The Topmost

“The eyes believe themselves, the ears believe other people.”

pillow

A pillow is able to cool a human body .

ଶରୀରକୁ ଥଣ୍ଡା ରଖିବ ତକିଆ
ଶୋଇବା ସମୟରେ ଅଧିକାଂଶ ଲୋକଙ୍କ ବେକରୁ ଝାଳ ବାହାରିଥାଏ ଏବଂ ତକିଆର ଉଷ୍ମତା ଏହାକୁ ଆହୁରି ବଢାଇଥାଏ । ଏହାର ସମାଧାନ ସ୍ୱରୁପ ବିଶେଷଜ୍ଞମାନେ କୁଲିଂ ପିଲୋ ତଥା ଶୀତଳ ତକିଆକୁ ପ୍ରସ୍ତୁତ କରିଛନ୍ତି । ଆଜିକାଲି ଏହାର ବ୍ୟବହାରର ଟ୍ରେଣ୍ଡ୍‌ ମଧ୍ୟ ବୃଦ୍ଧି ପାଉଛି । ଏହି ଶୀତଳ ତକିଆ ଦେଖିବା ପାଇଁ ସାଧାରଣ ତକିଆ ପରି ହୋଇଥାଏ । ହେଲେ ଏହାର ପ୍ରସ୍ତୁତିରେ ଭିନ୍ନତା ଯୋଗୁଁ ମୁଣ୍ଡ ଏବଂ ବେକ ଭାଗରେ ଉଷ୍ମତା ବଢାଇନଥାଏ । ଫଳଫଳା ଭାବେ ଗରମ ଦିନେ ଏଥିରେ ଭଲ ନିଦ ଆସିଥାଏ । ଅଧିକାଂଶ କୁଲିଂ ପିଲୋରେ ବିଶେଷ ପ୍ରକାରର ଜେଲ୍‌ର ଏକ ସ୍ତର ରହିଥାଏ । ଏହାକୁ ଏପରି ଭାବେ ତିଆରି କରାଯାଇଛି ଯେ ଶୋଇବା ସମୟରେ ଏହି ଜେଲ୍‌ ଉଷ୍ମତାକୁ ଅବଶୋଷଣ ଏବଂ ପରେ ବାହାରକୁ ନିର୍ଗତ କରିପାରିବ । ଏହାଦ୍ୱାରା ମନୁଷ୍ୟକୁ ଗରମରୁ ରକ୍ଷା ସହ ଆଶ୍ୱସ୍ତି ମିଳିଥାଏ ଏବଂ ପୂର୍ବାପେକ୍ଷା ସୁନିଦ୍ରା ଆସିଥାଏ । ଏକ ରିପୋର୍ଟ ଅନୁଯାୟୀ କୁଲିଂ ପିଲୋକୁ କ୍ରୟ କରିବା ସମୟରେ ଧ୍ୟାନ ଦିଅନ୍ତୁ ଯେ ଏହାକୁ ୱାଶିଂ ମେସିନରେ ସଫା କରାଯାଇପାରିବ କି ନାହିଁ । ମଝିରେ ମଝିରେ ଏହାକୁ ସଫା କରିବା ଜରୁରୀ, କାରଣ ଉଷ୍ମତାକୁ କମ୍‌ କରିବାର କ୍ଷମତା ଯେପରି ହ୍ରାସ ନପାଏ । ଆଉ ଏକ ରିପୋର୍ଟ ଅନୁଯାୟୀ ସମସ୍ତ ତକିଆରେ ଜେଲ୍‌ର ବିନିଯୋଗ କରାଯାଏ ନାହିଁ । କେତେକ ତକିଆରେ ପିଡିକ୍‌ ମ୍ୟାଟ୍ସର ବ୍ୟବହାର କରାଯାଏ, ଯାହାର ଗରମକୁ ହ୍ରାସ କରିବାର କ୍ଷମତା ରହିଛି ।

pillow
pillow @thetopmost-01

https://thetopmost.in/?p=1476

https://thetopmost.in/?p=1434

https://thetopmost.in/?p=1413

https://thetopmost.in/?p=1482