The Topmost

“The eyes believe themselves, the ears believe other people.”

G

Glamorous heroine kajal agarwal .

ଗ୍ଲାମର ନୁହେଁ ସୁନ୍ଦର
ସାଉଥ୍‌ କମ୍‌ ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ କିଛି ଦିନ ତଳେ ଏକ ଶିଶୁପୁତ୍ରର ଜନନୀ ହୋଇଛନ୍ତି । ଗର୍ଭଧାରଣା ସମୟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ ଏବଂ ସେହିସମୟରେ ହେଉଥିବା ଉ‹ାନପତନକୁ ପ୍ରଶଂସକଙ୍କ ମଧ୍ୟରେ ସେୟାର କରୁଥିଲେ । ବର୍ତ୍ତମାନ କାଜଲ ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିବା ପରେ ତାଙ୍କର ଅନୁଭବକୁ ବାଣ୍ଟିବା ସହ ପୁଅର ନାମ ନୀଲ୍‌ କିଚୁଲ ରଖିଥିବା କହିଛନ୍ତି । ସାଧାରଣତଃ ପ୍ରେଗନେନ୍ସି ପରେ ହିରୋଇନଙ୍କ ମୋଟାପଣ ତାଙ୍କୁ ଆଉ ଗ୍ଲାମରସ୍‌ ଲୁକ୍‌ ପ୍ରଦାନ କରିନଥାଏ ବୋଲି ଚିନ୍ତିତ ଥାନ୍ତି । କିନ୍ତୁ ଏ ସମ୍ପର୍କରେ କାଜଲଙ୍କ ମତ ଭିନ୍ନ ରହିଛି । ସେ କହିଛନ୍ତି ପ୍ରସବ ପରବର୍ତ୍ତୀ ସମୟ ଗ୍ଲାମରସ ନହୋଇପାରେ କିନ୍ତୁ ନିଶ୍ଚିତ ଭାବେ ସୁନ୍ଦର ହୋଇପାରେ । ରାତିଦିନ ଅନିଦ୍ରା, ଧୀରେଧୀରେ ଶରୀର ଗଢଣ ବଦଳିବା ଏବଂ ସମ୍ପୂର୍ଣ୍ଣ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଆସିଲେ ମଧ୍ୟ ସନ୍ତାନପ୍ରାପ୍ତିର ସୁଃଖଦ ଅନୁଭୂତି ଓ ଏହି ଚମତ୍କାର ଯାତ୍ରା ସହ ଆଗକୁ ବଢିବାକୁ ପ୍ରୟାସ କରୁଛନ୍ତି ବୋଲି କାଜଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି ।

https://thetopmost.in/?p=1547

https://thetopmost.in/?p=1537

https://thetopmost.in/?p=1576