It can be increase your lifespan

It can be increase your life span

ବୈଜ୍ଞାନିକମାନେ ସର୍ବପ୍ରଥମଥର ପାଇଁ ମଣିଷର ବୟସ ବଢ଼ିବା ତଥା ବୁଢ଼ାହେବା ପ୍ରକ୍ରିୟାରେ ମନ୍ଥରତା ଆଣି ଆୟୁ ବଢ଼ାଇବାର ସୂତ୍ର ଖୋଜି ପାଇଛନ୍ତି । ଏହି ଗବେଷକ ବୈଜ୍ଞାନିକମାନେ ବୟସ ବୃଦ୍ଧିର ଦୁଇଟି ପ୍ରମୁଖ ସଙ୍କେତକକୁ ଦୂର କରିବା ପାଇଁ ଅକ୍ସିଜେନ୍‌ ଥେରାପି ପ୍ରୟୋଗ କରିଛନ୍ତି । ମଣିଷର ବୟସ ବଢ଼ିବା ସହିତ କ୍ରୋମଜମ୍‌ ବା ଗୁଣସୂତ୍ରର ଶେଷ ଭାଗରେ ଥିବା ସୁରକ୍ଷାତ୍ମକ କ୍ୟାପ୍‌ ‘ଟେଲୋମେର’ କ୍ରମଶଃ ଛୋଟ ହୋଇଯାଏ । ଏହା ସହିତ ପୁରୁଣା ତଥା ଅକାମୀ ‘ସେନ୍‌ସେଣ୍ଟ’ କୋଷରେ ବୃଦ୍ଧି ଘଟିଥାଏ । ଏହି ଦୁଇକଥାରୁ ବୟୋବୃଦ୍ଧିର ସଙ୍କେତ ମିଳିଥାଏ । ଏହା ଉପରେ ପରୀକ୍ଷଣ କରିବାକୁ ଯାଇ ବୈଜ୍ଞାନିକମାନେ ୬୪ ବୟସରୁ ଅଧିକ ବୟସର ୩୫ଜଣ ଲୋକଙ୍କୁ ବାଛିଥିଲେ । ଏମାନଙ୍କ ଠାରେ ହାଇପରବେରିକ ଅକ୍ସିଜେନ୍‌ ଥେରାପି ପ୍ରୟୋଗ କରାଗଲା ଯଦ୍ଦ୍ୱାରା ବୟୋବୃଦ୍ଧିରେ ମନ୍ଥରତା ସମ୍ଭବ ହେଲା ।

It can be increase your lifespan
It can be increase your lifespan @thetopmost-01

ଇସ୍ରାଏଲର ତେଲ ଅବିବ ବିଶ୍ୱବିଦ୍ୟାଳୟ ଓ ଶମିର ମେଡ଼ିକାଲ ସେଣ୍ଟରରେ ଏହି ପରୀକ୍ଷା କରାଯାଇଥିଲା । ପୂର୍ବୋକ୍ତ ୩୫ଜଣ ବୟସ୍କ ବ୍ୟକ୍ତିଙ୍କୁ ଅଧିକ ବାୟୁଚାପ ଥିବା ଏକ କୋଠରୀ ଭିତରେ ରଖାଯାଇ ପ୍ରତିଦିନ ସେମାନଙ୍କୁ ୯୦ ମିନିଟ୍‌ ଧରି ଶୁଦ୍ଧ ଅମ୍ଳଜାନ ଦିଆଗଲା । ସପ୍ତାହରେ ଏମିତି ୫ଦିନ କରି ୩ ମାସ ପର୍ଯ୍ୟନ୍ତ ଥେରାପି ଚାଲିଲା । ଶେଷରେ ବୈଜ୍ଞାନିକମାନେ ଦେଖିଲେ ୩୫ଜଣଙ୍କ ଟେଲୋମେରର ଦୈର୍ଘ୍ୟ ହାରାହାରି ୨୦% ବଢ଼ିଛି ଏବଂ ସେନ୍‌ସେଣ୍ଟ କୋଷିକା ସଂଖ୍ୟାରେ ୩୭% ହ୍ରାସ ଘଟିିଛି ।
https://thetopmost.in/?p=1278

https://thetopmost.in/?p=1275

https://thetopmost.in/?p=1272

https://thetopmost.in/?p=1268

ପଶୁଙ୍କଠାରେ ଠିକ୍‌ ଏହି ପଦ୍ଧତି ପ୍ରୟୋଗ କରିବା ଦ୍ୱାରା ସେମାନଙ୍କ ଜୀବଦ୍ଦଶା ଏକ-ତୃତୀୟାଂଶ ବଢୁଛି । ଟେଲୋମେୟର ଧୀରେ ଧୀରେ ଛୋଟ ହୋଇଯିବା ହିଁ ବୟୋବୃଦ୍ଧିର ରହସ୍ୟ । ଟେଲୋମେୟରର ଦୈର୍ଘ୍ୟ ବଢ଼ାଇବା ଉପରେ ବହୁ ଫାର୍ମା କମ୍ପାନୀ ପରୀକ୍ଷାନିରୀକ୍ଷା ଜାରି ରଖିଛନ୍ତି । କାରଣ ବୟୋବୃଦ୍ଧି ଯୋଗୁ ବହୁ ଗୁରୁତର ରୋଗ ଯଥା ଅଲଜାଇମର୍ସ, ପାର୍କିନ୍‌ସନ୍ସ, ଆର୍ଥାଇଟିସ୍‌, କ୍ୟାନ୍‌ସର, ହୃଦ୍‌ରୋଗ ଓ ଡାଇବେଟିସ୍‌ ସୃଷ୍ଟି ହେଉଛି । ପୂର୍ବୋକ୍ତ ପରୀକ୍ଷାରୁ ମିଳିଥିବା ସିଦ୍ଧାନ୍ତ ଆଧାରରେ ଆଣ୍ଟି-ଏଜିଂ ଚିକିତ୍ସା ସମ୍ଭବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି ।

SHARE BY