The Topmost

“The eyes believe themselves, the ears believe other people.”

sidhu

୩୪ ବର୍ଷ ପରେ ନ୍ୟାୟ: ଜେଲ ଯିବେ ସିଦ୍ଧୁ

୩୪ ବର୍ଷ ପୁରୁଣା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ କଠୋର ଜେଲ ଦଣ୍ଡାଦେଶ ହୋଇଛି । ସିଦ୍ଧୁଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । ଏହାପୂର୍ବରୁ ସୁପ୍ରିମକୋର୍ଟ ତାଙ୍କୁ ୧,୦୦୦ ଟଙ୍କା ଜରିମାନା ଦେଇ ମୁକ୍ତ କରିଥିଲେ । ସିଦ୍ଧୁଙ୍କୁ ବର୍ତ୍ତମାନ ଗିରଫ କରାଯିବା ନେଇ ଖବର ସାମ୍ନାକୁ ଆସିଛି । ତେବେ ତାଙ୍କୁ କିଛି ଦିନର ଅନୁଗ୍ରହ ମିଳିଛି କି ନାହିଁ ସେନେଇ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅପେକ୍ଷା କରାଯାଇଛି । ଏହି ଦଣ୍ଡ ଭୋଗିବାକୁ ସିଦ୍ଧୁଙ୍କୁ ପଟିଆଲା ଜେଲକୁ ପଠାଯାଇପାରେ । ଏହି ପ୍ରସଙ୍ଗରେ ନବଜୋତ ସିଦ୍ଧୁ ନିଜ ପ୍ରତିକ୍ରିୟାରେ ନିଷ୍ପତ୍ତିକୁ ଗ୍ରହଣ କରିଥିବା କଥା କହିଛନ୍ତି । ସୁପ୍ରିମକୋର୍ଟ ଶୁଣାଣି ଓ ଦଣ୍ଡାଦେଶ ଶୁଣାଇଥିବା ବେଳେ ମୁଦ୍ରାସ୍ପୀତି ପ୍ରସଙ୍ଗରେ ସିଦ୍ଧୁ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିଦ୍ଧୁ ଏକ ହାତୀ ଉପରେ ବସି ଅଭିନୟ କରିଥିଲେ । ସେପେଫମ୍ବର ୨୦୧୮ ରେ, ସେ ଏହି ଦଣ୍ଡ ବିରୋଧରେ ଏକ ସମୀକ୍ଷା ଆବେଦନ କରିଥିଲେ । ତେବେ ସେତେବେଳର ସେଇ ଅଭିନୟକୁ ଏହି ଘଟଣାପେ ସମୀକ୍ଷା କରାଯାଉଛି ।


ତେବେ ସିଦ୍ଧୁଙ୍କ ବିରୋଧରେ ସଡକ ହିଂସା ମାମଲା ୧୯୮୮ ମସିହାରୁ ଆରମ୍ଭ ହୋଇଥିଲା । ସିଦ୍ଧୁ ପଟିଆଲା ପାର୍କିଂକୁ ନେଇ ଗୁରୁନାମ ସିଂ ନାମକ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସହ ଝଗଡା କରିଥିଲେ । ସେମାନଙ୍କ ମଧ୍ୟରେ କଳହ ହେବାରୁ ସିଦ୍ଧୁ ଗୁରୁନମ ସିଂଙ୍କୁ ପିଟିଥିଲେ । ପରେ ଗୁରୁନମ ସିଂଙ୍କର ମୃତ୍ୟୁ ହୋଇଥିଲା । ନବଜୋତ ସିଂ ସିଦ୍ଧୁ ଏବଂ ତାଙ୍କ ବନ୍ଧ୍‌ୁ ରୁପିନ୍ଦର ସିଂ ସିଦ୍ଧୁଙ୍କ ବିରୋଧରେ ମାମଲା ରୁଜୁ କିରଥିଲା । ଏହା ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ଶୁଣାଣି ସମୟରେ, ପ୍ରମାଣ ଅଭାବ ଦର୍ଶାଇ କୋର୍ଟ ନବଜୋତ ସିଂ ସିଦ୍ଧୁଙ୍କୁ ୧୯୯୯ ରେ ର୍ନିଦ୍ଦୋଷରେ ଖଲାସ କରିଥିଲେ । ଏହା ପରେ ଉତ୍ତେଜିତ ଦଳ କୋର୍ଟର ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ପହଞ୍ଚିଥିଲେ ।

୨୦୦୬ ମସିହାରେ ହାଇକୋର୍ଟ ନବଜୋତ ସିଂ ସିଦ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ଏହି ମାମଲାରେ ଏକ ଲକ୍ଷ ଟଙ୍କା ଜୋରିମାନା ଦେଇଥିଲେ । ହାଇକୋର୍ଟ ଦେଇଥିବା ଦଣ୍ଡ ବିରୋଧରେ ନବଜୋତ ସିଦ୍ଧୁ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ମଇ ୧୬, ୨୦୧୮ ରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଧାରା ୩୦୪ ଅନୁଯାୟୀ ର୍ନିଦ୍ଦୋଷରେ ଖଲାସ କରିିଥିଲେ । ଅବଶ୍ୟ, ସିଦ୍ଧୁଙ୍କୁ ଆଇପିସିର ଧାରା ୩୨୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା, ଏଥିପାଇଁ ତାଙ୍କୁ ଜେଲ ଦଣ୍ଡ ମିଳିନଥିଲା । କେବଳ ଏକ ହଜାର ଟଙ୍କା ଜରିମାନା ଦେବା ପରେ ସିଦ୍ଧୁଙ୍କୁ ମୁକ୍ତ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ମୃତକଙ୍କ ପରିବାର ବର୍ତ୍ତମାନ ଏକ ସମୀକ୍ଷା ଆବେଦନ କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ ହାଇକୋର୍ଟଙ୍କ ପରି ସିଦ୍ଧୁଙ୍କୁ ୩୦୪ ଅଧୀନରେ ଦଣ୍ଡିତ କରାଯାଉ । ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରିଛନ୍ତି, ଯାହା ଉପରେ ଆଜି ନିଷ୍ପତ୍ତି ନିଆଯାଇଛି ।

sidhu

https://thetopmost.in/?page_id=558

https://thetopmost.in/?p=1143

https://thetopmost.in/?p=2516

https://twitter.com/sherryontopp/status/1527219382799126528

https://thetopmost.in/?p=1963