Vuity

An Eye drop vyuti can get back your eye site.

ଆଇଡ୍ରପ୍‌ ଭୁ୍ୟଟି
ଆପଣଙ୍କୁ ପଢିବା ସମୟରେ ଅକ୍ଷରଗୁଡ଼ିକ ଅସ୍ପଷ୍ଟ ଦେଖାଯାଉଛି ଏବଂ ଚଷମାର ଆବଶ୍ୟକ ପଡ଼ୁଛି କି ? ଯଦି ଏପରି ହେଉଛି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ସୂଚନା ଅନୁଯାୟୀ ଆମେରିକାରେ ଏପରି ଏକ ଆଇଡ୍ରପ୍‌ ଲଞ୍ଚ୍‌ କରାଯାଇଛି, ଯାହା ଏଭଳି ସମସ୍ୟାରେ ପୀଡ଼ିତ ଲୋକଙ୍କ ଜୀବନକୁ ବଦଳାଇପାରେ । ‘ଭୁ୍ୟଟି’ ନାମର ଏହି ଆଇଡ୍ରପ୍‌ କିଛି ସମୟ ପାଇଁ ଦୂରଦୃଷ୍ଟିର ସମସ୍ୟାକୁ ଦୂର କରିବାରେ ସକ୍ଷମ ହେଉଛି । ଏହି ସମୟରେ ଚଷମାର ଆବଶ୍ୟକତା ଆଉ ପଡ଼ୁନାହିଁ । ଆମେରିକାର ଡ୍ରଗ୍‌ ରେଗୁଲେଟର ଏଫଡିଏ ଏହି ଔଷଧକୁ ଅନୁମୋଦନ କରିଛି । ନୂତନ ଔଷଧ ପ୍ରାୟ ୧୫ ମିନିଟରେ କାର୍ଯ୍ୟକାରୀ ହେଉଛି ଏବଂ ଆଖିରେ ଏକ ବୁନ୍ଦା ପକାଇବା ଦ୍ୱାରା ଦୃଷ୍ଟିଶକ୍ତି ୬ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ତୀå ରହୁଛି । ଏହି ଆଇଡ୍ରପ୍‌କୁ ୭୫୦ ଲୋକଙ୍କଠାରେ ପରୀକ୍ଷଣ କରାଯାଇଥିଲା । ରୋଚେଷ୍ଟର ବିଶ୍ୱବିଦ୍ୟାଳୟର ଭିଜୁଆଲ୍‌ ସାଇନ୍ସ ବିଭାଗର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସ୍କଟ ଏମ ମେକରେନେ କହିଛନ୍ତି ଯେ ଯେଉଁ ବ୍ୟକ୍ତି ପଢିବା ସମୟରେ ଚଷମାର ବୋଝ ସମ୍ଭାଳି ପାରନ୍ତି ନାହିଁ, ଏହି ଡ୍ରପ୍‌ ସେମାନଙ୍କ ପାଇଁ ଭଲ ବିକଳ୍ପ । ଏକ ରିପୋର୍ଟ ଅନୁସାରେ ଆମେରିକାରେ ୪୫ ବର୍ଷରୁ ଅଧିକ ୯୦% ବୟସ୍କଙ୍କର ନିକଟ ଦୂରଶକ୍ତିର ସମସ୍ୟା ରହିଥାଏ । ଏହି ଅବସ୍ଥାକୁ ପ୍ରେସ୍‌ବାୟୋପିୟା କୁହାଯାଏ ।

ବାସ୍ତବରେ ପାଖରେ ରଖାଯାଇଥିବା ଜିନିଷ ଉପରେ ଧ୍ୟାନ ଦେବା ପାଇଁ ଆଖିର ଲେନ୍ସର ଆକୃତି ପରିବର୍ତ୍ତିତ ହୋଇଥାଏ, କି;ୁ ବୟସ ବଢ଼ିବା ସହିତ ଏହାର ନମନୀୟତା କମିଯାଏ । ଭୁ୍ୟଟିର କ୍ଲିନିକାଲ୍‌ ପରୀକ୍ଷଣର ନେତୃତ୍ୱ ନେଉଥିବା ଡାକ୍ତର ଜର୍ଜ ୱାରିଙ୍ଗ କହିଛନ୍ତି ଯେ ଏହି ସମସ୍ୟା ଥିବା ଲୋକଙ୍କ ପାଇଁ ଡାକ୍ତରମାନେ ଆଇ ଡ୍ରପ୍‌ ଏବଂ ଚଷମା ବ୍ୟବହାରକୁ ପରାମର୍ଶ ଦିଅନ୍ତି । ୪୫ ରୁ ୬୦ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଭୁ୍ୟଟି ଏକ ବରଦାନ ଭଲି ପ୍ରମାଣିତ ହୋଇଛି । ସାଧାରଣତଃ ଯେତେବେଳେ ରିଡିଂ ଗ୍ଲାସ ପିନ୍ଧୁଥିବା ଲୋକ ଯେତେବେଳେ ପଢ଼ିବା ବନ୍ଦ କରିଦିଅନ୍ତି, ସେମାନଙ୍କୁ ଦୂର ଜିନିଷ ଦେଖିବାରେ ସମସ୍ୟା ଉପୁଜିଥାଏ । ଭୁ୍ୟଟି ସହ ଏହିପରି କୌଣସି ଅସୁବିଧା ହୁଏ ନାହିଁ । ଏହା ସାମାନ୍ୟ ଆଲୋଚରେ ଦୂର ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ ନାହିଁ । ଏହା ଆଖିର ପ୍ରାକୃତିକ ଦକ୍ଷତାକୁ ବ୍ୟବହାର କରେ । ଏହାର ଏକ ମାସର ଡୋଜ୍‌ ଉପରେ ପ୍ରାୟ ୬ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।

Vuity
Vuity @thetopmost-01

https://thetopmost.in/?p=1389

https://thetopmost.in/?p=1386

https://thetopmost.in/?p=1355

https://thetopmost.in/?p=1382

SHARE BY