ଚଳିତ ବର୍ଷ ଏପ୍ରିଲ ୧ରେ ପୁରା ଦୁନିଆ ପାଇଁ ‘ଚାଇନିଜ୍ ସେଲେଷ୍ଟିଆଲ ଆଇ’ ଖୋଲିବ। ଚାଇନିଜ୍ ସେଲେଷ୍ଟିଆଲ ଆଇ ଦୁନିଆର ସବୁଠାରୁ ବଡ ଗୋଲାକାର ରେଡିଓ ଟେଲିସ୍କୋପ ଅଟେ। ଯାହାର ଗୋଲାକାର ୫୦୦ ମିଟର। ଏହା ଏପ୍ରିଲ ୧ରେ ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକଙ୍କ ପାଇଁ ଖୋଲାଯିବ। ଏପ୍ରିଲ ୧ରୁ ଏହାର ଅବଲୋକନ ପାଇଁ ବୈଜ୍ଞାନିକମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏହାପରେ ସମସ୍ତ ଆବେଦନକୁ ଫାଷ୍ଟ ବୈଜ୍ଞାନିକ ସମିତି ଦ୍ୱାରା ସମୀକ୍ଷା କରାଯାଇ ଚୟନ କରାଯିବ। ଅବଲୋକନ ସମୟ ଅଗଷ୍ଟ ୧ ତାରିଖରେ ନିର୍ଦ୍ଧାରଣ କରାଯିବ। ତେବେ ଏହା ଖୋଲାଯିବାର ପ୍ରଥମ ବର୍ଷରେ ବିଦେଶୀ ବୈଜ୍ଞାନିକଙ୍କ ପାଇଁ ମାତ୍ର ୧୦ ପ୍ରତିଶତ ଅବଲୋକନ ସମୟ ମିଳିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ୧୧ ଜାନୁଆରୀ ୨୦୨୦ରେ ଏହି ଟେଲିସ୍କୋପର ଔପଚାରିକ ସଂଚାଳନ ଆରମ୍ଭ ହୋଇଥିଲା। ଅନ୍ତରାଷ୍ଟ୍ରୀୟ ନିୟମ ଅନୁସାରେ ଏହି ଟେଲିସ୍କୋପକୁ ଧିରେ ଧିରେ ଖୋଲାଯିବ। ଯାହାଫଳରେ ଏହାର କାର୍ଯ୍ୟ ଶକ୍ତିରେ ବୃଦ୍ଧି ଘଟିବା ସହିତ ଏହା ବ୍ରହ୍ମାଣ୍ଡରେ ବିଭିନ୍ନ ପ୍ରକାରର ଆବିଷ୍କାରରେ ସହାୟକ ହେବ।

More Stories
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
କାର୍ ର ମାଇଲେଜ ବଢେଇବାକୁ ଚାହୁଁଛନ୍ତି କି
ମାରୁତି ଇଭିଟାରିଆ କୁ ଲଞ୍ଜ୍ କଲେ ମୋଦୀ