The Topmost

“The eyes believe themselves, the ears believe other people.”

asd

ସମସ୍ତଙ୍କ ଘରେ ବିମାନ

ସାଧାରଣତଃ ଘରେ ଲୋକଙ୍କର କାର କି ବାଇକ୍ ଥିବା ଶୁଣିଥିବେ। ଏମିତି କେତେ ଗାଁ ଅଛି ଯେଉଁଠି ସମସ୍ତଙ୍କ ଘରେ କାର ଥାଇପାରେ, ହେଲେ ସମସ୍ତଙ୍କ ଘର ଗ୍ୟାରେଜ୍ରେ ବିମାନ ଥିବା କଥା କେହି କେବେ ଭାବିନଥିବେ। କଥାଟି ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ସତ। ଆମେରିକାର ରେସିଡେନ୍ସିଆଲ୍ ଏୟାରପାର୍କରେ ଥିବା ସବୁ ଘର ଆଗରେ ଆପଣ ଏକ ବିମାନ ଥୁଆହୋଇଥିବା ଦେଖିବାକୁ ପାଇବେ। ଏହାପଛରେ ରହିଛି ଏକ ନିଆରା କାରଣ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଏକ ନିର୍ଣ୍ଣାୟକ ଭୂମିକା ନେଇଥିଲା। ଆମେରିକାରେ ୧୯୩୯ ପର୍ଯ୍ୟନ୍ତ ୩୪,୦୦୦ପାଇଲଟ ଥିଲେ। ହେଲେ ୧୯୪୬ ବେଳକୁ ଏହା ବଢି ୪,୦୦,୦୦୦ରୁ ବି ଅଧିକ ହୋଇଯାଇଥିଲା।

ଯେତେବେଳେ ଯୁଦ୍ଧ ସରିଲା ସେତେବେଳେ ଅନେକ ଏୟାରଫିଲ୍ଡ ଖାଲି ହୋଇଗଲା। ଏହି ସମସ୍ୟାରୁ ମୁକୁଳିବା ପାଇଁ ଖାଲିପଡିଥିବା ଏୟାରଫିଲ୍ଡରେ ଅବସରପ୍ରାପ୍ତ ମିଲିଟାରି ପାଇଲଟଙ୍କୁ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏହି କଲୋନିକୁ ପରେ ଫ୍ଲାଇ-ଇନ୍- କମ୍ୟୁନି୍ଟି ଭାବେ ଲୋକ ଜାଣିଲେ। ଏଠାରେ ଥିବା ସମସ୍ତ ଘର ଆଗରେ କାର ଭଳି ଏକ ବିମାନ ଥୁଆ ହୋଇଥାଏ ା ଏହି କଲୋନିର ରାସ୍ତା ବେଶ୍ ଚଉଡା ତେଣୁ ଏଠାରେ ଅବାଧରେ ବିମାନ ଯିବା ଆସିବା କରିପାରେ। ଦୁନିଆରେ ପ୍ରାୟ ୬୩୦ ଟି ଏୟାରପାର୍କ ରହିଛି। ଯେଉଁଥିରେ ୬୧୦ଟି ଆମେରିକାରେ ଅଛି। ନିକଟରେ ଇଣ୍ଟରନେଟ୍ରେ କାଲିଫର୍ନିଆ ସ୍ଥିତ କୈ÷ମରୁମ ଏୟାରପାର୍କର ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସମସ୍ତଙ୍କ ଘର ଆଗରେ ଏକ ବିମାନ ଥୁଆ ହୋଇଥିବାର ଦେଖିବାକୁ ମିଳିଥିଲା। ଲୋକମାନେ ଏହାକୁ ଅନେକମାତ୍ରାରେ ଲାଇକ୍ ସେୟାର କରିଥିଲେ।

https://thetopmost.in/?p=1547

https://thetopmost.in/?p=669

https://thetopmost.in/?p=2297