The Topmost

“The eyes believe themselves, the ears believe other people.”

dfg

ସଜନାର ଉପକାରୀତା

ଭାରତରେ ଭୂମିକୁ ବସୁନ୍ଧରା ଓ ଜନନୀ କୁହାଯାଏ । ପ୍ରକୃତି ଆମପାଇଁ ଅନେକ ବଳିଦାନ ଓ ଆମ ଜୀବନ ଜିଇବାର ଅନେକ ସାଜ ସରଞ୍ଜାମ ଦେଇଛି । ହେଲେ ସେ ନିଜେ ନିଜକୁ ସୁରକ୍ଷା ଦେବାର ଶକ୍ତି ତା ପାଖରେ ନାହିଁ । ତେଣୁ ଆମକୁ ଏହି ଜନନୀକୁ ନିଜେ ସୁରକ୍ଷିତ ଓ ପ୍ରଦୁଷଣ ମୁକ୍ତ ରଖିବାକୁ ହେବ । ଆଜିର ପରିବେଶରେ ରାସାୟନିକ ସାର ଓ କୀଟନାଶକର ବ୍ୟବହାରରେ ମାଟି ଅନୁର୍ବର ହୋଇଯାଉଛି । ମାଟିକୁ ସୁରକ୍ଷିତ ରଖିବାକୁ ହେଲେ ରାସାୟନିକ ସାରର କମ୍‌ ବ୍ୟବହାର କରିବା ସହିତ ଜୈବିକ ଚାଷ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ବର୍ତ୍ତମାନ ପିଢ଼ିର ଯୁବକମାନଙ୍କୁ ନିଜ ଭୂମି ପାଇଁ ଭାବିବାକୁ ହେବ ଯେ ଆମେ ଚାଷୀ ଭାଇ କିପରି ଉତ୍ତମ ଗୁଣ ମାନର ଓ ପୁଷ୍ଟିକର ଫସଲ ତଥା ଉତ୍ତମ ଆୟକରି ପାଇବେ ।

ତେବେ ଏପରି ଏକ ବୃକ୍ଷ ଅଛି । ଯାହା ବିନା କୌଣସି ରାସାୟନିକ ସାରର ପ୍ରୟୋଗ କିମ୍ବା କ୍ଷତିକାରକ ରସାୟନର ସାହାଯ୍ୟ ବିନା ମଧ୍ୟ ଭଲ ଫସଲ ଦେଇପାରେ । ସେହି ଫସଲ ହେଉଛି ସଜନା । ତେବେ କୃଷିରେ ଆଜିର କୃଷକ ଅଧିକ ଅମଳ ପାଇଁ ସଜନା ଗଛକୁ ଗୁରୁତ୍ୱ ଦେଇଛି ଯାହା ପ୍ରାଚୀନ କାଳରୁ ଆମ ଭାରତରେ ଉପଲବ୍ଧ । ଏହା ଗୋଟିଏ ଗୁଣକାରୀ ଗଛ । ଏହାର ପତ୍ର ଗାଁ ଗହଳିରେ ଶାଗ ରୂପେ ବ୍ୟବହାର କରାଯାଇଥିବା ବେଳେ ଗାଈଙ୍କ ଉତ୍କୃଷ୍ଟ ଖାଦ୍ୟ ଓ ମାଟି ପାଇଁ ଖତ ରୂପେ ବ୍ୟବହାର କରାଯାଏ । ଏହି ବୃକ୍ଷର ଫଳରେ ପ୍ରସ୍ତୁତ ତରକାରୀ ସୁସ୍ୱାଦୁ ଓ ସ୍ୱାସ୍ଥ୍ୟପ୍ରଦ । ଏହାର ପତ୍ରରୁ ତିଆରି ଖତ ଅନ୍ୟ ବୃକ୍ଷ ପାଇଁ ଓ ମାଟି ପାଇଁ ଅତ୍ୟନ୍ତ ଉପାଦେୟ ।

ସଜନାର ଉତ୍ପତ୍ତି ଭାରତରେ ହେଇଥିଲେ ମଧ୍ୟ ଏବେ ସାରା ପୃଥିବୀରେ ଏହାର ଚାଷ କରାଯାଉଛି । ସଜନା ପତ୍ର, ଛୁଇଁ, ମଞ୍ଜି ଓ ଫୁଲର ପ୍ରୟୋଗ ତ୍ୱଚ୍ଚାକୁ ସୁସ୍ଥ ଓ ଚିକଣ ରଖେ । ଥଣ୍ଡା ରୋଗ ପାଇଁ ପ୍ରତିରୋଧକ ଶକ୍ତି ଯୋଗାଏ, ହାଡକୁ ମଜବୁତ ରଖେ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ । ସଜନା ଭାରତରେ ପ୍ରତ୍ୟେକ ଜଳବାୟୁରେ ହୋଇପାରିବ । ସାଧାରଣତଃ ଏ ବୃକ୍ଷରେ ରୋଗ ଓ କୀଟ କମ୍‌ ଲାଗନ୍ତି, ତେଣୁ ଏହାକୁ ଚାଷ କଲେ ଖାଦ୍ୟ ସହିତ ଲାଭକାରୀ ଫସଲ ରୂପେ ପରିଗଣିତ ହେବ । ତେବେ ବିନା କୌଣସି ଜୈବିକ ସାର ବିନା ଏହାର ପ୍ରବଳ ମାତ୍ରାରେ ଚାଷ କରାଯାଇପାରିବ । ତେଣୁ ଆମେ ସମସ୍ତେ ଏଥି ପ୍ରତି ଧ୍ୟାନ ଦେବା ହିଁ ଆମ ପାଇଁ ଓ ଆମ ପରିବେଶ ପାଇଁ ଭଲ ।

sajana saga

https://thetopmost.in/?p=1714

https://thetopmost.in/?p=1699

https://thetopmost.in/?p=1793