The Topmost

“The eyes believe themselves, the ears believe other people.”

samrat gasouddin

A short story about samrat Gasouddin’s justice

ସମ୍ରାଟ ଗ୍ୟାସଉଦ୍ଦିନଙ୍କ ନ୍ୟାୟ ବିଚାର

ବିଶ୍ୱର ଅନେକ ଶାସକ ଅନେକ ସମୟରେ ଭାରତକୁ ଶାସନ କରିଗଲେଣି ଏହାର ପ୍ରମାଣ ଆମକୁ ଇତିହାସ ଦେଇଥାଏ । ଏବଂ ଇତିହାସ ହିଁ ଏହାର ମୁକସାକ୍ଷୀ। ଅନେକ ମହାନ ଶାସକମାନଙ୍କ ମଧ୍ୟରୁ ଗ୍ୟାସଉଦ୍ଦିନ ବଲଵନ ଜଣେ ବିଚକ୍ଷଣ ଶାସକ ଥିଲେ, ସେ ବହୁତ ଜନହିତକର କାର୍ଯ୍ୟ କରିଯାଇଛନ୍ତି। ଶିକ୍ଷା, ସାହିତ୍ୟ, କ୍ରୀଡା, ଆଇନଶୃଙ୍ଖଳା, ରକ୍ଷା ଆଦି କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରି ଜନସାଧାରଣଙ୍କ ମାନସପଟ୍ଟରେ ଏକ ଗଭୀର ରେଖାପାତ କରିଥିଲେ। ତାଙ୍କ ଶାସନ କାଳରେ ଆଇନଶୃଙ୍ଖଳା ରକ୍ଷା ପାଇଁ ତାଙ୍କ ଦ୍ୱାରା ବିଭିନ୍ନ ଜାଗାରେ ନ୍ୟାୟପାର୍କ ବା କାଜୀମାନଙ୍କୁ ନିଯୁକ୍ତ କରାଯାଇଥିଲା, ସେ ନିଜେ ମଧ୍ୟ ଜଣେ ବିଚକ୍ଷଣ ତୀରନ୍ଦାଜ ଥିଲେ ଏବଂ ପ୍ରତ୍ୟହ ତୀରଚାଳନା ଜାରି ରଖିଥିଲେ। ଏକଦା ଜଣେ ମହିଳା ତାର ପୁତ୍ରକୁ ଧରି ରାସ୍ତାରେ ଯାଉଥିବା ସମୟରେ, ସୁଲତାନ ଗ୍ୟାସଉଦ୍ଦିନଙ୍କ ତୀର ତା ପୁତ୍ରର ବକ୍ଷ ଭେଦକଲା । ଦୁଃଖରେ ଭାଙ୍ଗିପଡି ମହିଳା ତାର ପୁତ୍ରର ଶବକୁ ଧରି ନ୍ୟାୟାଳୟରେ ପହଞ୍ଚିଲା । ସେଠାରେ କାଜୀଙ୍କୁ ନିଜର ଅଭିଯୋଗ ଜଣାଇଲା । କାଜୀ ସେହି ମହିଳାଙ୍କୁ ପଚାରିଲେ, ମାଦ ଆପଣ କାହା ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି? କିଏ ଏଭଳି ହତ୍ୟାକାଣ୍ଡ କରିଛି? ମହିଳା କହିଲେ କାଜୀ ମହାଶୟ, ଆପଣ ହୁଏତ ତାଙ୍କୁ ବିଚାରାଳୟକୁ ଡାକି ନପାରନ୍ତି । କାରଣ ଏ ହତ୍ୟା କରିଛନ୍ତି ନିଜେ ସୁଲତାନ ଗ୍ୟାସଉଦ୍ଦିନ ବଲଵନ। କାଜୀ କିଛି ସମୟ ଚିନ୍ତା କରି ଖଣ୍ଡେ କାଗଜରେ ପରୱାନ୍‌ ଲେଖି ପିଆଦା ହାତରେ ରାଜମହଲକୁ ପଠାଇଦେଲେ। କିଛି ସମୟ ପରେ ପିଆଲା ସହିତ ସୁଲତାନ ନିଜେ କାଜୀଙ୍କ ବିଚାରାଳୟରେ ଉପସ୍ଥିତ ହେଲେ। ବିଚାରାଳୟରେ ଥିବା କାଜୀ ନିଜ ଆସନରୁ ଉଠିଲେ ନାହିଁ । କାଜୀ ସୁଲତାନଙ୍କୁ କହିଲେ ମହାଶୟ, ଆପଣ ଏ ମହିଳାଙ୍କ ପୁତ୍ରକୁ ହତ୍ୟା କରିଥିବାରୁ ଆପଣଙ୍କୁ ଦଣ୍ଡିତ ହେବାକୁ ପଡିବ। ତେବେ କାଜୀଙ୍କ ଏପରି କଥା ଶୁଣି ନିଜେ ମହାରାଜ କହିଲେ, ଯେହେତୁ ମୁଁ ଏ କର୍ମ କରିଛି ଆପଣ ଯେଉଁ ଦଣ୍ଡ ଦେବେ ତାହା ମୁଁ ଗ୍ରହଣ କରିବି। କାଜୀ କିଛି ସମୟ ଚିନ୍ତାକରି କହିଲେ ଏ ମହିଳାଙ୍କର ଏକମାତ୍ର ପୁଅକୁ ଆପଣ ହତ୍ୟା କରିଛନ୍ତି । ଏ ମହିଳାଙ୍କର ଏକମାତ୍ର ରୋଜଗାରିଆ ପୁଅକୁ ଯେହେତୁ ଆପଣ ମାରିଛନ୍ତି । ତେଣୁ ଆପଣ ତାଙ୍କୁ ପୁତ୍ର ଟିଏ ତ ଦେଇପାରିବେନାହିଁ । ଆପଣ ଏହି ମହିଳା ବଞ୍ଚିଥିବା ପର୍ଯ୍ୟନ୍ତ ପୁତ୍ର ସମ ଏହାଙ୍କର ଭରଣ ପୋଷଣ କରିବେ । ସୁଲତାନ କାଜୀଙ୍କୁ ନିଜର ସମ୍ମତି ପ୍ରଦାନ କଲେ। ବିଚାର ସରିବା ପରେ କାଜୀ ନିଜ ଆସନରୁ ଓହ୍ଲାଇ ଆସି ସୁଲତାନଙ୍କୁ ପ୍ରଣାମ ଜଣାଇଲେ। ସୁଲତାନ କାଜୀଙ୍କୁ କୁଣ୍ଢାଇ ପକାଇ କହିଲେ, ମୋ ରାଜ୍ୟରେ ଏଭଳି ନ୍ୟାୟବନ୍ତ କାଜୀ ଥିବାରୁ ବିଚାର ସମସ୍ତଙ୍କ ପାଇଁ ସମାନ ହୋଇଛି । ତେଣୁ ମୁଁ ଆଜି ଗର୍ବିତ। ଆପଣ ଯଦି ପକ୍ଷପାତ ବିଚାର କରିଥାନ୍ତେ ଆପଣଙ୍କୁ ମୁଁ ନିଜେ ଦଣ୍ଡିତ କରିଥାନ୍ତି। ସୁଲତାନ ଉକ୍ତ ମହିଳାଙ୍କୁ ଧରି ରାଜ ଉଆସକୁ ଚାଲିଗଲେ। ନ୍ୟାୟାଳୟରେ ଥିବା ସମସ୍ତ ଲୋକ ସୁଲତାନ ଓ କାଜୀଙ୍କର ଜୟନାଦ କଲେ । ତେବେ ଏଥିଲେ ଗ୍ୟାସଉଦ୍ଦିନ ସମ୍ରାଟ ଯିଏକି ନିଜ ରାଜ୍ୟରେ ନ୍ୟାୟିକ ଶାସନର ପରାକାଷ୍ଟା ସ୍ଥାପନ କରିଥିଲେ ।

https://thetopmost.in/?p=1278

https://thetopmost.in/?p=1275

https://thetopmost.in/?p=1272

https://thetopmost.in/?p=1268

ଜଣେ ସମ୍ରାଟ ହୋଇ ମଧ୍ୟ ଜଣେ ସାଧାରଣ ଜୀବନ ଯାପନ କରୁତିଲେ । ଯାହା ଅନେକ ଲୋକଙ୍କୁ କ୍ଷମାତା ଓ ପ୍ରତିପତ୍ତି ଆସିବା ପରେ ମଧ୍ୟ ଅହଂକାରରୁ ଦୂରେଇ ରଖିବାରେ ପ୍ରେରଣାର ଉତ୍ସ।