଡିଶାର ଆଦିବାସୀଙ୍କ ହସ୍ତକଳାକୁ ନେଇ ଅନନ୍ୟ ବର୍ଣ୍ଣନା କରିଛନ୍ତି । ଆଦିବାସୀ ପରମ୍ପରାରେ ଲୁଚିରହିଥିବା ଅତୁଳନୀୟ କଳାକୁ ଲୋକଲୋଚନକୁ ଆଣିବାକୁ ସେ ନିଜ ବହି ମାଧ୍ୟମରେ ଚେଷ୍ଟା କରିଛନ୍ତି ।

ଓଡ଼ିଶାର ପ୍ରତିଟି ଆଦିବାସୀ ସମ୍ପ୍ରଦାୟର ରହିଛି କିଛି ନିଆରା କାରୁକାର୍ଯ୍ୟ । ଆଜିକାଲିର ଫ୍ୟାଶନ ଦୁନିଆରେ ହାତବୁଣା ବସ୍ତ୍ରରେ ପ୍ରାକୃତିକ ରଙ୍ଗ କିଭଳି ନିଜର ସ୍ୱତନ୍ତ୍ରତା ବଜାୟ ରଖିବେ ସେ ନେଇ ଶ୍ରୀ ପରିଜା ନିଜ ଲେଖା ମାଧ୍ୟମରେ ଚେଷ୍ଟା କରିଛନ୍ତି । ତେବେ ବର୍ତ୍ତମାନ ଏହି ପାରମ୍ପରିକ ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇପାରିଛି । ଓଡ଼ିଶାର ଲୋକାଲ ବ୍ରାଣ୍ଡ ବର୍ତ୍ତମାନ ଗ୍ଲୋବାଲ ବ୍ରାଣ୍ଡରେ ପରିଣତ ହେବାରେ ଲାଗିଛି । ଏହି ଆଦିବାସୀ ପାରମ୍ପରିକ ପୋଷାକ ପଛରେ ପ୍ରକୃତିର ପ୍ରେରଣା ଖୁବ୍‌ ଅଧିକା ରହିଥାଏ । ଏହାର ପ୍ରତିଟି ଡିଜାଇନ୍‌ ସହିତ ରଙ୍ଗ ସମସ୍ତ କଥା ପ୍ରକୃତିର ଅନୁପ୍ରାଣିତ ବୋଲି ଶ୍ରୀ ପରିଜା ତାଙ୍କ ବହିରେ ଦର୍ଶାଇଛନ୍ତି । ତେବେ ସମସ୍ତଙ୍କୁ ଏହି ଡିଜାଇନ୍‌କୁ ପ୍ରୋତ୍ସାହନ ଦେବାର ଆବଶ୍ୟକ ରହିଛି । ଏହାଦ୍ୱାରା ଲୋକାଲ ସାମଗ୍ରୀର ଚାହିଦା ବଢିବ, ଯାହା ଅର୍ଥନୀତି ଉପରେ ସକରାତ୍ମକ ପ୍ରଭାବ ପକାଇବ । ସମସ୍ତ ବିଷୟରେ ଶ୍ରୀ ପରିଜା ନିଜ ବହିରେ ଖୁବ ସୁନ୍ଦର ଭାବେ ଉଲ୍ଲେଖ କରିଛନ୍ତି ।

Tribal art saree of Odisha .
Tribal art saree of Odisha . @thetopmost-01
Tribal art saree of Odisha .
Tribal art saree of Odisha . @thetopmost-01
Tribal art saree of Odisha .
Tribal art saree of Odisha . @thetopmost-01

https://thetopmost.in/?p=1482

https://thetopmost.in/?p=1476

https://thetopmost.in/?p=1434

https://thetopmost.in/?p=1413

https://thetopmost.in/?p=1501

SHARE BY