Now bus will run by solar power.

Now bus will run by solar power.

ସୌରଶକ୍ତି ପରିଚାଳିତ ବସ୍‌
ବର୍ତ୍ତମାନ ବୈଜ୍ଞାନିକମାନେ ସୌରଶକ୍ତିର ବ୍ୟବହାର ବିଭିନ୍ନ ଉପାୟରେ କରୁଛନ୍ତି । ବିଭିନ୍ନ ଘରୋଇ ଉପକରଣ ଠାରୁ ଆରମ୍ଭକରି ବିଦୁ୍ୟତ୍‌ର ବିକଳ୍ପ ଭାବେ ଏହାକୁ ବ୍ୟବହାର କରାଯାଉଛି । ତେବେ ସୌରଚାଳିତ ଉପକରଣ ତାଲିକାରେ ଆଉ ଏକ ନୂଆ ସାମଗ୍ରୀକୁ ବୈଜ୍ଞାନିକମାନେ ଯୋଡିଛନ୍ତି । ବର୍ତ୍ତମାନ ବୈଜ୍ଞାନିକମାନେ ରାସ୍ତାରେ ସାଧାରଣ ଲୋକଙ୍କ ପାଇଁ ଚାଲୁଥିବା ବସ୍‌ରେ ସୋଲାର ପ୍ୟାନେଲ୍‌ ଫିଟ୍‌ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜର୍ମାନ ରାସ୍ତାରେ ଏହିଭଳି ବସ୍‌ ଆଗକୁ ଦେଖାଯିବ । ଜର୍ମାନର ତିନିଜଣ ସାଙ୍ଗ ମିଶି ନିର୍ମାଣ କରିଥିବା କମ୍ପାନୀ ସୋନୋ ମୋଟରସ୍‌ ମୁନିଚ୍‌ ସହରରେ ଥିବା ମୁନିଚ୍‌ ଟ୍ରାନ୍ସପୋର୍ଟ କମ୍ପାନୀ ସହ ମିଶି ଏଭଳି ପଦକ୍ଷେପ ନେବାକୁ ଯୋଜନା କରିଛି ।

ପୂର୍ବରୁ ଏହି କମ୍ପାନୀ ଏକ ସୋଲାର ପ୍ୟାନେଲ ଥିବା କାର ମଧ୍ୟ ବାହାର କରିସାରିଛି । ତେବେ ଏହି ଟେକ୍ନୋଲୋଜି ବ୍ୟବହାର କରି ବର୍ଷକ ମଧ୍ୟରେ ଗୋଟିଏ ବସ୍‌ରେ ପାଖାପାଖି ୨,୫୦୦ ଲିଟର ପର୍ଯ୍ୟନ୍ତ ଡିଜେଲ ସଞ୍ଚିତ କରିହେବ । ସେହିଭଳି ସିଓଟୁ ଗ୍ୟାସ ପ୍ରାୟ ୬.୫ ମେଟ୍ରିକ୍‌ ଟନ୍‌ ପର୍ଯ୍ୟନ୍ତ କମ ଖର୍ଚ୍ଚହେବ । ଏଥିରେ ୨୦ଟି ଫୋଟୋଭୋଲାଟିକ୍‌ ମୋଡୁଲ୍‌ ବ୍ୟବହାର କରାଯାଇଛି, ଯାହା ୨,୦୦୦ ୱାଟରୁ ଅଧିକ ପାୱାର ବ୍ୟାଟେରି ଗୁଡିକୁ ପ୍ରଦାନ କରିବ । ଏହି ସୌରଉର୍ଜାକୁ ବସ୍‌ରେ ବ୍ୟବହାର ହେଉଥିବା ବିଦୁ୍ୟତ୍‌ର ବିକଳ୍ପ ଭାବେ ବ୍ୟବହାର କରିହେବ । ତେବେ ପ୍ରଥମଥର ପାଇଁ ଏହି ଟେକ୍ନୋଲୋଜିକୁ ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ବ୍ୟବହାର କରାଯାଇଛି । ପ୍ରସ୍ତୁତ ମୋଡୁଲ୍‌ଟି ପ୍ରାୟ ୧୩୦ ସ୍କୋୟାର ଫୁଟ୍‌ ଅଞ୍ଚଳ କଭର କରୁଥିବାବେଳେ ଏହା ଏକ ୨୪ ଭୋଲଫ ବ୍ୟାଟେରିକୁ ୨,୦୦୦ ୱାଟ୍‌ରୁ ଅଧିକ ୱାଟର ପାୱାର ସପ୍ଲାଇ କରିବ ।

Now bus will run by solar power.
Now bus will run by solar power. @thetopmost-01

https://thetopmost.in/?p=1413

https://thetopmost.in/?p=1410

https://thetopmost.in/?p=1402

https://thetopmost.in/?page_id=555

https://thetopmost.in/?p=1416

SHARE BY