The Topmost

“The eyes believe themselves, the ears believe other people.”

Madhubala fame Bibiyan disena's tragic story

Madhubala fame hero Bibiyan disena’s tragic story .

ଫେରିଲା ବିବିୟନ ଡିସେନାଙ୍କ ପାଇଁ ଖୁସି
ଟେଲି ଦୁନିଆର ପରିଚିତ ଶୋ’ ମଧୁବାଲାର ହିରୋ ବିବିୟନ ଡିସେନା ଘରେ ଘରେ ପରିଚିତ । ତେବେ ନିକଟରେ ବିବିୟନଙ୍କ ବିବାହ ବିଚ୍ଛେଦ ତାଙ୍କ ଫ୍ୟାନଙ୍କୁ ବହୁତ ନିରାଶ କରିଥିଲା । ସମସ୍ତେ ତାଙ୍କ ଜୀବନରେ ପୁଣିଥରେ ଖୁସି ଫେରି ଆସୁ ବୋଲି ଆଶା ରଖିଥିଲେ । ତେବେ ତାଙ୍କ ଫ୍ୟାନଙ୍କ ପାଇଁ ଏକ ଖୁସିଖବର ଦେଇଛନ୍ତି ନିଜେ ବିବିୟନ । ପୁଣି ଥରେ ଖୁବଶୀଘ୍ର ବିବିୟନ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ସେ ଇଜିପଫର ସାମ୍ବାଦିକା ନୌରାନ୍‌ ଅଲ୍ଲିଙ୍କୁ ଡେଟ୍‌ କରୁଛନ୍ତି ଏବଂ ଖୁବଶୀଘ୍ର ତାଙ୍କୁ ବିବାହ ମଧ୍ୟ କରିବେ । ନୌରାନ ଓ ବିବିୟନଙ୍କର ଭେଟ ଏକ ସାକ୍ଷାତକାର ସମୟରେ ହୋଇଥିଲା । ଏହାପରେ ବନ୍ଧୁତା ଓ ବନ୍ଧୁତାରୁ ପ୍ରେମ । ବିବିୟନ ଏକ ଇଭେଣ୍ଟରେ ଯୋଗ ଦେବା ପାଇଁ ଇଜିପଫ ଯିବା ସମୟରେ ଏହି ସାକ୍ଷାତକାର ହୋଇଥିଲା ଯାହା ପରେ ପ୍ରେମର ରୂପ ନେଇଥିଲା । ତେବେ ବର୍ତ୍ତମାନ ନୌରନ ନିଜ ଇଛାରେ ସାମ୍ବାଦିକତା ଛାଡିବାସହ ବିବିୟନଙ୍କ ସହ ସମସ୍ତ ସମୟ ବିତାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ ବିବିୟନଙ୍କ ସହ ଏକ ସାଧାରଣ ଘରୋଇ ଜୀବନ ବଞ୍ଚିବାକୁ ଚାହାନ୍ତି । ତେବେ ଆଗକୁ ବିବିୟନ ନିଜ ଜୀବନକୁ ବ୍ୟକ୍ତିଗତ ସ୍ତରରେ ରଖିବାକୁ ଚାହାନ୍ତି, ତେଣୁ ସେ ଏଥିପାଇଁ ସମସ୍ତଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି । ବିବିୟନଙ୍କ ପ୍ରଥମ ବିବାହ ୨୦୧୩ରେ ହୋଇଥିବା ବେଳେ ଛାଡପତ୍ର ୨୦୨୧ରେ ହୋଇଥିଲା ।

https://thetopmost.in/?p=1583

https://thetopmost.in/?p=1434

https://thetopmost.in/?p=1416

https://thetopmost.in/?p=1588

https://thetopmost.in/?p=1501