ଆଜିକାଲି ବିଜୁଳି ଓ ମୋବାଇଲ ବିନା ଚଳିବା ଅସମ୍ଭବ। ଏହା ଛଡା ଜୀବନ କଳ୍ପନା କରିବା ବି କଷ୍ଟ ସାଧ୍ୟ। ଏହି ଦୁଇଟି ଜିନିଷକୁ ସମସ୍ତେ ନିଜ ଜୀବନରେ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ତେବେ ଯଦି ଜଣେ ବ୍ୟକ୍ତିଙ୍କର ମୋବାଇଲ ଓ ବିଜୁଳିରୁ ଆଲର୍ଜି ହୁଏ ତେବେ ତା ପାଇଁ ଜୀବନ ବଞ୍ଚିବା କଷ୍ଟ ଦାୟକ ହୋଇପାରେ। ସେହିଭଳି ଏକ ବ୍ୟକ୍ତି ରହୁଛନ୍ତି ୟୁନାଇଟେଡ କିଙ୍ଗଡମ୍ରେ। ୪୮ ବର୍ଷୀୟ ଏହି ବ୍ୟକ୍ତିଙ୍କର ବିଜୁଳି ଓ ମୋବାଇଲ ରେଡିଏସନ୍ରୁ ଆଲର୍ଜି ହେଉଛି। ଯେଉଁ ଯାଗାରେ ବିଜୁଳିର ଯନ୍ତ୍ରାଂଶ ହେଉ କିମ୍ବା ମୋବାଇଲର ବହୁଳ ବ୍ୟବହାର ହୋଇଥାଏ ସେଠାରେ ତାଙ୍କ ପାଇଁ ରହିବା ଅସମ୍ଭବ ହୋଇପଡେ। ବ୍ରୁନା ବେରିକ୍ ନାମକ ଏହି ବ୍ୟକ୍ତି ଆଲର୍ଜି ପାଇଁ କଏଦୀଙ୍କ ଭଳି ନିଜ ଘରେ ରୁହନ୍ତି।
ଚାରି ବର୍ଷ ପୂର୍ବରୁ ଯୁବକ ଭଳି ଦେଖାଯାଉଥିବା ବ୍ରୁନା ଏବେ ବୁଢାଙ୍କ ଭଳି ଦେଖାଯାଉଛନ୍ତି। ତାଙ୍କର ଓଜନ ୩୧ କେଜି କମି ସାରିଲାଣି। ତାଙ୍କୁ ଇଲୋକ୍ଟ୍ରୋମ୍ୟାଗନେଟିକ ହାଇପରସେନ୍ସିଟିଭିଟି ରୋଗ ହୋଇଛି। ଏହାକୁ ଇଲେକ୍ଟ୍ରୋଫୋବିଆ ମଧ୍ୟ କୁହନ୍ତି। ସେ ନିଜର ପରିବାର ସହ ରୁହନ୍ତି। ତାଙ୍କ ପରିବାରରେ ସବୁଠାରୁ କମ ବିଜୁଳି ସରଞ୍ଜାମ ବ୍ୟବହାର ହୋଇଥାଏ। ଏହାସହ ବ୍ରୁନୋ ତାଙ୍କ ଘରକୁ ଏକ ଖାସ ରଙ୍ଗରେ ମଧ୍ୟ ପେଣ୍ଟ କରିଛନ୍ତି ଯେପରି ମୋବାଇଲ ରେଡିଏସନ୍ ତାଙ୍କ ଘରକୁ ଆସିପାରିବନି। ବ୍ରୁନୋଙ୍କୁ ନିଜ ରୋଗ ସମ୍ପର୍କରେ ଜାଣିବା ପାଇଁ ପ୍ରାୟ ୪ବର୍ଷ ସମୟ ଲାଗିଥିଲା।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ବ୍ରେନ୍ ଷ୍ଟୋକ୍ କରାଉଛି ଏହି ସବୁ ଖାଦ୍ୟ
ଲାଜ ଛାଡି ତୁରନ୍ତ କରନ୍ତୁ ଉପଚାର, ନଚେତ୍ ହୋଇଯିବ ବିଳମ୍ବ