The Topmost

“The eyes believe themselves, the ears believe other people.”

aparajita-sarangi

Bhubaneswr’s 74th foundation day, Aparajita is not invited in this function.

ରାଜଧାନୀର ୭୪ତମ ପ୍ରତିଷ୍ଠା ଦିବସ: ଅପରାଜିତାଙ୍କୁ ନାହିଁ ନିମନ୍ତ୍ରଣ
୭୪ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ଆଜିର ଦିନକୁ ସ୍ମାର୍ଟ ସିଟି ଭୁବନେଶ୍ୱର ପ୍ରତିଷ୍ଠା ଦିବସ ଭାବରେ ପାଳନ କରାଯାଉଛି । ଏହି ଦୀର୍ଘ ୭୪ ବର୍ଷର ଯାତ୍ରାରେ ଘଟିଛି ଅନେକ ପରିବର୍ତ୍ତନ ଓ ବିବର୍ତ୍ତନ । ତେବେ ସବୁଜ ବଳୟ କେତେବେଳେ ଯେ କଂକ୍ରିଟ୍‌ ଜଙ୍ଗଲ ପାଳଟିଛି ପୁଣି କେତେବେଳେ ଟେମ୍ପଲ ସିଟି ପାଲଟିଛି ସ୍ମାର୍ଟ ସିଟିରେ । ଏହି ଦୀର୍ଘ ୭ ଦଶନ୍ଧୀ ଭିତରେ ବି ରାସ୍ତାଘାଟ ଆଲୋକୀକରଣ ଓ ଅନେକ ବିକାଶ ମୂଳକ କାମକୁ ପ୍ରକୃତ ରୂପରେଖ ଦିଆଯାଇଛି । ଏଠାରେ ଏବେ ସବୁ ପ୍ରକାର ସୁବିଧା ଯଥା ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ପୋଟର୍ସର ହବ ଆଦିର ବିକାଶ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି । ଜର୍ମାନ ଆର୍କିଟେକ ଓଟୋ କନିଙ୍ଗ୍ସବର୍ଜରଙ୍କ ପରିକଳ୍ପିତ ଏହି ସହର ହେଉଛି ଭାରତର ପ୍ରଥମ ପରିକଳ୍ପିତ ସହର। ଜାମସେଦପୁର ଏବଂ ଚଣ୍ଡୀଗଡ଼ ସହର ମଧ୍ୟ ଏହି ଢାଞ୍ଚାରେ ନିର୍ମିତ ହୋଇଛି। ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଥିବାରୁ ପ୍ରଶାସନ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ଏପରି ଏକ ବିଶେଷ ଦିନରେ ନିମନ୍ତ୍ରଣ ପାଇନଥିବା ସାଂସଦ ଅପରାଜିତା ଷଡଙ୍ଗୀ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍‌ କରି କହିଛନ୍ତି ଯେ ଏତେ ବଡ ଦିନରେ ଯୋଉଠି ସମସ୍ତେ ନିମନ୍ତ୍ରୀତ ହୋଇଛନ୍ତି, ସେ ତାଲିକାରେ ମୋର ନାଁ କାହିଁକି ନାହିଁ । ମୋର ଦୋଷ କଣ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

https://thetopmost.in/?p=1278

https://thetopmost.in/?p=1275

https://thetopmost.in/?p=1272

https://thetopmost.in/?p=1322

https://twitter.com/AprajitaSarangi/status/1514057066226536455?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1514057066226536455%7Ctwgr%5E%7Ctwcon%5Es1_&ref_url=https%3A%2F%2Fotvkhabar.in%2Fnews%2Fpolitics%2Fmp-aparajita-sarangi-expresses-displeasure-over-not-being-invited-on-rajdhani-pratistha-diwas%2F87920

https://thetopmost.in/?p=1308