The Topmost

“The eyes believe themselves, the ears believe other people.”

Kalas is a good luck for every work

Kalas is a good luck for every work .

ସବୁକାର୍ଯ୍ୟ ପାଇଁ ଶୁଭ କଳସ
ପୂର୍ଣ୍ଣ କଳସ ବେଦରେ ପ୍ରାଚୁର୍ଯ୍ୟ ଏବଂ ଜୀବନର ଉତ୍ସର ପ୍ରତୀକ ଭାବରେ ବିବେଚନା କରାଯାଇଛି । ପୂର୍ଣ୍ଣ କୁମ୍ଭ ମୁଖ୍ୟତ ରିଗ୍‌ବେଦ ସମୟରୁ ଜଣାଶୁଣା । କଳସରେ ଅମୃତ ରହିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହାକୁ ଜ୍ଞାନ, ପ୍ରାଚୁର୍ଯ୍ୟ ଏବଂ ଅମରତାର ପ୍ରତୀକ ଭାବରେ ଦେଖାଯାଏ । ପ୍ରାୟ ସମସ୍ତ ହିନ୍ଦୁ ଦେବାଦେବୀଙ୍କ ହାତରେ କଳସ ଶୋଭାପାଇଥାଏ । ପୂର୍ଣ୍ଣ କଳସକୁ ଗଣେଶ ଓ ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ବିବେଚନା କରାଯାଏ । ସେମାନଙ୍କ ଭଳି ଘରର ସମସ୍ତ ଦୁଖ କଷ୍ଟକୁ ନିବାରଣ କରିବା ଓ ଘରେ ସୁଃଖ ସମୃଦ୍ଧି ଆଣିବାରେ କଳସର ଭୂମିକା ରହିଛି ବୋଲି ବିଶ୍ୱାସ କରାଯାଏ । କଳସରେ ବ୍ୟବହାର ହେଉଥିବା ପ୍ରତିଟି ସାମଗ୍ରୀର ଧର୍ମୀୟ ମୂଲ୍ୟବୋଧ ରହିଛି । ତେଣୁ ସମସ୍ତ ହିନ୍ଦୁ ନିଜର କୌଣସି ବି ପବିତ୍ର କାମ ହେଲେ କଳସ ବସାଇବାକୁ ଭୁଲନ୍ତି ନାହିଁ । ଏହା ବସାଇବା ଦ୍ୱାରା ଘରେ ସକରାତ୍ମକତା ସହ ଖୁସି ଓ ସମୃଦ୍ଧି ଆସିଥାଏ । ସମ୍ପାଦନା କରାଯାଉଥିବା କାର୍ଯ୍ୟ ମଧ୍ୟ ନିର୍ବିଘ୍ନରେ ହେବା ପାଇଁ କଳସ ସ୍ଥାପନା କରାଯାଇଥାଏ । କଳସକୁ ସବୁଦିନ ପାଇଁ ନିଜ ଘର ବାହାରେ ମଧ୍ୟ ବସାଇପାରିବେ । ଏପରି କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । କଳସକୁ ସ୍ୱାଗତ ସଙ୍କେତ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ ।

https://thetopmost.in/?p=1557