ଅନେକ ସମୟରେ ଏଏସ୍ଆଇ ପକ୍ଷରୁ ବିଭିନ୍ନ ପ୍ରମୁଖ ପୂରାତନ ସ୍ଥାନରେ ଖନନ କାର୍ଯ୍ୟ କରାଯାଇଥାଏ । ଏହି ସମୟରେ ଏଭଳି ଅନେକ ସାମଗ୍ରୀ ହାସଲ ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ବର୍ତ୍ତମାନ ଏଏସ୍ଆଇ ସବୁଠାରୁ ବଡ ଆବିଷ୍କାର କରିଛି । ହରିୟାଣାର ରାଖିଗରହିରେ ୫ହଜାର ବର୍ଷ ପୁରୁଣା ଫ୍ୟାକଫ୍ରି ମିଳିଛି । ଏହି ଫ୍ୟାକଟି ଗହଣା ତିଆରି କାରଖାନା ବୋଲି ଜଣା ପଡିଛି । ଏହି ଗବେଷଣା ଅନୁସାରେ ହରªା ସଭତ୍ୟା ଯେ କେବଳ ଉତ୍କୃଷ୍ଟ ଆଧୁନିକ ଯାନ୍ତ୍ରିକ କାର୍ଯ୍ୟର ଉଦାହରଣ ତାହା ନୁହେଁ ଏହା ବିଭିନ୍ନ ବ୍ୟବସାୟରେ ମଧ୍ୟ ଜଡିତ ଥିଲା । ଗବେଷକଙ୍କୁ ଏହାର ବିଭିନ୍ନ ପ୍ରମାଣ ଖନନ ସମୟରେ ମିଳିଛି । ଏହାସହ ଏହି ସ୍ଥାନରୁ ବିଭିନ୍ନ ଆଧୁନିକ କାରିଗରୀ ସହ ଜଡିତ ସାମଗ୍ରୀ ମଧ୍ୟ ମିଳିଛି । ସେହିଭଳି ଏହି ସ୍ଥାନରୁ ଦୁଇଟି ମହିଳାଙ୍କ କଙ୍କାଳ ମଧ୍ୟ ମିଳିଛି ଯେଉଁଥିରେ ତାଙ୍କ ଦେହରେ ଗହଣା ରହିଛି । ସେ ସମୟରେ ବ୍ୟବହୃତ ହେଉଥିବା ବାସନ ମଧ୍ୟ ଏଠାରୁ ମିଳିଛି । ଅନେକ ଦିନ ହେବ ଏହି ସ୍ଥାନରେ ଖନନ କାର୍ଯ୍ୟ ଜାରି ରହିଛି । ଏଥିରୁ ବିଭିନ୍ନ ପ୍ରକାର ତଥ୍ୟ ହାସଲ ହେବ ବୋଲି ଗବେଷକମାନେ ଆଶା ରଖିଛନ୍ତି ।
More Stories
ସଫଳତା ରାତାରାତି ଆସେନି, ଏଥିପାଇଁ ଦରକାର ହାଡଭଙ୍ଗା ପରିଶ୍ରମ
ବଡ ଅଧିକାରୀ କରୁଥିଲେ ଡ୍ରଗ୍ ଚୋରା ଚାଲାଣ
ହାଇଦ୍ରାବାଦରୁ ବ୍ୟାଙ୍କକ୍ ଯାଉଥିବା ବିମାନରେ ବୋମା..