modi art made from 25000 rice by baranasi girl ankita berma

୨୫ ହଜାର ଚାଉଳ ଦାନାରେ ମୋଦିଙ୍କ ଚିତ୍ର

ବାରାଣାସୀର ଜଣେ ଛାତ୍ରୀ ଚାଉଳ ଦାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିତ୍ର ତିଆରି କରିଛନ୍ତି । ବାରାଣାସୀର ମହାତ୍ମାଗାନ୍ଧି କାଶୀ ବିଦ୍ୟାପୀଠର ଲଳିତକଳା ବିଭାଗର ଛାତ୍ରୀ ହେଉଛନ୍ତି ଅଙ୍କିତା ବର୍ମା । ସେ ତାଙ୍କର ଅନନ୍ୟ ପ୍ରତିଭା ଦ୍ୱାରା ୨୫୦୦୧ ଚାଉଳ ଦାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିତ୍ର ପ୍ରସ୍ତୁତ କରିଛନ୍ତି । ତେବେ ଏହି ଚିତ୍ରର ଖାସ୍‌ କଥା ହେଉଛି ଯେ ଚାଉଳର ପ୍ରତିଟି ଦାନାରେ ଭଗବାନ ରାମଙ୍କ ନାମ ଲେଖାହୋଇଛି । ଅଙ୍କିତା ବର୍ମାଙ୍କ ଏହି ଚିତ୍ର ୱାଲïର୍ ରେକର୍ଡ ଇଣ୍ଡିଆରେ ଚାଉଳର ସବୁଠୁ ବଡ଼ ଚିତ୍ର ଭାବେ ସ୍ଥାନିତ ହୋଇଛି ।

modi art made from 25000 rice by baranasi girl ankita berma
modi art made from 25000 rice by baranasi girl ankita berma @thetopmost-01

ଏହି ଚିତ୍ର ତିଆରି କରିବା ପାଇଁ ଅଙ୍କିତାଙ୍କୁ ୮୮ ଘଣ୍ଟା ସମୟ ଲାଗିଛି । ଅଙ୍କିତା କହିଛନ୍ତି, ସେ ଲକଡାଉନ ସମୟରେ ମହାଭାରତ, ରାମାୟଣ ଦେଖି ଚାଉଳରୁ କିଛି ନିଆରା କରିବା ପାଇଁ ପ୍ରେରଣା ପାଇଛନ୍ତି । ଏହାପରେ ସେ ଦେଶର ପ୍ରଧାନମନ୍ତ୍ରୀଙ୍କର ସ୍ୱତନ୍ତ୍ର ଚିତ୍ର ଆଙ୍କିଥିଲେ ଏବଂ ଚିତ୍ରଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କୁ ୬ ମାସ ଲାଗିଥିଲା । ହେଲେ ଚାଉଳ ଦାନାରେ ତିଆରି କରିବା ପାଇଁ ତାଙ୍କୁ ୮୮ ଘଣ୍ଟା ଲଗିଥିଲା । ତେବେ ଅଙ୍କିତାଙ୍କ ଏହି ନିଆରା ପ୍ରତିଭା ଏବଂ ବିଶ୍ୱ ରେକର୍ଡରେ ସ୍ଥାନିତ ହେବା ପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

http://thetopmost.in/?p=731

http://thetopmost.in/?p=727

http://thetopmost.in/?p=721

SHARE BY