ହଲିଉଡ ଷ୍ଟାର ଟମ କ୍ରୁଜଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମିଶନ ଇମ୍ପସିବଲି ୭ର ଟ୍ରେଲର ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ୧୪ ଜୁଲାଇ ୨୦୨୩ ରେ ଆମେରିକାରେ ମୁକ୍ତିଲାଭ କରିବ । ତେବେ ଏହାର ଭାରତରେ ରିଲିଜ୍ ତାରିଖ ର୍ନିମାତାମାନେ ଏପର୍ଯ୍ୟନ୍ତ ଘୋଷଣା କରିନାହାଁନ୍ତି । ଏହି ଆକ୍ସନ୍-ଓ ଥ୍ରିଲର ଚଳଚ୍ଚିତ୍ରଟି ଖ୍ରୀଷ୍ଟୋଫର୍ ମ୍ୟାକ ୍ୱାରିଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ । ମିଶନ୍ ଇମ୍ପସିବଲ୍ ୭ ପ୍ରାୟ ୨ ହଜାର ୨୪୮ କୋଟି ବଜେଟରେ ପ୍ରସ୍ତୁତ ହୋଇଛି । ଏହି ଫିଲ୍ମରେ ଟମଙ୍କ ବ୍ୟତୀତ ଭିଙ୍ଗ ରହମେସ, ସାଇମୋନ ପେଗ, ରେବିକା ଫର୍ଗୁସନ ମଧ୍ୟ ନଜର ଆସିବେ । ତେବେ ବହୁ ପ୍ରତିଷ୍ଠିତ ତାରକାଙ୍କର ଦେଶ ତଥା ବିଦେଶରେ ମଧ୍ୟ ବେଶ୍ ନାମ ରହିଛି । ଏହି ଫିଲ୍ମ ମଧ୍ୟ ଆଗରୁ ଅନେକ ଲୋକଙ୍କୁ ମନରଞ୍ଜନର ଖୋରାକ୍ ଯୋଗାଇଛି । ତେବେ ଏହାର ପୁଣି ଏକ ନୂଆ ସିକେ୍ୱଲକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଅଛନ୍ତି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ