ଝିଅମାନଙ୍କର ପସନ୍ତ ବିଷୟରେ ତ ଆପଣ ଅନେକ କଥା ଶୁଣିଥିବେ । କିଏ ଟଲ୍ ଡାର୍କ ଓ ହାଣ୍ଡସମ୍ ପୁଅ ପସନ୍ଦ କରନ୍ତି ତ ଅନ୍ୟ କିଏ ଗୋରା ତମ ତମ ରାଜକୁମାର ପରି ପୁଅଙ୍କୁ ନିଜ ଜୀବନସାଥୀ କରିବାକୁ ଚାହାଁନ୍ତି । ତେବେ କଣ ଆପଣ କେବେ ଏମିତି କିଛି ଝିଅଙ୍କୁ ଭେଟିଛନ୍ତି ଯିଏ ମଣିଷ ନୁହେଁ ବରଂ ଏଲିଅନଙ୍କୁ ପସନ୍ଦ କରନ୍ତି! ହଁ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟା ସତ । ନିକଟରେ ଜଣେ ବ୍ରିଟିଶ ଝିଅ ଆବି ବେଲା କହିଛନ୍ତି ଯେ ପୃଥିବୀର ପୁରୁଷଙ୍କ ଅପେକ୍ଷା ଏଲିଅନମାନେ ଭଲ । ସେ କହିଛନ୍ତି ଯେ ଏଲିଅନମାନେ ତାଙ୍କୁ ଅପହରଣ କରି ନେଇଥିଲେ । ସେ ଦାବି କରିଛନ୍ତି ଯେ ସେ ଏଲିଅନଙ୍କୁ ଭେଟିଥିଲେ । ଆଉ ସେମାନଙ୍କ ମଧ୍ୟରୁ ଜଣକ ସହିତ ସମ୍ପର୍କ ରଖିଥିଲେ ।
ମହିଳା ଜଣକ କହିଛନ୍ତି ଯେ ସେ ଭଲ ପାଉଥିବା ବ୍ୟକ୍ତି ଏହି ଜଗତର ବାସିନ୍ଦା ନୁହଁନ୍ତି । କି;ୁ, ତାଙ୍କୁ ସାମ୍ନାକୁ ଆଣିଲେ କାଳେ ସରକାର ତାଙ୍କୁ ବନ୍ଦି କରିଦେବେ ସେଥିପାଇଁ ତାଙ୍କୁ ଗୋପନ ରଖିଛନ୍ତି । ଅଭିନେତ୍ରୀ କହିଛନ୍ତି, ସେ ମଧ୍ୟ କେବେବି ତାଙ୍କ ପ୍ରେମିକଙ୍କ ପ୍ରକୃତ ଚେହେରା ଦେଖି ନାହାଁନ୍ତି । ବେଲା କୁହନ୍ତି ସେ ପୃଥିବୀର ଲୋକମାନଙ୍କ ପରି ନୁହଁନ୍ତି । ତେଣୁ ସେ ମିଛ କୁହନ୍ତି ନାହିଁ । ତାଙ୍କର ଏହି ଗୁଣ ମୋ ହୃଦୟର ଅତି ନିକଟତର । ତେବେ ସେ ସାଧାରଣ ମଣିଷ ପରି । ପୃଥିବୀରେ ଲୋକମାନେ ମୋହ ମାୟାରେ ଛନ୍ଦି ହୁଅନ୍ତି କିନ୍ତୁ ସେ ସେପରି ନୁହେଁ । ତେବେ ବେଲାଙ୍କ ଏ ସମସ୍ତ କଥା କାହାଣୀ ପରି ମନେ ହେଉଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ କି ମିଛ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସାବ୍ୟସ୍ତ ହେଇନାହିଁ ।
More Stories
ବିବାହ ପୂର୍ବରୁ କରନ୍ତୁନି ଏହି ସବୁ କାମ ନଚେତ୍..
ଦମଦାର ଅଭିନୟରେ ଦର୍ଶକ ଘାଇଲା..
ମୁସଲିମ୍ ବିବାହ ପରେ ସ୍ବରାଙ୍କ ରୂପକୁ ନେଇ ବିବାଦ