Cancer cramps can be treated by home remedy.

Cancer cramps can be treated by home remedy.

କ୍ୟାନସର୍‌ କ୍ରାମ୍ପରୁ ରକ୍ଷାକରେ ଘରୋଇ ଉପଚାର

କ୍ୟାନସର ଖୁବ୍‌ ଜୋରରେ ବଢୁଥିବା ଏକ ବେମାରି ଅଟେ । ଯଦି ସମୟ ଥିବା ପୂର୍ବରୁ ଏହାର ଉପଚାର କରାନଯାଏ ତେବେ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ । ଏପରି ସ୍ଥିତିରେ ଉପଚାର ସମୟରେ ଗୋଡରେ ଟ୍ୟୁମର ହେବା ଘଟଣା ବିଶେଷ କ୍ଷେତ୍ରରେ ନଜର ଆସେ । ଲେଗ୍‌ କ୍ରାମ୍ପର ସମସ୍ୟା ମଧ୍ୟ କେତେକ କ୍ଷେତ୍ରରେ ଦେଖାଯାଏ । ଆଉ ଯଦି ବ୍ୟକ୍ତିର ଗୋଡରେ ଟିଉମର ଅଛି ତେବେ କ୍ରାମ୍ପର ଚାନ୍ସ ବହୁତ ଅଧିକ । ଧିରେ ଧିରେ ରୋଗୀ ଡିହାଇଡ୍ରେଟ୍‌ ଓ ବ୍ଲଡ ସର୍କୁଲେସନରେ କଷ୍ଟ ଅନୁଭବ କରେ । ଆଉ ତା ପରେ ଏହି କ୍ରାମ୍ପର ସମସ୍ୟା ସାମ୍ନାକୁ ଆସେ ।

ସାଧାରଣତଃ ଏପରି ସ୍ଥିତିରେ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । କିନ୍ତୁ ଏପରି କିଛି ଘରୋଇ ଉପାୟ ରହିଛି ଯାହାର ସାହାଯ୍ୟରେ ରୋଗୀ ସାମାନ୍ୟ ଆରାମ ଅନୁଭବ କରିବେ । ତେବେ ଏହି କ୍ରାମ୍ପ୍‌ ସାଧାରଣତଃ ଟିଉମରର କଷ୍ଟ, ବ୍ଲଡ୍‌ ସର୍କୁଲେସନରେ ଅସୁବିଧା, ସ୍ପାଇନାଲ୍‌ କର୍ଡରେ ଇଞ୍ଜୁରୀ ଓ ବେଶି ଥଣ୍ଡା ପାଇଁ ହୋଇଥାଏ । ତେବେ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ କେତୋଟି ଘରୋଇ ଉପାୟ ବିଷୟରେ ଆସନ୍ତୁ ଜାଣିବା ।

GD
@thetopmost-01

ଷ୍ଟ୍ରେଚିଙ୍ଗ୍‌- ଏପରି ସମସ୍ୟାରେ ରୋଗୀ ଷ୍ଟ୍ରେଚିଙ୍ଗ କରିବା ଆବଶ୍ୟକ । ଏହା ଦ୍ୱାରା ସେ ସାମାନ୍ୟ ଆରାମ ଅନୁଭବ କରେ । ଏହି ଷ୍ଟ୍ରେଚିଙ୍ଗରେ ରୋଗୀ ଗୋଡକୁ ସିଧା ଓ ବଙ୍କା କରି ଭାଙ୍ଗିବା ସହ ପାଦର ଆଙ୍ଗୁଠିକୁ ମୁଭମେଣ୍ଟ କରିବା ଦ୍ୱାରା କ୍ରାମ୍ପ ଜନିତ ସମସ୍ୟାରୁ ମୁକ୍ତି ମିଳେ ।

ଚାଦର ଘୋଡାନ୍ତୁ- କେତେକ ସମୟରେ ବହୁତ ଥଣ୍ଡା କାରଣରୁ ଏପରି ସମସ୍ୟା ଦେଖା ଦେଇଥାଏ । ତେବେ ଥଣ୍ଡାରୁ ମୁକ୍ତି ପାଇବା ପାଇଁ କୌଣସି ଚାଦରକୁ ଦୁଇ ପରସ୍ତ କରି ସେହି ସ୍ଥାନରେ ଘୋଡେଇ ରଖନ୍ତୁ । ଦେଖିବେ କିଛି ଉପଶମ ନିଶcୟ ମିଳିବ ।

SEF
@thetopmost-01

ପର୍ଯ୍ୟାପ୍ତ ପାଣି ପିଅନ୍ତୁ- କିଛି ସମୟରେ ବଡିରେ ପାଣିର ଅଭାବରେ ବି ଏହିପରି ହୋଇଥାଏ । ତେବେ ଉଚିତ ପରିମାଣରେ ପାଣି ପିଇଲେ ଏହି ସମସ୍ୟାରୁ ଆପଣଙ୍କୁ ଆରାମ ମିଳିପାରେ ।

WF
@thetopmost-01

କୋଲï୍‌ ପ୍ୟାକ- ଆପଣ ନିଜ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜ କ୍ରାମ୍ପରେ କୋଲï କିମ୍ବା ହଟ୍‌ ପ୍ୟାକ୍‌ ନେଇପାରିବେ । କେତେକ ସମୟରେ ଅଧିକ କଷ୍ଟରୁ ରକ୍ଷା ପାଇବା ପାଇଁ ଆପଣ ହଟ୍‌ ୱାଟର ବାଥ୍‌ ମଧ୍ୟ ନେଇପାରିବେ ।

WEF
@thetopmost-01

ପଟାସିୟମ ରିଚ୍‌ ଡାଏଟ୍‌- କେବେ କେବେ ଆପଣଙ୍କ କ୍ରାମ୍ପର ସମସ୍ୟା ପାଇଁ ଆପଣଙ୍କ ଡାଏଟ ମଧ୍ୟ କାରଣ ହୋଇପାରେ । ତେବେ ଏପରି ସ୍ଥିତିରେ ପଟାସିଅମ ରିଚ୍‌ ଡାଏଟ୍‌ ଯଥା- କଦଳୀ, କିସମିସ୍‌, ଦହି, ଆଭୋକାଡୋ ଆଦିକୁ ନିଜ ଡାଏଟରେ ସାମିଲ କରନ୍ତୁ ।

https://thetopmost.in/?p=1583

https://thetopmost.in/?p=1588

SHARE BY