ଏଣ୍ଡୁଓ ସର୍ବଦା ନିଜର ରଙ୍ଗ ବଦଳାଇବା ଗୁଣ ନେଇ ପରିଚିତ। ତେବେ ମାଛ ରଙ୍ଗ ବଦଳାଉଥିବା କଥା ଶୁଣିଲେ କେହି ବିଶ୍ୱାସ କରିବେ ନାହିଁ। କଥାଟି ଅଜବ ଲାଗିଲେ ମଧ୍ୟ ସତ। ସେଂଟ୍ରାଲ ମରିନ ଫିସରିଜ୍ ଇଂଷ୍ଟିଚ୍ୟୁଟ୍ର ବିଶେଷଜ୍ଞ ମାନେ ଏଭଳି ମାଛର ଆବିଷ୍କାର କରିଛନ୍ତି। ଏହି ବିରଳ ମାଛର ନାଁ ହେଉଛି ସ୍କର୍ପିଅନୋ ଫିସ୍। ବିଶେଷଜ୍ଞ ଅନୁଯାୟୀ ସେମାନେ ମାଛଟିକୁ ଗୋଟିଏ ଘାସ ମଧ୍ୟରେ ଲୁଚିଥିବାର ଦେଖିଥିଲେ। ହେଲେ ପ୍ରଥମେ ସେମାନେ ଜାଣିପାରିନଥିଲେ ଏହା ଏକ ମାଛ ବୋଲି। ମାଛଟି ରଙ୍ଗ ବଦଳାଇ ଏକ ଛୋଟ ପଥର ଖଣ୍ଡ ଭଳି ଦେଖାଯାଉଥିଲା। ତେବେ କିଛି ସମୟ ପରେ ମାଛଟି ଯେତେବେଳେ ନିଜ ଶରୀରର ରଙ୍ଗ ପୁଣି ବଦଳାଇଥିଲା ସେତେବେଳେ ସେ ଜାଣିଥିଲେ କି ସେଇଟା ଏକ ମାଛ ବୋଲି। ହେଲେ ମାଛଟି ନିଜ ରଙ୍ଗ କିଛି ସମୟ ପରେ ପୁଣି ବଦଳାଇ କଳା କରିଥିଲା। ଯାହାଫଳରେ ତାହା ଏକ ମାଛ ବୋଲି ଜଣାପଡିଥିଲା।
ଏହି ବିରଳ ମାଛଟି ଶିକାର କରିବା ସମୟରେ ହେଉ କିମ୍ବା ଶିକାରୀ ହାବୁଡରେ ପଡିବା ସମୟରେ ନିଜର ରଙ୍ଗ ବଦଳାଇ ଥାଏ। ସେ ଏହାକୁ ନିଜକୁ ରକ୍ଷା କରିବା ପାଇଁ ବ୍ୟବହାର କରିଥାଏ। ହେଲେ ଏହି ମାଛଟି ମଣିଷଙ୍କ ପାଇଁ କ୍ଷତିକାରକ। ଏହି ମାଛ ଶରୀରରେ ବିଷ ରହିଛି ଯାହା ମଣିଷ ପାଇଁ ହାନିକାରକ। ଏହାର ବିଷ ନ୍ୟୁରୋଟକ୍ସିକ ହୋଇଥାଏ ଯାହା ମଣିଷ ଶରୀରକୁ ଯିବା ଫଳରେ ଭୟଙ୍କର କଷ୍ଟ ହୋଇଥାଏ। ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଏହି ମାଛଟି ସମୁଦ୍ରର ଗଭୀର ଜଳରେ ରହିଥାଏ। ଶିକାର କରିବାକୁ ସେ ରାତିରେ ଉପରକୁ ଆସିଥାଏ , ଏବଂ ନିଜ ରଙ୍ଗ ବଦଳାଇବାର ଫାଇଦା ଉଠାଇ ଖୁବ୍ ସହଜରେ ଶିକାର କରିପାରେ। ମାଛଟିକୁ ଅଧିକ ଗବେଷଣା ପାଇଁ ନ୍ୟାସନାଲ ମରିନ ବାୟୋଡାଇଭର୍ସିଟି ମ୍ୟୁଜିୟମ୍ରେ ରଖାଯାଇଛି।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା