ବିବାହ ଦିନଟିକୁ ସ୍ୱତନ୍ତ୍ର କରିବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ସ୍ଥାନଠାରୁ ଆରମ୍ଭ କରି ଖାଦ୍ୟ, ସାଜସଜ୍ଜା ଏବଂ ବିବାହ ପୋଷାକକୁ ଅନ୍ୟଠାରୁ ନିଆରା କରିବାରେ ଉଭୟ ବରକନ୍ୟା ଲାଗିପଡ଼ନ୍ତି । ଏପରି ଏକ ବିବାହକୁ ନେଇ ଆଜିକାଲି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା କରାଯାଉଛି । ଜଣେ ଆମେରିକୀୟ ଯୁବତୀ ତାଙ୍କର ଖାସ୍ େୱଡିଂ ଡ୍ରେସ୍କୁ ନେଇ ସମସ୍ତ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରିପୋର୍ଟ ଅନୁଯାୟୀ କାୟଲା ନାମକ ଜଣେ ଯୁବତୀ ତାଙ୍କ ବିବାହରେ ୨୪ କ୍ୟାରେଟ୍ ସୁନାରେ ନିର୍ମିତ ଡିଜାଇନର ଗାଉନ ପିନ୍ଧିଥିଲେ । ଏହି ସ୍ୱତନ୍ତ୍ର ଗାଉନକୁ ପିନ୍ଧି ଯେତେବେଳେ କାୟଲା ଅତିଥିଙ୍କ ସାମ୍ନାକୁ ଆସିଥିଲେ, ସମସ୍ତଙ୍କ ନଜର କେବଳ ତାଙ୍କ େୱଡିଂ ଡ୍ରେସ୍ ଉପରେ ହିଁ ଥିଲା । ଏହାକୁ ପିନ୍ଧି କାୟଲା ଜଣେ ସୁନାର କେ„ଇ ପରି ଦେଖାଯାଉଥିଲେ । ତେବେ ସୁନାର ଏହି େୱଡିଂ ଗାଉନକୁ ଡ୍ରେସ ଡିଜାଇନର ସୋନ୍ଦ୍ରା ସୈଲୀ ତିଆରି କରିଥିଲେ । ଏଥିରେ ବିଭିନ୍ନ ପ୍ରକାର ଗୋଲï ଫ୍ୟାବ୍ରିକ୍ ଲାଗିଥିବା ସୋନ୍ଦ୍ରା କହିଛନ୍ତି । ସମ୍ପୂର୍ଣ୍ଣ ସୁନାରେ ତିଆରି ଗାଉନ ଏବଂ କାୟଲାଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ