The Topmost

“The eyes believe themselves, the ears believe other people.”

different types of sunglasses

Different types of designer sunglasses in trend .

ସନ୍‌ଗ୍ଲାସ
ସମର୍‌ ସିଜନରେ ସନ୍‌ଗ୍ଲାସ ବେଶ୍‌ ଟ୍ରେଣ୍ଡ୍‌ରେ ରହିଥାଏ । ଏଥିରୁ ଷ୍ଟାଇଲିସ୍‌ ସମର୍‌ ଲୁକ୍‌ ମିଳିବା ସହ ଆଖିକୁ ଖରାରୁ ବଞ୍ଚାଇଥାଏ । ଗ୍ରୀଷ୍ମଦିନେ ଅତିବାଇଗଣୀ ରଶ୍ମୀ, ଧୂଳି ଏବଂ ଗରମ ପବନରୁ ଆଖିକୁ ସୁରକ୍ଷା ପ୍ରଦାନ କରେ । ତେଣୁ ବିଳମ୍ବ ନକରି ସମର୍‌କୁ କୁଲ୍‌ କୁଲ୍‌ କରିବା ପାଇଁ ଟ୍ରେଣ୍ଡିଂ ଏବଂ ଷ୍ଟାଇଲିସ ସନଗ୍ଲାସ ଚୟନ କରନ୍ତୁ ।

different types of sunglasses
different types of sunglasses @thetopmost-01

ଅଳଙ୍କୃତ ଚଷମା: ନିଜ ବ୍ୟକ୍ତିତ୍ୱକୁ ଦର୍ଶାଇବା ପାଇଁ ଅଳଙ୍କୃତ ତଥା ଏମ୍ବଲିସଡ୍‌ ସନଗ୍ଲାସ ଆପଣଙ୍କ ପାଇଁ ପରଫେକଫ । ଏହା ବିଭିନ୍ନ ଡିଜାଇନରେ ମାର୍କେଟକୁ ଆସୁଛି । ପାର୍ଟିକୁ ଯାଉଥିଲେ ଷ୍ଟୋନ୍‌, ପର୍ଲ କିମ୍ବା ଫ୍ଲୋରାଲ ଷ୍ଟାଇଲ ସନଗ୍ଲାସ ପିନ୍ଧିପାରିବେ ।

ହ୍ୱାଇଟ୍‌ ଫ୍ରେମ୍‌: ବେଷ୍ଟ୍‌ ସମର୍‌ ଲୁକ୍‌ ଚାହୁଁଥିଲେ ହ୍ୱାଇଟ୍‌ ଫ୍ରେମ୍‌ ଗ୍ଲାସକୁ ବାଛନ୍ତୁ । ଏହା ସବୁବେଳେ ପପୁଲାର ଟ୍ରେଣ୍ଡ୍‌ରେ ରହିଆସୁଛି । ହ୍ୱାଇଟ୍‌ ଫ୍ରେମ୍‌ ଆପଣଙ୍କ ଚେହେରାକୁ ଚମକାଇବାରେ ସାହାଯ୍ୟ କରେ । ଅଫିସ ଲୁକ୍‌କୁ ଏହି ଗ୍ଲାସ୍‌ ଭଲ ମାନିଥାଏ ।

କ୍ୟାଟ୍‌ ଆଇ: ସମସ୍ତ ପ୍ରକାରର ଚେହେରାକୁ କ୍ୟାଟ୍‌ ଆଇ ଫ୍ରେମ୍‌ ମାନିଥାଏ । ଏଥିସହ ଯେକୌଣସି ଆଉଟଫିଟ୍‌ ସହ ସିମ୍ପଲ୍‌ ଲୁକ୍‌ ପ୍ରଦାନ କରିଥାଏ । ଆପଣ ଏହାକୁ ଡେଲି ଲାଇଫ୍‌ରେ ମଧ୍ୟ ବ୍ୟବହାର କରିପାରିବେ ।

ଓଭରସାଇଜ୍‌ ସନ୍‌ଗ୍ଲାସ: ୭୦ ଦଶକର ଷ୍ଟାଇଲ୍‌ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୋଇନଥାଏ । ଏଥିମଧ୍ୟରୁ ଓଭରସାଇଜ୍‌ ସନ୍‌ଗ୍ଲାସକୁ ଆପଣ ଆଜି ବି ଟ୍ରାଏ କରିପାରିବେ । ଏହା ଫ୍ୟାନ୍ସି ଲୁକ୍‌ ପ୍ରଦାନ କରିଥାଏ ।

ଆଙ୍ଗୁଲାର୍‌ ଫ୍ରେମ୍‌: ଆଜିର ଷ୍ଟାଇଲ୍‌ ସେଟ୍‌ରେ ଆଙ୍ଗୁଲାର୍‌ ସନ୍‌ଗ୍ଲାସର କ୍ରେଜ୍‌ ରହିଛି । ରାଉଣ୍ଡ୍‌ ଫେସ୍‌ ପାଇଁ ଏହି ଗ୍ଲାସ ଭଲ ସୁଟ୍‌ କରିଥାଏ । ଆପଣ ଏହାକୁ ଯେକୌଣସି ଉତ୍ସବରେ ପିନ୍ଧିପାରିବେ ।

ଆଭିଏଟର୍‌: କ୍ଲାସିକ୍‌ ଏବଂ କୁଲ୍‌ ଲୁକ୍‌ ପାଇଁ ଏହି ଆଭିଏଚର୍‌ ସନଗ୍ଲାସ ଟ୍ରାଏ କରିପାରିବେ । ଫ୍ୟାଶନ ଜଗତରେ ଏହା ସବୁଠୁ ଟ୍ରେଣ୍ଡ୍‌ରେ ରହିଛି । ସମସ୍ତ ଆୟୁର ଯୁବତୀମାନେ ଏହାକୁ ପିନ୍ଧିପାରିବେ ।

different types of sunglasses
different types of sunglasses @thetopmost-01

ସ୍ପୋର୍ଟି ସନ୍‌ଗ୍ଲାସ୍‌: ସ୍ପୋର୍ଟି ଲୁକ୍‌ ଚାହୁଁଥିଲେ କିମ୍ବା କୌଣସି ସ୍ପୋର୍ଟ୍ସରେ ଭାଗ ନେଉଥିଲେ ଏହାକୁ ପିନ୍ଧିପାରିବେ । ଏହା ଆପଣଙ୍କୁ ହାଲକା ଏବଂ ଆରମଦାୟକ ଲାଗିବ ।

ରାଉଣ୍ଡ୍‌ ଫ୍ରେମ୍‌: ରାଉଣ୍ଡ୍‌ ସନ୍‌ଗ୍ଲାସ୍‌ ଏକ ରେଟ୍ରୋ ଅନୁଭବ ପ୍ରଦାନ କରିଥାଏ । ଯଦି ଆପଣ ୭୦ ଦଶକର ରେଟ୍ରୋ ଲୁକ୍‌କୁ ପସନ୍ଦ କରୁଛନ୍ତି, ତାହେଲେ ଏହାକୁ ପିନ୍ଧିପାରିବେ ।

ମିରର୍‌ ସନଗ୍ଲାସ: େୱଷ୍ଟର୍ନ ଲୁକ୍‌କୁ ଆହୁରି ଷ୍ଟାଇଲିସ୍‌ କରିବାକୁ ଚାହୁଁଥିଲେ ଏପରି ସନ୍‌ଗ୍ଲାସ ପେୟାର ଅପ୍‌ କରିପାରିବେ । ସମର୍‌ ସିଜନରେ ଏହା ସର୍ବଦା ହିଁ ଯୁବତୀଙ୍କ ପ୍ରଥମ ପସନ୍ଦ ପାଲଟିଥାଏ ।

ଗ୍ରାଡିଏଣ୍ଟ୍‌ ଲେନ୍ସ: ବ୍ଲାକ୍‌ରୁ ବୋର୍‌ ହେଉଥିଲେ ସନଗ୍ଲାସ ମଧ୍ୟରେ ଗ୍ରାଡିଏଣ୍ଟ୍‌ ଲେନ୍ସ ଚୟନ କରିପାରିବେ । ଆଜିକାଲି ଏହା ବିଭିନ୍ନ କଲରର ମାର୍କେଟକୁ ଆସିଛି । ହେଲେ ପିଙ୍କ୍‌ ଏବଂ ବ୍ରାଉନ ସମସ୍ତ ତ୍ୱଚାକୁ ମାନୁଥିବା ବେଳେ ଗ୍ରୀନ ଏବଂ ବ୍ଲì କଲ୍‌ରକୁ ଆପଣ ସୁଟ୍‌ ହିସାବରେ ବାଛି ପାରିବେ ।

https://thetopmost.in/?p=1434

https://thetopmost.in/?p=1416

https://thetopmost.in/?p=1413

https://thetopmost.in/?p=1454

SHARE BY