The Topmost

“The eyes believe themselves, the ears believe other people.”

mango price

A Mango price fixed for 2 lakh.

୨ଲକ୍ଷର ଆମ୍ବ
ଖରାଦିନ ଆସିଲେ ଆମ୍ବର ଚାହିଦା ବଢିଥାଏ । ଆମ୍ବର ବିଭିନ୍ନ କିସମ ମଧ୍ୟ ରହିଛି ଯେଉଁମାନଙ୍କର ଦାମ ଶହେ ଘରେ ରହିଥାଏ । ତେବେ ଏଭଳି ମଧ୍ୟ ଆମ୍ବ ଅଛି ଯାହାର ଦାମ ଲକ୍ଷଘରେ । ଜାପାନରେ ଫଳୁଛି ଏହି ଆମ୍ବ । ବାଇଗଣୀ ରଙ୍ଗର ଏହି ଆମ୍ବର କିଲୋପ୍ରତି ଦାମ ୨.୭୦ ଲକ୍ଷ, ଯାହାର ନାଁ ହେଉଛି ଅକା ମିୟାଜାକି । ଏହି ଆମ୍ବଟିର ରଙ୍ଗ ସାଧାରଣ ଆମ୍ବଙ୍କର ରଙ୍ଗଠାରୁ ଅଲଗା । ଏହା କଞ୍ଚାରେ ବାଇଗେଣୀ ଥିବାବେଳେ ପାଚିଲେ ଅଳ୍ପ ନାଲି ହୋଇଥାଏ ଏବଂ ଏହା ଦେଖିବାକୁ ଡାଇନୋସର ଅଣ୍ଡା ଭଳି । ସେହିଭଳି ଏହି ଆମ୍ବଗୁଡିକର ଓଜନ ୩୫୦ଗ୍ରାମ ଥିବାବେଳେ ଏଥିରେ ଚିନିର ମାତ୍ରା ୧୫ ପ୍ରତିଶତ ଅଧିକା ରହିଥାଏ । ଆମ୍ବଟି ସବୁଠାରୁ ଅଧିକା ଜାପାନରେ ମିଳୁଥିବା ବେଳେ ଏହାର ଚାଷ ଜାପାନରେ ୭୦ରୁ ୮୦ଦଶକରେ ଆରମ୍ଭ ହୋଇଥିଲା । ଜାପାନର ପାଣିପାଗରେ ଏହି କୃଷି ଭଲଭାବେ ହୋଇପାରେ । ତେବେ ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ପ୍ରଜାତିର ଦୁଇଟି ଗଛ ମଧ୍ୟପ୍ରଦେଶରେ ମଧ୍ୟ ଲଗାଯାଇଛି, ଯାହାକୁ ଗାର୍ଡ ଜଗୁଛନ୍ତି ।

https://thetopmost.in/?p=1629

https://thetopmost.in/?p=1526

https://thetopmost.in/?p=1476

https://thetopmost.in/?p=1640