The Topmost

“The eyes believe themselves, the ears believe other people.”

sdfv

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ର ନେତା୨୦ ଭାରତୀୟ ବଂଶୋଦ୍ଭବ

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଭାବେ ଆମେରିକା ପରିଚିତ। ସର୍ବଦା ଏହି ରାଷ୍ଟ୍ରର ନିର୍ବାଚନ ଉପରେ ପୁରା ଦୁନିଆର ନଜର ଥାଏ। ଚଳିତ ରାଷ୍ଟ୍ରପତି ନିର୍ବାଚନ ଥିଲା ସମସ୍ତଙ୍କ ପାଇଁ ବେଶ୍ ଉତ୍ସାହଜନକ। ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଭାବେ ଜୋ ବାଇଡେନ୍ ପ୍ରତିଦ୍ୱନ୍ଦିତା କରିଥିଲେ ରିପବ୍ଲିକାନ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ଫଙ୍କ ସହିତ। ଟ୍ରମ୍ପଙ୍କୁ ହରାଇ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ର ନେତା ହୋଇଛନ୍ତି ଡେମୋକ୍ରାଟିକ ପାର୍ଥୀ ଜୋ ବାଇଡେନ୍।
ରାଷ୍ଟ୍ରପତି ଜୋ ବାଇଡେନ୍ ଶପଥ ନେଇଥିବା ବେଳେ ଉପରଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ। ବାଇଡେନ୍ ରାଷ୍ଟ୍ରପତି ଭାବେ ଶପଥ ନେବାପରେ ଘୋଷଣା କରିଛନ୍ତି ନିଜର ନୁଆ ଟିମ୍। ଟିମ୍ରେ ସାମିଲ ହୋଇଛନ୍ତି ୨୦ଜଣ ଭାରତୀୟ ବଂଶୋଦ୍ଭବ। ୨୦ ଜଣଙ୍କ ମଧ୍ୟରେ ରହିଛନ୍ତି ୧୩ ଜଣ ଭାରତୀୟ ମହିଳା। ଯାହା ଆଣିଦେଇଛି ଭାରତ ପାଇଁ ଗର୍ବ।

ନୀରା ତାନ୍ଦେନ
ହ୍ୱାଇଟ୍‌ ହାଉସ୍‌ର ପରିଚାଳନା ଓ ବଜେଟ ନିର୍ଦ୍ଦେଶିକା ଭାବେ ମନୋନୀତ ହୋଇଛନ୍ତି ନୀରା ତାଦେନ । ୧୯୭୦ ମସିହାରେ ଜନ୍ମ ଗ୍ରହଣ କରିଥିବା ନୀରା ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ଯେତେବେଳେ ନୀରାଙ୍କୁ ମାତ୍ର ୫ବର୍ଷ ସେତେବେଳେ ତାଙ୍କ ମାତା ପିତାଙ୍କର ବିବାହ ବିଚ୍ଛେଦ ଘଟିଥିଲା । ବେଞ୍ଜାମିନ ଏଡଓାଡଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନୀରା ୨୦୦୩ ମସିହାରୁ ସେଣ୍ଟର ଫର ଆମେରିକାନ ପ୍ରୋଗେସର ପ୍ରେସିଡେଂଟଣ୍ଟଭାବେ ଅନେକ ବିଭାଗର ଦାୟିତ୍ୱ ତୁଲାଇଛନ୍ତି । ଆମେରିକାର ଅନେକ ରାଷ୍ଟ୍ରପତି ପ୍ରାର୍ଥୀଙ୍କର ପ୍ରଚାରରେ ସେ ସାମିଲ ହୋଇଛନ୍ତି । ସେ ହ୍ୱାଇଟହାଉସ୍‌ ପରିଚାଳନା ଓ ବଜେଟ ଅଫିସର ପ୍ରଥମ ଭାରତୀୟ ମହିଳା ବଂଶଭୋବ ଯିଏ ଏଠାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ନୀରଙ୍କର ପାଠପଢା କାଲିଫର୍ନିଆ ବିଶ୍ୱବିଦ୍ୟଆଳୟରେ ହୋଇଛି । ସେ ଆମେରିକାର ବିଭିନ୍ନ ଡେମୋକ୍ରାଟିକ ପଲିସି ଉପରେ କାମ କରିଛନ୍ତି । ତାଙ୍କର କାର୍ଯ୍ୟଶୈଳୀର ଦକ୍ଷତା କାରଣରୁ ସେ ଆମେରିକାର ବିଭିନ୍ନ ଖବର କାଗଜରେ କିଛି ନିଆରା ନାମରେ ପରିଚିତ, ଯଥା ପ୍ରୋଗେସିଭ, ସେଂଟ୍ରିଷ୍ଟ ଆଦି । ସେ ଏକଦା ବିଲ୍‌ ଓ ହିଲାରୀ କ୍ଲିଂଟନଙ୍କର ବିଶ୍ୱସ୍ତ ଭାବେ ପରିଚିତ ଥିଲେ । ଆମେରିକାର ସ୍ୱାସ୍ଥ୍ୟ ବିଭାଗର ପଲିସି ଉପରେ ସେ ଅନେକ କାର୍ଯ୍ୟ କରିଛନ୍ତି ।
ଉଜରା ଜେୟା
ବାଇଡେନ୍‌ଙ୍କ ତାଲକାରେ ସ୍ଥାନ ପାଇଥିବା ଭାରତୀୟ ବଂଶୋଦ୍ଭବ ଉଜରା ଜେୟାଙ୍କୁ ମିଳିଛି ସାଧାରଣ ନାଗରିକ ସୁରକ୍ଷା, ଗଣତନ୍ତ୍ର ଓ ମାନବାଧିକାର ବିଭାଗର ଦାୟିତ୍ୱ । ତାଙ୍କୁ ଏହି ବିଭାଗର ଅଣ୍ଡର ସେକ୍ରେଟେରୀ ଦାୟିତ୍ୱ ଦିଆଯାଇଛି । ୧୯୯୦ ମସିହାରେ ଉଜରା ବୈଦେଶିକ ବିଭାଗରେ ଯୋଗଦେଇଥିଲେ । ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସେ ସହକାରୀ ସଚିବ ଓ ଉପ ସହକାରୀ ସଚିବ ଭାବେ ଶ୍ରମ ବିଭାଗ, ମାନବାଧିକାର ବିଭାଗ ଓ ବୁ୍ୟରୋ ଅଫ୍‌ ଡେମୋକ୍ରାସୀରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତିତ ସେ ଆମେରିକା ପ୍ରଶାସନର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ଉଜରାଙ୍କୁ ତାଙ୍କ କାର୍ଯ୍ୟଶୈଳୀ ପାଇଁ ଫ୍ରାନ୍ସର ସର୍ବଶ୍ରେଷ୍ଠ ନାଗରିକ ପୁରସ୍କାର ‘ଲେଜିଅନ ଡି ଅନର’ ପ୍ରଦାନ କରାଯାଇଛି । ଏହାସହ ତାଙ୍କୁ ଅନ୍ୟ ୧୫ଟି ସମ୍ମାନରେ ସମ୍ମାନୀତ କରାଯାଇଛି । ଉଜରା ‘ଜର୍ଜ ଟାଉନ୍‌ ୟୁନିଭର୍ସିଟି ସ୍କୁଲ ଅଫ୍‌ ଫରେନ ସର୍ଭିସ’ରୁ ସ୍ନାତକର ଶିକ୍ଷା ପ୍ରାପ୍ତ କରିଛନ୍ତି । ତେବେ ଟ୍ରମ୍ପଙ୍କ ଶାସନ କାଳରେ ୨୦୧୮ରେ ସେ ବୈଦେଶିକ ସେବାରୁ ଓହରି ଯାଇଥିଲେ । ଟ୍ରମ୍ପଙ୍କର କିଛି ନିୟମକୁ ବିରୋଧ କରି ସେ ଏଭଳି ନିଷ୍ପତ୍ତି ନେଇଥିଲେ ।
ସର୍ବିଣା ସିଂ
ଜୋ ବାଇଡେନ୍‌ଙ୍କ ପ୍ରଶାସନରେ ସାମିଲ ହୋଇଥିବା ୧୩ଜଣ ମହିଳାଙ୍କ ମଧ୍ୟରେ ଅଛନ୍ତି ସର୍ବିଣା ସିଂ । ଏହି ଭାରତୀୟ ବଂଶୋଦ୍ଭବ ସର୍ବିଣା ସିଂଙ୍କୁ ଡେପୁଟି ପ୍ରେସ ସେକ୍ରେଟେରୀ ଭାବେ ଦାୟିତ୍ୱ ମିଳିଛି । ଉପରାଷ୍ଟ୍ରପତି କମଲ ହାରିସଙ୍କ ସହ କାମ କରିବାର ସୁଯୋଗ ମିଳିଥିବାରୁ ସେ ଖୁବ୍‌ ଖୁସି ଅଛନ୍ତି । ସେ ଆଗକୁ ଆମେରିକା ବାସୀଙ୍କ ନିମନ୍ତେ କାର୍ଯ୍ୟକରିବାକୁ ଉତ୍ସାହ ଥିବା କଥା ପ୍ରକାଶ କରିଛନ୍ତି । ପୂର୍ବରୁ ସର୍ବିଣା ଏକାଧିକ ରାଷ୍ଟ୍ରପତି ପ୍ରାର୍ଥୀଙ୍କର ନିର୍ବାଚନୀ ପ୍ରଚାରରେ ପ୍ରମୁଖ ଦାୟିତ୍ୱ ତୁଲାଇଛନ୍ତି । ଏହାସହ ସେ ଆମେରିକାର ବିଭିନ୍ନ ଅନୁଷ୍ଠାନରେ ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ସମୀରା ଫଜିଲ
ଆମେରିକା ରାଷ୍ଟ୍ରପତିଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି ଆଉଜଣେ ଭାରତୀୟ ବଂଶୋଦ୍ଭବ । କାଶ୍ମୀରର ସମୀରା ଫଜିଲ୍‌ଙ୍କୁ ନ୍ୟାସନାଲ ଇକୋନୋମିକ କାଉନ୍‌ସିଲର ଉପ-ନିର୍ଦ୍ଦେଶିକା ଭାବେ ଚୟନ କରାଯାଇଛି । ସମୀରା ପୂର୍ବରୁ ବାରାକ ଓବାମାଙ୍କ ରାଷ୍ଟ୍ରପତି କାଳରେ ଏନ୍‌ଇସିର ଟ୍ରେଜେରୀ ବିଭାଗର ବରିଷ୍ଠ ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ସମୀରା ବର୍ତ୍ତମାନ ଫେଡେରାଲ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶିକା ପଦରେ ଅବସ୍ଥାପିତ ଅଛନ୍ତି । ସମୀରାଙ୍କ ସ୍କୁଲ ଶିକ୍ଷା ହାଭାର୍ଡ ଓ ୟୋଲୋ ସ୍କୁଲରୁ ହୋଇଛି । ଆଧ୍ୟାପନାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସମୀରା ବର୍ତ୍ତମାନ ସଫଳତାର ଶିଖର ଛୁଇଁଛନ୍ତି ।
ଆୟେଶା ସାହା
କାଶ୍ମୀରରେ ଜନ୍ମିତ ଆୟେଶା ସାହାଙ୍କୁ ବାଇଡେନ୍‌ ଟିମ୍‌ରେ ମିଳିଛି ହ୍ୱାଇଟ୍‌ ହାଉସର ଡିଜିଟାଲ ରଣନୀତ ବିଭାଗର ପାର୍ଟନରସିପ୍‌ ମ୍ୟାନେଜର ଦାୟିତ୍ୱ । ଆମେରିକାରେ ବଢିଥିବା ଆୟେଶା ପୂର୍ବରୁ ବାଇଡେନ୍‌ଙ୍କ କ୍ୟାମ୍ପେନ୍‌ର ଡିଜିଟାଲ ଷ୍ଟ୍ରାଟେଜି ମ୍ୟାନେଜର ରହିସାରିଛନ୍ତି । ସେ ବାଇଡେନଙ୍କ ନିର୍ବାଚନର ପ୍ରଚାରର ସମସ୍ତ କାର୍ଯ୍ୟ ସମ୍ଭାଳିଥିଲେ । ବର୍ତ୍ତମାନ ସେ ସ୍ମିଥସନିଅନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ର ଆଡ୍‌ଭାନ୍ସାଡ ସ୍ପେସାଲିଷ୍ଟ ଭାବେ କାର୍ଯ୍ୟରତ । ଏହାସହ ସେ ଆମେରିକାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିସାରିଛନ୍ତି । କରୋନା ପରେ ଡିଜିଟାଲ ଟିମ୍‌ର ମହ‰ ବଢିଛି । ତେଣୁ ଆୟେଶାଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।
ମାଲା ଆଡିଗା
ଭାରତୀୟ ବଂଶୋଦ୍ଭବ ମାଲା ଆଡିଗାଙ୍କୁ ନିଜ ପତ୍ନୀ ଜିଲ ବାଇଡେନ୍‌ଙ୍କ ନୀତି ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି ବାଇଡେନ୍‌ । ପୂର୍ବରୁ ମାଲା ଜିଲ୍‌ଙ୍କର ବରିଷ୍ଠ ପରାମର୍ଶଦାତା ଓ ବାଇଡେନ୍‌-କମଲା ହାରିସ ଅଭିଯାନର ବରିଷ୍ଠ ନୀତି ପରାମର୍ଶ ଦାତା ଭାବେ କାମ କରିଛନ୍ତି । ଏହାସହ ସେ ବାଇଡେନ୍‌ ଫାଉଣ୍ଡେସନ୍‌ର ଉଚ୍ଚଶିକ୍ଷା ଓ ସୈନ୍ୟ ପରିବାରଙ୍କ ପାଇଁ କାମ କରିଛନ୍ତି । ପୂର୍ବ ରାଷ୍ଟ୍ରପତି ବାରାକ ଓବାମାଙ୍କ ଶାସନ ସମୟରେ ଶିକ୍ଷା ଓ ସଂସ୍କୃତି ବିଭାଗରେ ସହାୟକ ଉପ ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହାସହ ରାଜଦୂତଙ୍କର ବରିଷ୍ଠ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ମାଲା ଆଡିଗା । ପେଶାରେ ଆଡିଗା ଜଣେ ଓକିଲ ଅଟନ୍ତି । ୨୦୦୮ରେ ସେ ପୂର୍ବ ରାଷ୍ଟ୍ରପତି ବାରାକ ଓବାମାଙ୍କ ଅଭିଯାନରେ ସାମିଲ ହୋଇଥିଲେ । ଆଡିଗା ଗ୍ରିନଲ କଲେଜ ଏବଂ ୟୁନିଭର୍ସିଟି ଅଫ ମିନସୋଟା ସ୍କୁଲ ଅଫ ପବ୍ଲିକ ହେଲ୍‌ଥରୁ ସ୍ନାତ୍ତକ ଡିଗ୍ରୀ ହାସଲ କରିଛନ୍ତି । ଏହାସହ ସେ ଶିକାଗୋ ଲ’ ସ୍କୁଲ୍‌ରୁ ଆଇନ ପାଠ ପଢିଛନ୍ତି । ଓବାମା ପ୍ରଶାସନରେ ଆସୋସିଏଟ ଆଟର୍ନି ଜେନେରାଲଙ୍କ ଓକିଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଆଡିଗା । କର୍ଣ୍ଣାଟକ ବ୍ୟାଙ୍କ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ସ୍ୱର୍ଗତ ସୂର୍ଯ୍ୟନାରାୟଣ ଆଡିଗାଙ୍କ ମାଲା ଆଡିଗା ହେଉଛନ୍ତି ସମ୍ପର୍କୀୟ ।
ବନିତା ଗୁପ୍ତା
ବାଇଡେନ୍‌ଙ୍କ ଟିମ୍‌ରେ ପ୍ରଥମ ମହିଳା କୃଷ୍ଣକାୟ ଭାବେ ଯୋଗ ଦେଇଛନ୍ତି ଭାରତୀୟ ବଂଶୋଦ୍ଭବ ବନିତା ଗୁପ୍ତା । ତାଙ୍କୁ ବାଇଡେନ୍‌ ଆସୋସିଏଟ୍‌ ଆଟର୍ନି ଜେନେରାଲ ଭାବେ ନିଯୁକ୍ତ କରିଛନ୍ତି । ପେଶାରେ ଜଣେ ଆଇନଜୀବୀ ହୋଇଥିବା ବେଳେ ଆମେରିକାରେ ଜଣେ ପରିଚିତ ସାମାଜିକକର୍ମୀ ହେଉଛନ୍ତି ବନିତା । ବନିତା ଭାରତର ଉତ୍ତରପ୍ରଦେଶର ଅଲିଗଡର ବାସିନ୍ଦା । ବନିତାଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ ବନିତାଙ୍କ ବାପା ରାଜୀବ ଲୋଚନ ନିଜ ପରିବାର ସହିତ ୪୦ ବର୍ଷ ପୂର୍ବେ ଆମେରିକା ଯାଇଥିଲେ । ସେଠାରେ ତାଙ୍କ ପିତା ଏକ ବଡ କମ୍ପାନୀରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ । ବନିତାଙ୍କ ସଫଳତା ନେଇ ଜଣାପଡିବା ପରେ ଅଲିଗଡରେ ଖୁସିର ମାହୋଲ ଦେଖାଯାଇଛି । ପୂର୍ବରୁ ବନିତା ବାରାକ ଓବାମାଙ୍କ ଟିମ୍‌ରେ କାମ କରିସାରିଛନ୍ତି । ଅନେକ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି ବନିତା ।

https://thetopmost.in/?p=1547

https://thetopmost.in/?p=1807

https://thetopmost.in/?p=1901

SHARE BY