The Topmost

“The eyes believe themselves, the ears believe other people.”

yoga

ପ୍ରତ୍ୟେକ ଦିନ ଅଧଘଣ୍ଟାର ବ୍ୟାୟାମ

ଗୋଟିଏ ସୁସ୍ଥ ଜୀବନ ଜାପନ ପାଇଁ ବିଭିନ୍ନ ପ୍ରକାର ଅଭ୍ୟାସ କରାଯାଇଥାଏ । ସେଥି ମଧ୍ୟରୁ ଭଲ ଖାଦ୍ୟ, ଶୋଇବାର ସମୟ ଓ ବ୍ୟାୟାମ ନିହାତି ଜରୁରୀ । ଲୋକମାନଙ୍କ ଧାରଣା ଯେ, ବ୍ୟାୟାମ ବିନା ବି ଲୋକେ ସୁସ୍ଥ ରହି ପାରିବେ । କିନ୍ତୁ ଏହା ଠିକ୍ ନୁହେଁ, ସୁସ୍ଥ ରହିବା ପାଇଁ ବ୍ୟାୟାମର ବିକଳ୍ପ ନାହିଁ, ଶରୀରକୁ ଚଳଚଞ୍ଚଳ ରଖିବା ଓ ପ୍ରତିଦିନ ଶରୀରଚର୍ଯ୍ୟା କରିବା ନିହାତି ଆବଶ୍ୟକ। ଶୀଘ୍ର ପତଳା ହେବାପାଇଁ କେତେକ ଲୋକ ଗୋଟିଏ ଦିନରେ ଅନେକ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରନ୍ତି କିନ୍ତୁ ଏହା ସଠିକ୍ ନୁହେଁ । ଏଥିପାଇଁ ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ସମୟରେ କିଛି ନିୟମ ମାନି ଚଳିବାଦ୍ଵାରା ସୁଫଳ ମିଳିଥାଏ।
ତେବେ ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ନିଜର ଇଚ୍ଛା ଅନୁସାରେ ବିଭିନ୍ନ ପ୍ରକାର ଶାରିରୀକ ବ୍ୟାୟାମ ଆପଣେଇ ପାରିବେ । ସେଥି ମଧ୍ୟରୁ ପ୍ରାତଃ ଭ୍ରମଣ କରିବା, ସାଇକେଲ ଚଳାଇବା, ଦୌଡ଼ିବ, ସନ୍ତରଣ କରିବା ବ୍ୟାୟାମର କିଛି ଅଂଶ ମାତ୍ର ।

ଏହାକୁ ନିୟମିତ କରିବାଦ୍ୱାରା ଶରୀର ସୁସ୍ଥ ରହେ। ଅଫିସରେ ବା ଘରେ କାମ କରିବାବେଳେ ଅଣ୍ଟାର ନମନିୟତା ହ୍ରାସ ପାଇଥାଏ। ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଅଣ୍ଟା ଯନ୍ତ୍ରଣା ଇତ୍ୟାଦି ରୋଗ ଦେଖା ଦେଇଥାଏ । ତେଣୁ ମଝିରେ ମଝିରେ ଚଲାବୁଲା କରନ୍ତୁ । ଏହାମଧ୍ୟ ବ୍ୟାୟାମର ଗୋଟିଏ ଅଂଶ । ସମୟ ଓ ଉପଯୁକ୍ତ ପଦ୍ଧତି ମାନି ବ୍ୟାୟାମ କଲେ ନିଶ୍ଚୟ ସୁଫଳ ପାଇବେ। ତେବେ ଏହି ବ୍ୟାୟାମ ସାଙ୍ଗକୁ ସ୍ବାସ୍ଥ୍ୟକର ଖାଦ୍ୟ ମଧ୍ୟ ଖାଆନ୍ତୁ । ତେଲ ମସଲା ଯୁକ୍ତ ଖାଦ୍ୟ ନଖାଇ ଫଳ, ପନିପରିବା ନିୟମିତ ଖାଇଲେ ସୁସ୍ଥ ଓ ନୀରୋଗ ଜୀବନ ଯାପନ କରିପାରିବେ। ପ୍ରତ୍ୟେକ ଦିନ ମାତ୍ର ୩୦ ମିନିଟରୁ ଏକ ଘଣ୍ଟାର ବ୍ୟାୟାମ ଆପଣଙ୍କ ଶରୀରକୁ ଫୁର୍ତ୍ତି ଦେବା ସାଙ୍ଗକୁ ଆପଣଙ୍କୁ ଡାକ୍ତରଙ୍କ ଠାରୁ ଦୂରେଇ ରଖେ ।

yoga W@thetopmost-01

https://thetopmost.in/?p=1779

https://thetopmost.in/?p=1714

https://thetopmost.in/?p=1640

https://thetopmost.in/?p=1786