ପିଲାଙ୍କୁ ଗଢିବାର ବୟସ ହେଲା ଶୈଶବ । ଏହି ବୟସରେ ସେମାନଙ୍କ ମସ୍ତିଷ୍କର ଦୃତ ଗତିରେ ବିକାଶ ଘଟିଥାଏ । ତେଣୁ ଏହି ସମୟରେ ପିଲାଙ୍କ ସହିତ ଟିକେ ସଂଯମତାର ସହ ବ୍ୟବହାର କରିବାକୁ ହୋଇଥାଏ । ସେମାନଙ୍କୁ ଗାଳି ଦେଲେ କିମ୍ବା ବାଡେଇଲେ ଏହାର ନକରାତ୍ମକ ପ୍ରଭାବ ସାଙ୍ଗେ ସାଙ୍ଗେ ମସ୍ତିଷ୍କ ଉପରେ ପଡିଥାଏ । କର୍ନାଲ ଅଫ୍ ବାୟୋଲୋଜିକାଲ ସାଇକ୍ରିଆଟିକ୍ ମାଗାଜିନ୍ରେ ପ୍ରକାଶିତ ତଥ୍ୟ ଅନୁସାରେ ଆମ ମସ୍ତିଷ୍କରେ ଥିବା ଆମିଗୋଡାଲା ଓ ହିପୋକାମ୍ପସ୍ ଶୈଶବର ଭାବନା ସହିତ ସ୍ମୃତିଶକ୍ତି ପ୍ରଖର କରିବାରେ ସହାୟକ ହୁଅନ୍ତି । ବୟସ ବଢିବା ସହିତ ଉପଯୁକ୍ତ ପରିବେଶ ଓ ଯତ୍ନ ମାଧ୍ୟମରେ ଦୁଇଟିର ବିକାଶ ଘଟିଥାଏ । ପିଲାଙ୍କ ଉପରେ ଚାପ ପଡିଲେ ଏହା ଠିକ୍ ଭାବେ ବିକାଶ ହୁଏ ନାହିଁ । ତେଣୁ ପିଲାଙ୍କୁ ସର୍ବଦା ସକରାତ୍ମକ କଥା କହିବା ଦରକାର । ସେମାନଙ୍କୁ ଚାପ ମୁକ୍ତ ରଖିବାର ଆବଶ୍ୟକ ରହିଛି । ଯାହା ସେମାନଙ୍କ ମସ୍ତିଷ୍କକୁ ଠିକ୍ ରୂପେ ବିକଶିତ ହେବାରେ ସାହାଯ୍ୟ କରିବ । ସର୍ବଦା ସେମାନଙ୍କୁ ଉତ୍ତମ ପରିବେଶ ଦେବାକୁ ଚେଷ୍ଟା କର;ୁ । ଏହାସହିତ ସେମାନଙ୍କ ଖାଦ୍ୟର ମଧ୍ୟ ଧ୍ୟାନ ରଖ;ୁ ।
ଖୁସିରେ କାଟନ୍ତୁ
ଆମ ଜୀବନରେ କିଛି ବି ଖୁସି ଆସିଲେ ସର୍ବଦା ମା’ମାନେ ଁ ଖୁସି ହୋଇଥାଆନ୍ତି । ଏହି ଖୁସିକୁ ସେ ବିଭିନ୍ନ ଉପାୟରେ ପାଳନ କରିଥାଆନ୍ତି । ତେବେ ସବୁଦିନ ଆମେ ମା’ଙ୍କ ପାଇଁ ଉତ୍ସବ ପାଳିପାରିବା କିନ୍ତୁ ମଦର୍ସ ଡେ’ରେ କିଛି ନିଆରା କରି ତାଙ୍କୁ ଖୁସି ମଧ୍ୟ କରିପାରିବା । ମା’ଙ୍କ ପାଇଁ କିଛି ଛୋଟଛୋଟ କାମ କରି ଏହି ଦିନଟିକୁ ତାଙ୍କପାଇଁ ସ୍ମରଣୀୟ କରିପାରିବା ।
ବଗିଚା କାମ – କିଚେନ୍ ଗାର୍ଡେନରେ ଏହିଦିନ କିଛି କାମ କରନ୍ତୁ, ଏହା ତାଙ୍କୁ ଖୁସି ପ୍ରଦାନ କରିବ । ଛୋଟଛୋଟ ଗଛ ଉପହାର ଭାବେ ଦେବା ସହିତ ଏହାକୁ ଗାର୍ଡେନରେ ଲଗାଇପାରିବେ । ଆଗରୁ ଲାଗିଥିବା ଗଛର ଯତ୍ନମଧ୍ୟ ନେଇପାରିବେ । ମା’ଙ୍କ ସହିତ ବଗିଚାରେ କିଛି ଫଟୋ ଉଠାଇସ ମସ୍ତଙ୍କ ସହିତ ସେୟାର ମଧ୍ୟ କରିପାରିବେ ।
ଘର କାମରେ ସାହାଯ୍ୟ – ସାଧାରଣତଃ ମା’ ମାନେ ଘର କାମ ନେଇ ପିଲାଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତି । ତେଣୁ ମା’ଙ୍କ ପାଇଁ କିଛି ସ୍ପେସାଲ କରିବାକୁ ଚାହୁଛନ୍ତି, ତେବେ ତାଙ୍କୁ ଘର କାମରେ ସାହାଯ୍ୟ କରନ୍ତୁ । ଘରେ ଥିବା ଛୋଟଛୋଟ କାମ ଯେପରି ଫ୍ରିଜ୍ରେ ପାଣି ରଖିବା, ଘର ସଫା କରିବା, ନିଜ ରୁମ ନିଜେ ସଫା କରିବା, ମାଙ୍କର ଆଲମିରା ସଜାଡି ଦେବା, ଅନ୍ୟାନ କୌଣସି ବି କାମ କରି ମା’ଙ୍କୁ ଟିକେ ରିଲାକ୍ସ କରିପାରିବେ ।
ପ୍ରସ୍ତୁତ କରନ୍ତୁ ଲଞ୍ଚ – ମା’ଙ୍କ ହାତରନ୍ଧା ସମସ୍ତଙ୍କୁ ପସନ୍ଦ । ତେବେ ସବୁଦିନ ସେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଆମକୁ ପରଷନ୍ତି । ଏହି ଗୋଟିଏ ଦିନ ତାଙ୍କ ପାଇଁ ନିଜ ହାତରେ କିଛି ଖାଦ୍ୟ ରୋଷେଇ କରନ୍ତୁ । ତାଙ୍କୁ ଘରେ ମଧ୍ୟ ରେସ୍ତୋରାଁ ଭଳି ଖାଦ୍ୟ ରାନ୍ଧି ସରପ୍ରାଇଜ୍ ଦେଇପାରିବେ ।
ଅଧିକ ସମୟ ବିତାନ୍ତୁ – ପ୍ରାୟ କାହା ପାଖେ ମା’ଙ୍କ ସହିତ ସମୟ ବିତାଇବାକୁ
ସମୟ ହିଁ ନଥାଏ । ତେବେ ଏହା କାର୍ଯ୍ୟବ୍ୟସ୍ତତା କାରଣରୁ ଘଟିଥାଏ । ତେଣୁ ଏହି ଦିନ ସମସ୍ତ କାମକୁ ବନ୍ଦ କରି ମା’ଙ୍କ ସହ ବିତାନ୍ତୁ । ତାଙ୍କ ସହ ନିଜ ମନକଥା ବାଣ୍ଟିବା ସହିତ ତାଙ୍କ କଥା ପଚାରି ବୁଝନ୍ତୁ । ସେହିଭଳି ଯଦି ଆପଣ ବାହାରେ ରହୁଛନ୍ତି, ତେବେ ଫୋନ କିମ୍ବା ଭିଡିଓ କଲରେ ତାଙ୍କ ସହ କଥା ହଅନ୍ତୁ । ତାଙ୍କୁ ଟିକେ ସମୟ ଦିଅନ୍ତୁ, ଏହା ତାଙ୍କୁ ବିଶେଷ ଖୁସି ଦେବ ।
ସାଙ୍ଗହୋଇ ଦେଖନ୍ତୁ ଟିଭି – ପୁରା ଦିନଟିକୁ ଘରେ ରହି ମଧ୍ୟ ଆପଣ ଉପଭୋଗ କରିପାରିବେ । ମା’ଙ୍କ ସହିତ ଭଲଭଲ ରୋଷେଇ କରି ଖାଇ ତାଙ୍କ ପସନ୍ଦର ସିନେମା ହେଉ କିମ୍ବା ଧାରାବାହିକ ଦେଖି ସମୟ ବିତାଇପାରିବେ । ଏପରି କରିବା ଦ୍ୱାରା ସେ ଖୁସି ହେବା ସହିତ ଆପଣଙ୍କ ସହିତ ସମ୍ପର୍କ ମଧ୍ୟ ନିବିଡ ହେବ ।
ଆଲବମ୍ ଦେଖିପାରିବେ – ସବୁଠାରୁ ଭଲ ଉପାୟ ହେଲା ମା’ଙ୍କ ସହିତ ପୁରୁଣା ସ୍ମୃତିକୁ ତାଜା କରିବା । ଏହାକୁ ଆପଣ ପୁରୁଣା ଆଲବମ ଦେଖି କରିପାରିବେ । ଛୋଟ ଦିନରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସବୁ ସମୟର ଫଟୋକୁ ଏକାଠି ଦେଖନ୍ତୁ, ଯାହାଫଳରେ ଆପଣ ସ୍ମୃତିକୁ ପୁଣି ଉପଭୋଗ କରିପାରିବେ ।



1 thought on “ଶୈଶବରେ ନିଅନ୍ତୁ ମସ୍ତିଷ୍କର ଯତ୍ନ”