The Topmost

“The eyes believe themselves, the ears believe other people.”

arabic women in army

ସାଉଦି ଆରବରେ ମହିଳାଙ୍କ ଅଧିକାର: ସେନାରେ ଭର୍ତ୍ତିହେବେ ମହିଳା

ଆଜିକାଲି ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସାମର୍ଥ୍ୟ ରଖୁଛନ୍ତି । ତେବେ କେତେକ କ୍ଷେତ୍ରରେ ସେମାନଙ୍କୁ ଏ ପର୍ଯ୍ୟନ୍ତ ତାଙ୍କ ଅଧିକାର ମିଳିନାହିଁ । http://thetopmost.in/?page_id=598 ସେହିଭଳି ସାଉଦି ଆରବରେ ପ୍ରଥମ ଥର ପାଇଁ ସେନା କ୍ଷେତ୍ରରେ ମହିଳାଙ୍କୁ ସେମାନଙ୍କ ଅଧିକାର ମିଳିଛି । ସାଉଦି ଆରବର ଇତିହାସରେ ପ୍ରଥମଥର ପାଇଁ ମହିଳାଙ୍କୁ ସୀମା ସୁରକ୍ଷାରେ ସାମିଲ କରାଯାଇଛି । http://thetopmost.in/?page_id=555 ଏଠାରେ ବର୍ତ୍ତମାନ ବର୍ଡର ଗାର୍ଡଭାବେ ମହିଳାମାନେ କାର୍ଯ୍ୟ କରିପାରିବେ । ଏହି ପଦ ପାଇଁ ସେମାନେ ବର୍ତ୍ତମାନ ରେଜିଷ୍ଟ୍ରେସନ କରିପାରିବେ ବୋଲି ସୂଚନା ମିଳିଛି । http://thetopmost.in/?p=873 ତେବେ ଏହାପୂର୍ବରୁ ମMାରେ ହଜ୍‌ ଯାତ୍ରୀଙ୍କ ସୁରକ୍ଷା ପାଇଁ ମହିଳା ଗାର୍ଡଙ୍କୁ ନିୟୋଜିତ କରାଯାଇଥିଲା । ସେହିଭଳି କୁଏତ୍‌ରେ ମଧ୍ୟ ସେନାରେ ମହିଳାଙ୍କୁ ସାମିଲ କରାଯାଇଛି । http://thetopmost.in/?p=841 ଏହି ପଦ ପାଇଁ ୨୫ରୁ୩୫ ବର୍ଷର ଯୁବତୀ ସାମିଲ ହୋଇପାରିବେ । ତେବେ ସାଉଦିଆରବରେ ଧୀରେଧୀରେ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅଧିକାର ପ୍ରାପ୍ତ ହୋଇଛି । ପ୍ରଥମଥର ପାଇଁ ସେମାନେ ବିୟୁଟି ପ୍ରତିଯୋଗିତାରେ ମଧ୍ୟ ଭାଗନେଉଛନ୍ତି । ପ୍ରଥମଥର ପାଇଁ ମହିଳାଙ୍କ ପାଇଁ ଏକ ବିୟୁଟି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ମହିଳାଙ୍କର ବିଭିନ୍ନ ଅଧିକାରର ସୁରକ୍ଷା ପାଇଁ ଭିଜନ ୨୦୩୦ ନାମରେ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । https://twitter.com/DaliaZinaGhanem/status/1450374793316929538

arabic women in army
arabic women in army @thetopmost-01

ସେହିଭଳି ମହିଳାଙ୍କ ଉପରେ ଲାଗିଥିବା ବିଭିନ୍ନ ପାରିବାରିକ ପ୍ରତିବନ୍ଧକୁ ମଧ୍ୟ ହଟାଇଦିଆଯାଇଛି । ଏଠାରେ ୨୦୧୫ରେ ମତଦାନ ଅଧିକାର, ୨୦୧୭ରେ ସ୍ୱାସ୍ଥ୍ୟ ଓ ଶିକ୍ଷା ଅଧିକାର, ଡାଇଭିଂ, ୨୦୧୯ରେ ତଲାକ୍‌, ବିବାହର ବୟସକୁ ବଢାଯାଇ୧୮ବର୍ଷ, ୨୦୨୧ରେ ଜଜ୍‌ ଭଳି ଅଧିକାର ମହିଳାଙ୍କୁ ମିଳିଥିଲା । ତେବେ ଏବେ ମଧ୍ୟ ଏଭଳି କେତେକ ଅଧିକାର ରହିଛି ଯାହା ମହିଳାଙ୍କୁ ମିଳିନି । ଏବେ ମଧ୍ୟ ସେମାନେ ପରିବାରର ପୁରୁଷ ଅଭିଭାବକଙ୍କ ବିନା ଅନୁମତିରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିପାରିବେନି । କେବଳ ବ୍ୟାଙ୍କ ଆକାଉଣc ନୁହେଁ ପାର୍ସପୋଟ ପାଇଁ ମଧ୍ୟ ଅନୁମତି ଦରକାର । ସେହିଭଳି ପିଲାଙ୍କ କଷ୍ଟଡି ପାଇଁ ମଧ୍ୟ ମହିଳାଙ୍କୁ ଅନେକ ସଙ୍ଘର୍ଷ କରିବାକୁ ପଡିଥାଏ । ରେସ୍ତୋରାଁରେ ମଧ୍ୟ ପୁରୁଷ ବନ୍ଧୁଙ୍କ ସହ ଜଣେ ମହିଳା ଖାଦ୍ୟ ଖାଇପାରିବ ନାହିଁ ।

SHARE BY