କୌଣସି କାମ ବଡ ଛୋଟ ହୋଇନଥାଏ । ଏହି ଉକ୍ତିର ଯଥାର୍ଥତା ଅନେକ ସମୟରେ ମିଳିଥାଏ । ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଥାଏ ଯାହା ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଥାଏ । ସେହିଭଳି କେବଳ ଯେ କାର୍ଯ୍ୟାଳୟରେ ସୁଟ୍ କୋଟ ପିନ୍ଧି ବସାଯାଏ ତାହା ନୁହେଁ । ଏହି ପରମ୍ପରାକୁ ଭାଙ୍ଗିଛନ୍ତି ୨ ଜଣ ପଞ୍ଜାବୀ ଯୁବକ । ସେ କୋଟ୍ ଓ ସୁଟ ପିନ୍ଧି ବିକୁଛନ୍ତି ଷ୍ଟ୍ରିଟ୍ଫୁଡ୍, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ୨ ଭାଇ ମିଶି ରାସ୍ତା କଡରେ ଏକ ଷ୍ଟଲରେ ଚାଟ୍, ଗୁପଚୁପ୍ ବିକୁଛନ୍ତି । ତେବେ ତାଙ୍କ ଡ୍ରେସ୍ ପାଇଁ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିବାରେ ସେ ସଫଳ ହୋଇପାରିଛନ୍ତି । ଜଣେ ୟୁଟୁ୍ୟବର୍ ଏହି ଦୁଇଜଣଙ୍କର ପୁରା ଜୀବନ ଯାତ୍ରାକୁ ନେଇ ଏକ ଭିଡିଓ ସୁଟ୍ କରିଥିଲେ, ଯାହା ୟୁଟୁ୍ୟବ୍ରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ସୁଟ୍ ପିନ୍ଧା ପଛରେ ରହିଛି ନିଆରା କାରଣ । ଦୁଇ ଭାଇ ହୋଟେଲ୍ ମ୍ୟାନେଜ୍ମେଣ୍ଟ କରିବା ପରେ ଏହି ଷ୍ଟଲ୍ ଖୋଲିଛନ୍ତି ।
ତେଣୁ ହୋଟେଲ୍ ମ୍ୟାନେଜ୍ମେଣ୍ଟର ସଙ୍କେତ ଭାବେ ସେମାନେ ଏହି ସୁଟ୍ ପିନ୍ଧି ଷ୍ଟଲ ଚଲାଉଛନ୍ତି । ଲୋକମାନେ ମଧ୍ୟ ତାଙ୍କର ଏହି ନିଆରା ଉଦ୍ୟମକୁ ସୋସିଆଲ ମିଡିଆରେ ପସନ୍ଦ କରିଛନ୍ତି ।
1 thought on “ସୁଟ୍ ପିନ୍ଧି ଚାଟ୍ ଷ୍ଟଲ”