The Topmost

“The eyes believe themselves, the ears believe other people.”

eye-care

ସୁସ୍ଥ ଚକ୍ଷୁ ପାଇଁ ୨୦-୨୦-୨୦ ନିୟମ

eye-care
eye-care @thetopmost-01

ଡିଜିଟାଲ ଯୁଗରେ ଲୋକଙ୍କ ସ୍କ୍ରିନ୍‌ ସମୟ ବହୁତ ବୃଦ୍ଧି ପାଇଛି । ଅର୍ଥାତ ବର୍ତ୍ତମାନ ଲୋକମାନେ ମୋବାଇଲରେ ଅଧିକ ସମୟ ବିତାଉଛନ୍ତି । କରୋନା ମହାମାରୀର ଲକଡାଉନ କାରଣରୁ ସ୍କ୍ରିନିଂ ଟାଇମ ବଢ଼ିଛି । ହେଲେ ଏହା ଆପଣଙ୍କ ଆଖି ପାଇଁ କ୍ଷତିକାରକ । ଯଦି ଆପଣ ଫୋନ ବିନା କାମ କରିପାରୁନାହାନ୍ତି, ତେବେ ଆପଣ ୨୦-୨୦-୨୦ ନିୟମ ପାଳନ କରି ଆଖିକୁ ସୁସ୍ଥ ଏବଂ ସୁରକ୍ଷିତ କରିପାରିବେ । ଯେଉଁ ଲୋକ୨ ଘଣ୍ଟା ଲାପଟପ୍‌ କିମ୍ବା ମୋବାଇ ସାମ୍ନାରେ ସମୟ ବିତାଉଛନ୍ତି, ସେମାନଙ୍କୁ ଡିଜିଟାଲ୍‌ ଆଖି ଷ୍ଟ୍ରେନ୍‌ ହେବାର ଆଶଙ୍କା ରହିଛି ।

eye-care
eye-care @thetopmost-01

ଭାରତରେ ଏହି ସ୍କ୍ରିନି ଟାଇମିଂ ହାରାହାରି ୭ ଘଣ୍ଟା ହୋଇଯାଇଛି । ଏହି କାରଣ ଆଖି ପାଇଁ ଅଧିକ ବିପଦ ସାଜିଛି । ଦୀର୍ଘ ସମୟ ଧରି ସ୍କ୍ରିନରେ ସମୟ ବିତାଇବା ଦ୍ୱାରା ଆଖିରେ ପାଣି, ଶୁଷ୍କତା ଭଳି ସମସ୍ୟା ଦେଖାଯାଏ । ତେବେ ଆପଣ ୨୦-୨୦-୨୦ ନିୟମର ଧ୍ୟାନ ରଖିବା ଉଚିତ୍‌, ଯାହା ଚକ୍ଷୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ଆପଣ ଭାବୁଥିବା ୨୦-୨୦-୨୦ ନିୟମ କ’ଣ ? ଏହି ନିୟମ ହେଉଛି ଯେତେବେଳେ ବି ଆପଣ ୨୦ ମିନିଟ୍‌ ପାଇଁ କ୍ରମାଗତ ଭାବରେ ମୋବାଇଲ କିମ୍ବା ଲାପଟପ୍‌କୁ ଦେଖନ୍ତି, ତେବେ ଆପଣ ୨୦ ମିନିଟ୍‌ ପରେ ଆଖିରେ ବ୍ରେକ୍‌ ଦେବା ଉଚିତ । ଅର୍ଥାତ ୨୦ ମିନିଟ୍‌ ସ୍କ୍ରିନ ଦେଖିବା ପରେ ୨୦ ଫୁଟ ଦୂରରେ ଦେଖନ୍ତୁଏବଂ ୨୦ ସେକେଣ୍ଡର ବିରତି ନିଅନ୍ତୁ । ଏହା ପରେ ପୁଣି ଥରେ ସ୍କ୍ରିନକୁ ଦେଖନ୍ତୁ । ଏହା ବ୍ୟତୀତ ବାରମ୍ବାର ଆଖିକୁ ମିଟିମିଟି କରନ୍ତୁ । ଏହା କରିବା ଦ୍ୱାରା ଆଖିକୁ ବହୁତ ଲାଭ ମିଳିଥାଏ ।

eye-care
eye-care @thetopmost-01

http://thetopmost.in/?p=775

http://thetopmost.in/?p=770

http://thetopmost.in/?p=755

http://thetopmost.in/?p=749